ଶିଖ ଦଙ୍ଗା ମାମଲା: ଆଜି ହୋଇପାରେ ଜଗଦୀଶ ଟାଇଟଲରଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ:୧୯୮୪ ଶିଖ୍ ଦଙ୍ଗା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ ହୋଇପାରେ । କଡକଡଡ଼ୁମା କୋର୍ଟରେ ଏହାର ଶୁଣାଣି ହେବ। ୩୦ ବର୍ଷ ପୁରୁଣା ଏହି ମାମଲାରେ ଜଗଦୀଶ ଟାଇଟଲଙ୍କ ବିରୋଧରେ ସିବିଆଇ କେଉଁ ମାମଲା ଦାୟର କରିଛି ଓ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହାର ଉତ୍ତର ରଖିବ । କୋର୍ଟ ସିବିଆଇର କ୍ଲୋଜର ରିପୋର୍ଟ ପରେ ଏଜେନ୍ସି ମାମଲାରେ ଜବାବ୍ ମାଗିଥିଲା । ଜଗଦୀଶ ଟାଇଟଲଙ୍କ ବିରୋଧରେ ପ୍ରମାଣ […]

Jagdish_Tytler

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 09:42 AM IST

ନୂଆଦିଲ୍ଲୀ:୧୯୮୪ ଶିଖ୍ ଦଙ୍ଗା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ ହୋଇପାରେ । କଡକଡଡ଼ୁମା କୋର୍ଟରେ ଏହାର ଶୁଣାଣି ହେବ। ୩୦ ବର୍ଷ ପୁରୁଣା ଏହି ମାମଲାରେ ଜଗଦୀଶ ଟାଇଟଲଙ୍କ ବିରୋଧରେ ସିବିଆଇ କେଉଁ ମାମଲା ଦାୟର କରିଛି ଓ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହାର ଉତ୍ତର ରଖିବ । କୋର୍ଟ ସିବିଆଇର କ୍ଲୋଜର ରିପୋର୍ଟ ପରେ ଏଜେନ୍ସି ମାମଲାରେ ଜବାବ୍ ମାଗିଥିଲା । ଜଗଦୀଶ ଟାଇଟଲଙ୍କ ବିରୋଧରେ ପ୍ରମାଣ ପଦାକୁ ଆସିବା ପରେ କୋର୍ଟ ଏହି ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଯୋଗ୍ୟ, ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ଜଗଦୀଶ ଟାଇଟଲର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ରହିଛି । ସେ ପ୍ରମାଣ ନଷ୍ଟ କରିବାକୁ କାନାଡାରେ ଥିବା ତାଙ୍କ ଭଉଣୀଙ୍କ ଆକାଉଣ୍ଟରେ ୫କୋଟି ଟଙ୍କା ଜମା କରିଥିଲେ । ଏହି ଆକାଉଣ୍ଟକୁ ପ୍ରଥମେ କାନାଡା ସରକାର ବନ୍ଦ କରିଦେଇଥିଲା । ପରେ ଆକାଉଣ୍ଟରୁ ପ୍ରତିବନ୍ଧକ ହଟାଇ ଦେଇଥିଲେ।

Related story