ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। କୁପୱାଡ଼ା ଜିଲ୍ଲାର କେରନ୍ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ବେଳେ ସେନାର ଗୁଳିମାଡ଼ରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣା ପରେ କୁପୱାଡ଼ା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି। ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରି ଯାଞ୍ଚ କରାଯାଉଛି। ପ୍ରଥମେ ସୀମାରେ ଅନୁପ୍ରବେଶ ବେଳେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଯବାନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁରକ୍ଷାବାହିନୀର ପାଟ୍ରୋଲିଂ ଗାଡ଼ି ଉପରେ ପ୍ରବଳ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। […]

Kashmir1

Kashmir1

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 10:36 PM IST

Sports

Latest News

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। କୁପୱାଡ଼ା ଜିଲ୍ଲାର କେରନ୍ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ବେଳେ ସେନାର ଗୁଳିମାଡ଼ରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣା ପରେ କୁପୱାଡ଼ା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି। ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରି ଯାଞ୍ଚ କରାଯାଉଛି।

ପ୍ରଥମେ ସୀମାରେ ଅନୁପ୍ରବେଶ ବେଳେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଯବାନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁରକ୍ଷାବାହିନୀର ପାଟ୍ରୋଲିଂ ଗାଡ଼ି ଉପରେ ପ୍ରବଳ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ଯାହାର କଡ଼ା ଜବାବ ଦେଇଥିଲା ସେନା। ଆଜିର ଏନ୍‌କାଉଣ୍ଟରକୁ ମିଶାଇ ଗତ ୨ ସପ୍ତାହରେ ୨୧ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos