ଜିଏସ୍‌ଟି ପୂର୍ବରୁ ପିପିଏଫ୍‌ ଓ ସୁକନ୍ୟା ସମୃଦ୍ଧି ଯୋଜନା ନିବେଶକାରୀଙ୍କୁ ଝଟକା

ଆଉ କିଛି ଘଣ୍ଟା ପରେ ଦେଶରେ ଲାଗୁ ହୋଇଯିବ ଜିଏସ୍‌ଟି। ଏଥିପାଇଁ ଅବଗନନା ଆରମ୍ଭ ହୋଇଗଲାଣି। ତେବେ ଜିଏସ୍‌ଟି ଆସିବା ପୂର୍ବରୁ ଲୋକ ଭବିଷ୍ୟ ନିଧି (ପିପିଏଫ୍‌), କିସାନ ବିକାଶ ପତ୍ର ଓ ସୁକନ୍ୟା ସମୃଦ୍ଧି ଯୋଜନା ନିବେଶକାରୀଙ୍କୁ ଝଟକା ଲାଗିଛି। କାରଣ ଏହି ଯୋଜନାଗୁଡିକ ଉପରେ ସରକାର ୦.୧ ପ୍ରତିଶତ ସୁଧ କମାଇ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପିପିଏଫ୍‌ରେ ୭.୯ ପ୍ରତିଶତ, କିସାନ ବିକାଶ ପତ୍ରରେ ୭.୬ ପ୍ରତିଶତ ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୪ […]

sukanya

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 09:41 PM IST

ଆଉ କିଛି ଘଣ୍ଟା ପରେ ଦେଶରେ ଲାଗୁ ହୋଇଯିବ ଜିଏସ୍‌ଟି। ଏଥିପାଇଁ ଅବଗନନା ଆରମ୍ଭ ହୋଇଗଲାଣି। ତେବେ ଜିଏସ୍‌ଟି ଆସିବା ପୂର୍ବରୁ ଲୋକ ଭବିଷ୍ୟ ନିଧି (ପିପିଏଫ୍‌), କିସାନ ବିକାଶ ପତ୍ର ଓ ସୁକନ୍ୟା ସମୃଦ୍ଧି ଯୋଜନା ନିବେଶକାରୀଙ୍କୁ ଝଟକା ଲାଗିଛି। କାରଣ ଏହି ଯୋଜନାଗୁଡିକ ଉପରେ ସରକାର ୦.୧ ପ୍ରତିଶତ ସୁଧ କମାଇ ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ପିପିଏଫ୍‌ରେ ୭.୯ ପ୍ରତିଶତ, କିସାନ ବିକାଶ ପତ୍ରରେ ୭.୬ ପ୍ରତିଶତ ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୪ ପ୍ରତିଶତ ସୁଧ ମିଳୁଥିଲା। ୦.୧ ପ୍ରତିଶତ ସୁଧ କମିବା ପରେ ଏବେ ପିପିଏଫ୍‌ରେ ୭.୮, କିସାନ ବିକାଶ ପତ୍ରରେ ୭.୫ ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୩ ପ୍ରତିଶତ ସୁଧ ମିଳିବ।

ଅର୍ଥ ମନ୍ତ୍ରାଳୟ ନୋଟିଫିକେସନ ଅନୁସାରେ କିସାନ ବିକାଶ ପତ୍ରରେ ୭.୫ ପ୍ରତିଶତ ସୁଧ ମିଳିବ ଓ ଏହା ୧୧୫ ମାସରେ ମାଚ୍ୟୁର ହେବ।

ସରକାରଙ୍କ ଏହି ପଦକ୍ଷେପକୁ କିଛି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହୁଥିବା ବେଳେ ଆଉ କିଛି ଏହାକୁ ସରକାରଙ୍କ ସାହାସିକ ପଦକ୍ଷେପ ବୋଲି କହିଛନ୍ତି।

Related story