ନୂଆଦିଲ୍ଲୀ: ସୁଇଚ୍ ଅନ୍ ଅବସ୍ଥାରେ ସ୍ମାର୍ଟ ଫୋନ୍ ମନୁଷ୍ୟର ମସ୍ତିଷ୍କ ପ୍ରତି ପ୍ରତିକୂଳ ପ୍ରଭାବ ପକାଇ ଥାଏ। ଆମେ ବିଭିନ୍ନ ସମୟରେ ଏ ସଂପର୍କରେ ଲେଖା ପଢ଼ିଛେ। କିନ୍ତୁ ଏବେ ଗବେଷଣାରୁ ଆଉ ଏକ ନୂଆ କଥା ଜଣାପଡ଼ିଛି। କେବଳ ସୁଇଚ୍ ଅନ୍ ନୁହେଁ, ସୁଇଚ୍ ଅଫ୍ ଅବସ୍ଥାରେ ମଧ୍ୟ ସ୍ମାର୍ଟ ଫୋନ୍ ମସ୍ତିଷ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଏ। ଗବେଷଣାରେ କୁହାଯାଇଛି ସୁଇଚ୍ ଅଫ୍ ଥିବା ସ୍ମାର୍ଟ ଫୋନ୍ ମସ୍ତିଷ୍କର ଅତି ନିକଟରେ ଥିଲେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟର ମେକ୍କାମ୍ବ ସ୍କୁଲ୍ ଅଫ୍ ବିଜନେସ୍ ପକ୍ଷରୁ ଏହି ଗବେଷଣା କରାଯାଇଥିଲା।
ଗବେଷକମାନେ କହିଛନ୍ତି, ଦୁଇଟି ପୃଥକ ପୃଥକ ଗବେଷଣାରୁ ଜଣାପଡ଼ିଛି ଯେ କୌଣସି ବ୍ୟକ୍ତି ବାରମ୍ବାର ତାଙ୍କ ସ୍ମାର୍ଟ ଫୋନ୍ ଚେକ୍ କରୁ ନ ଥିଲେ ମଧ୍ୟ ପ୍ରତିକୂଳ ପ୍ରଭାବର ଶିକାର ହୋଇଥାଆନ୍ତି। ପାଖରେ ସ୍ମାର୍ଟ ଫୋନ୍ର କେବଳ ଉପସ୍ଥିତି ବି ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।