୧୩୦ କିଲୋମିଟରରୁ ଅଧିକ ବେଗରେ ଚାଲୁଥିବା ଟ୍ରେନରୁ ହଟିବ ଏସି ନଥିବା ବଗି

ନୂଆଦିଲ୍ଲୀ: ରେଳ ଯାତ୍ରୀ କିଭଳି ଶ୍ରୀଘ୍ର ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ସେ ନେଇ ରେଳ ମନ୍ତ୍ରାଳୟ ଏକ ଯୋଜନା କରିଛି। ଏଣିକି ଘଣ୍ଟା ପ୍ରତି ୧୩୦ କିଲୋମିଟରରୁ ୧୬୦ କିଲୋମିଟର ବେଗରେ ଯାଉଥିବା ମେଲ / ଏକ୍ସପ୍ରେସ ଟ୍ରେନରୁ ଏସି ନଥିବା ବଗି ହଟିବ। ଅର୍ଥାତ୍ ସ୍ଲିପର ଏବଂ ସାଧାରଣ ବଗି ରହିବ ନାହିଁ। ଅର୍ଥାତ୍ ଏବେ ଏସିରେ ଯାତ୍ରା ପାଇଁ ଯାତ୍ରୀଙ୍କ ଭଡ଼ା ମଧ୍ୟ ବଢ଼ିବ। ରେଳବାଇ ବିଭାଗ କହିଛି ଯେ ମେଲ୍ ଏବଂ ଏକ୍ସପ୍ରେସ୍ […]

train

Subhransu Sekhar
  • Published: Sunday, 11 October 2020
  • , Updated: 11 October 2020, 08:40 PM IST

ନୂଆଦିଲ୍ଲୀ: ରେଳ ଯାତ୍ରୀ କିଭଳି ଶ୍ରୀଘ୍ର ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ସେ ନେଇ ରେଳ ମନ୍ତ୍ରାଳୟ ଏକ ଯୋଜନା କରିଛି। ଏଣିକି ଘଣ୍ଟା ପ୍ରତି ୧୩୦ କିଲୋମିଟରରୁ ୧୬୦ କିଲୋମିଟର ବେଗରେ ଯାଉଥିବା ମେଲ / ଏକ୍ସପ୍ରେସ ଟ୍ରେନରୁ ଏସି ନଥିବା ବଗି ହଟିବ। ଅର୍ଥାତ୍ ସ୍ଲିପର ଏବଂ ସାଧାରଣ ବଗି ରହିବ ନାହିଁ। ଅର୍ଥାତ୍ ଏବେ ଏସିରେ ଯାତ୍ରା ପାଇଁ ଯାତ୍ରୀଙ୍କ ଭଡ଼ା ମଧ୍ୟ ବଢ଼ିବ।

ରେଳବାଇ ବିଭାଗ କହିଛି ଯେ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ୧୩୦ କିଲୋମିଟର କିମ୍ବା ଅଧିକ ବେଗରେ ଚାଲୁଥିବାବେଳେ ଅଣ-ଏସି କୋଚ୍ ପାଇଁ ବୈଷୟିକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ପରୀକ୍ଷାମୂଳକ ଭାବରେ ଟ୍ରେନରୁ ନନ ଏସି କୋଚ ବାହାର କରିବାକୁ ରେଳାବାଇ ବିଭାଗ ଚିନ୍ତା କରିଛି। ତେଣୁ ଏବେ ଏହି ଟ୍ରେନ ଗୁ଼ଡ଼ିକରେ ଅଧିକରୁ ଅଧିକ ଏସି କୋଚ୍ ବା ବଗି ଲଗାଇବାକୁ ରେଳ ବିଭାଗ ଯୋଜନା କରିଛି। ଏମିତି ହେଲେ ଯାତ୍ରୀଙ୍କ ଯାତ୍ରା ଆରାମଦାୟକ ହେବ ବୋଲି ଜଣାପଡ଼ିଛି।

ପର୍ଯ୍ୟାୟକ୍ରମେ ଏଭଳି ହେବ ବୋଲି ଜଣାପଡ଼ିଛି। ପରୀକ୍ଷାମୂଳକ ଭାବରେ ଯେଉଁସବୁ ଟ୍ରେନ ଚାଲିବ ସେଥିରୁ ସମସ୍ୟା ଚିହ୍ନଟ କରି ଆଗାମୀ ଦିନରେ ସମସ୍ୟାର ସମାଧାନ କରାଯିବ ବୋଲି ରେଳବିଭାଗ ଯୋଜନା କରିଛି।

Related story