ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ୬ ଜଣ ବିଚାରପତିଙ୍କୁ ଏକାସଙ୍ଗରେ ସ୍ୱାଇନ ଫ୍ଲୁ ଆକ୍ରାନ୍ତ କରିଛି। ଏଥିଯୋଗୁ ସେମାନେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି। ଆଜି ସୁପ୍ରିମକୋର୍ଟର ଜଣେ ବିଚାରପତି ଏକଥା କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି କୋର୍ଟ ପ୍ରୋସେଡିଂ ବେଳେ କହିଛନ୍ତି ଯେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ସହ ବୈଠକ କରିଛନ୍ତି। ଏହି ସମୟରେ ଆମର ୬ ଜଣ ସହଯୋଗୀ ଏଚ୍‌୧ଏନ୧ ଭାଇରସରେ ଆକ୍ରାନ୍ତ […]

e

Hemant Lenka
  • Published: Tuesday, 25 February 2020
  • , Updated: 25 February 2020, 02:12 PM IST

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ୬ ଜଣ ବିଚାରପତିଙ୍କୁ ଏକାସଙ୍ଗରେ ସ୍ୱାଇନ ଫ୍ଲୁ ଆକ୍ରାନ୍ତ କରିଛି। ଏଥିଯୋଗୁ ସେମାନେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି। ଆଜି ସୁପ୍ରିମକୋର୍ଟର ଜଣେ ବିଚାରପତି ଏକଥା କହିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି କୋର୍ଟ ପ୍ରୋସେଡିଂ ବେଳେ କହିଛନ୍ତି ଯେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ସହ ବୈଠକ କରିଛନ୍ତି। ଏହି ସମୟରେ ଆମର ୬ ଜଣ ସହଯୋଗୀ ଏଚ୍‌୧ଏନ୧ ଭାଇରସରେ ଆକ୍ରାନ୍ତ ଥିବା କଥା ତାଙ୍କୁ ଜଣାଇଥିଲୁ।  ଏବେ ସେହି ଭାଇରସ ଯେମିତି ଅନ୍ୟମାନଙ୍କୁ ନ ବ୍ୟାପିବ ସେଥିପାଇଁ ଆକ୍ରାନ୍ତ ହୋଇଥିବା ୬ ଜଣ ବିଚାରପତି ଘରେ ରହିଛନ୍ତି।

ବୈଠକରେ ଜଷ୍ଟିସ୍‌ ବୋବଡେ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏଥିସହ ଆଇନଜୀବୀମାନଙ୍କୁ ଯେମିତି ଏହି ଭାଇରସ ସଂକ୍ରମିତ ନ କରିବ, ସେଥିପାଇଁ ବାର ଆସୋସିଏନ୍‌ ସମସ୍ତ ପ୍ରକାରର ବ୍ୟବସ୍ଥା ଆପଣାଇବା ଦରକାର ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି।

ଆଜି କୋର୍ଟ କାର୍ଯ୍ୟ ବେଳେ ଜଷ୍ଟିସ ସଞ୍ଜୀବ ଖାନ୍ନା ମାସ୍କ ଲାଗଇ କାମ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଛନ୍ତି, “ଏହି ସମସ୍ୟାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ ସଭାପତିଙ୍କ ସହ ବୈଠକ ହୋଇଛି।

ଜୁଡିସିଆଲ କନଫରେନ୍ସରେ କିଛି ବିଦେଶୀ ପ୍ରତିନିଧି ମଣ୍ଡଳୀ ଯୋଗ ଦେଇଥିଲେ। ସେମାନେ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ। ସେଠାରୁ ହିଁ ଏହା ବିଚାରପତିମାନଙ୍କ ଶରୀରକୁ ବ୍ୟାପିଛି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାବରୀମାଲା ମାମଲାର ଶୁଣାଣି କରୁଥିବା ୯ ଜଣିଆ ଖଣ୍ଡପୀଠରେ ଥିବା ଦୁଇ ଜଣ ବିଚାରପତି ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି।

Related story