ଡମାସକସ୍: ପ୍ୟାରିସ ଆତଙ୍କବାଦୀ ଆକ୍ରମଣର ବଦଲା ନେଇଛି ଫ୍ରାନ୍ସ। ସିରିୟାରେ ଥିବା ଆଇଏସ୍ ଆଡ୍ଡାରେ ଫ୍ରାନ୍ସର ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଫ୍ରାନ୍ସର ଆକ୍ରମଣରେ ସିରିଆର ରକ୍କା ସହରରେ ଥିବା ଆଇଏସର ଏକ କମାଣ୍ଡ ସେଣ୍ଟର ଓ ଏକ ପ୍ରଶିକ୍ଷଣ ଶିବିର ଧ୍ୱଂସ ପାଇଯାଇଥିବା ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସିରିୟାର ପ୍ରାୟ ୧୬ଟି ସ୍ଥାନରେ ଆଜି ଆକାଶମାର୍ଗରୁ ବୋମାମାଡ଼ କରାଯାଇଥିବା ଫ୍ରାନ୍ସ କହିଛି। ସେପଟେ ପ୍ୟାରିସ୍ ଆକ୍ରମଣ ପରେ ସତର୍କ ହୋଇଛି ଭାରତ। ଦେଶରେ ଆଇଏସ୍ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ପ୍ରକାଶ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେଣୁ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଛି। ବିଭିନ୍ନ ରାଜ୍ୟରେ ଚାଲିଥିବା ବିଦେଶୀ କାର୍ଯ୍ୟକ୍ରମ, ପର୍ଯ୍ୟଟନ ସ୍ଥଳୀ, ବିଦେଶୀଙ୍କ ଯିବା ଆସିବା ସ୍ଥାନରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।