ମସଜିଦ ପାଇଁ ଜମି ଦେଲେ ଶିଖ ବ୍ୟକ୍ତି

ମୁଜାଫରନଗର: ମସଜିଦ ନିର୍ମାଣ ପାଇଁ ଜାଗା ଦେଲେ ଉତ୍ତର ପ୍ରଦେଶ ମୁଜାଫରନଗରର ଶିଖ ଧର୍ମର ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି। ୫୫୦ ତମ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ସେ ତାଙ୍କର ଏକ ଜମି ମସଜିଦ୍ ନିର୍ମାଣ ଉଦ୍ଦେଶ୍ୟରେ ଦାନ କରିଛନ୍ତି। ରବିବାର ମୁଜାଫରନଗରର ପୁରକାଜି ସହରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସାମାଜିକ କର୍ମୀ ଶୁଖପଲ ସିଂହ ବେଦୀ ଏହି ଘୋଷଣା କରିଥିଲେ। ଏହାପରେ ୯୦୦ ବର୍ଗଫୁଟର ଜମିକୁ ନଗର ପଞ୍ଚାୟତର ଅଧ୍ୟକ୍ଷ […]

Jama_Masjid,_Delhi (1)

Subhransu Sekhar
  • Published: Monday, 25 November 2019
  • , Updated: 25 November 2019, 06:02 PM IST

ମୁଜାଫରନଗର: ମସଜିଦ ନିର୍ମାଣ ପାଇଁ ଜାଗା ଦେଲେ ଉତ୍ତର ପ୍ରଦେଶ ମୁଜାଫରନଗରର ଶିଖ ଧର୍ମର ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି। ୫୫୦ ତମ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ସେ ତାଙ୍କର ଏକ ଜମି ମସଜିଦ୍ ନିର୍ମାଣ ଉଦ୍ଦେଶ୍ୟରେ ଦାନ କରିଛନ୍ତି।

ରବିବାର ମୁଜାଫରନଗରର ପୁରକାଜି ସହରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସାମାଜିକ କର୍ମୀ ଶୁଖପଲ ସିଂହ ବେଦୀ ଏହି ଘୋଷଣା କରିଥିଲେ। ଏହାପରେ ୯୦୦ ବର୍ଗଫୁଟର ଜମିକୁ ନଗର ପଞ୍ଚାୟତର ଅଧ୍ୟକ୍ଷ ଜହୀର ଫରୋକିଙ୍କୁ ଦେଇଥିଲେ। ସୂଚନାଯୋଗ୍ୟ, ଏହି ସହରରେ ମୁସିଲମଙ୍କ ସଂଖ୍ୟା ଅଧିକ ରହିଛି।

ଗୁରୁ ନାନକଙ୍କ ଜୟନ୍ତୀ ଚାଲିଛି। ଏହି ଅବସରରେ ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ଦେବାକୁ ଯାଇ ଶୁଖପଲ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଶୁଖପଲଙ୍କ ଏହି ପଦକ୍ଷେପକୁ ଉଭୟ ଧର୍ମର ଲୋକମାନେ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି।

Related story