କୌଣସି ମୁହୂର୍ତ୍ତରେ ଏଲ୍‌ଓସିରେ ସ୍ଥିତି ବିଗିଡ଼ିପାରେ: ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ବୁଧବାର ସେନାଧ୍ୟକ୍ଷ ବିପିନ ରାୱତ କହିଛନ୍ତି ଜମ୍ମୁ-କଶ୍ମୀର ସୀମାବର୍ତ୍ତୀ ଏଲ୍ଓସିରେ ସ୍ଥିତି ଯେକୌଣସି ମୁହୂର୍ତ୍ତରେ ବିଗିଡ଼ିପାରେ। ତେବେ ଯେକୌଣସି ପରିସ୍ଥିତି ପାଇଁ ସେନା ପ୍ରସ୍ତୁତ ଥିବା କହିଛନ୍ତି। ଅଗଷ୍ଟ ମାସରେ ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରଠାରୁ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଲାଗି ରହିଥିବାବେଳେ ସେନାଧ୍ୟକ୍ଷ ଏହାକୁ ଲକ୍ଷ୍ୟ ରଖି ଏଭଳି ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ଡିସେମ୍ବର ୩୧ ତାରିଖରେ ଜେନେରାଲ ରାୱତ ସେନା ମୁଖ୍ୟ ଦାୟିତ୍ୱ ନେବା ପରେ ସୀମା […]

Gun

Subrat Kumar Nayak
  • Published: Wednesday, 18 December 2019
  • , Updated: 18 December 2019, 10:03 PM IST

ନୂଆଦିଲ୍ଲୀ: ବୁଧବାର ସେନାଧ୍ୟକ୍ଷ ବିପିନ ରାୱତ କହିଛନ୍ତି ଜମ୍ମୁ-କଶ୍ମୀର ସୀମାବର୍ତ୍ତୀ ଏଲ୍ଓସିରେ ସ୍ଥିତି ଯେକୌଣସି ମୁହୂର୍ତ୍ତରେ ବିଗିଡ଼ିପାରେ। ତେବେ ଯେକୌଣସି ପରିସ୍ଥିତି ପାଇଁ ସେନା ପ୍ରସ୍ତୁତ ଥିବା କହିଛନ୍ତି।

ଅଗଷ୍ଟ ମାସରେ ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରଠାରୁ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଲାଗି ରହିଥିବାବେଳେ ସେନାଧ୍ୟକ୍ଷ ଏହାକୁ ଲକ୍ଷ୍ୟ ରଖି ଏଭଳି ମତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ଡିସେମ୍ବର ୩୧ ତାରିଖରେ ଜେନେରାଲ ରାୱତ ସେନା ମୁଖ୍ୟ ଦାୟିତ୍ୱ ନେବା ପରେ ସୀମା ପାର ଆତଙ୍କବାଦ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପଲିସିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆସନ୍ତା ୩୧ ତାରିଖରେ ସେ ଏହି ପଦରୁ ଅବସର ନେବାକୁ ଥିବାବେଳେ ସେ ନୂତନ ପଦବୀ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ପଦ ଗ୍ରହଣ କରିବା ନେଇ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, କଶ୍ମୀର ପ୍ରସଙ୍ଗରେ ସରକାର କଡ଼ା ନଜର ରଖିଛନ୍ତି। ପ୍ରତି ପଦକ୍ଷେପ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ପରିଚାଳନାରେ ନିଆଯାଉଛି। ଅନ୍ୟପକ୍ଷରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ୍‌ ରେଡ୍ଡୀ ସଂସଦରେ କହିଛନ୍ତି, ପାକିସ୍ତାନ ଏଲ୍‌ଓସିରେ ଅଗଷ୍ଟ ୨୦୧୯ରୁ ଅକ୍ଟୋବର ୨୦୧୯ ମଧ୍ୟରେ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅନ୍ୟପକ୍ଷରେ କୁହାଯାଉଛି ପାକିସ୍ତାନର ବର୍ଡର ଆକ୍ସନ୍‌ ଟିମ୍‌ ଲାଗାତାର ଭାରତୀୟ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍‌ କରିବାର ପ୍ରୟାସ କରିଆସୁଛି।

Related story