ଦିନେ ସ୍ମୃତି ଇରାନୀଙ୍କ ରୋଜଗାର ଥିଲା ୨୦୦ ଟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅମେଠି ଲୋକସଭା ଆସନରୁ ଲଢୁଛନ୍ତି ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସ୍ମୃତି ଇରାନୀ ହେଉଛନ୍ତି ପ୍ରଥମ ମହିଳା ମାନବ ସମ୍ୱଳ ମନ୍ତ୍ରୀ। ଏହାପରେ ତାଙ୍କୁ ଟେକ୍ସଟାଇଲ୍‌ ମନ୍ତ୍ରଣାଳୟର ମନ୍ତ୍ରୀ ପଦ ମିଳିଥିଲା। ତେବେ ଆସନ୍ତୁ ଜାଣିବା ରାଜନୀତିକୁ ଆସିବା ପୂର୍ବରୁ ସ୍ମୃତିଙ୍କର ଜୀବନ କିପରି ଥିଲା। ୪୩ ବର୍ଷୀୟ ସ୍ମୃତି ଇରାନୀ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ […]

smruti

smruti

Puspanjali Panda
  • Published: Tuesday, 30 April 2019
  • Updated: 30 April 2019, 05:58 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅମେଠି ଲୋକସଭା ଆସନରୁ ଲଢୁଛନ୍ତି ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସ୍ମୃତି ଇରାନୀ ହେଉଛନ୍ତି ପ୍ରଥମ ମହିଳା ମାନବ ସମ୍ୱଳ ମନ୍ତ୍ରୀ। ଏହାପରେ ତାଙ୍କୁ ଟେକ୍ସଟାଇଲ୍‌ ମନ୍ତ୍ରଣାଳୟର ମନ୍ତ୍ରୀ ପଦ ମିଳିଥିଲା। ତେବେ ଆସନ୍ତୁ ଜାଣିବା ରାଜନୀତିକୁ ଆସିବା ପୂର୍ବରୁ ସ୍ମୃତିଙ୍କର ଜୀବନ କିପରି ଥିଲା।

୪୩ ବର୍ଷୀୟ ସ୍ମୃତି ଇରାନୀ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଥିଲେ। ସ୍ମୃତିଙ୍କର ଜନ୍ମ ଦିଲ୍ଲୀର ଗୋଟିଏ ମଧ୍ୟବିତ୍ତ ପରିବାରରେ । ସ୍ମୃତି ବେଶି ପାଠ ପଢିବାର ସୁଯୋଗ ପାଇ ନ ଥିଲେ। ଦଶମ  ପରେ ସେ ବିୟୁଟି ପ୍ରଡକ୍ଟର ମାର୍କେଟିଂ କରୁଥିଲେ। ଏହା ବଦଳରେ ତାଙ୍କୁ ମାସିକ ୨୦୦ ଟଙ୍କା ମିଳୁଥିଲା।

ପ୍ରଡକ୍ଟର ମାର୍କେଟିଂ କରୁଥିବା ସ୍ମୃତି ୧୯୯୮ରେ ମିସ୍‌ ଇଣ୍ଡିଆ କଣ୍ଟେଷ୍ଟରେ ଭାଗ ନେଇ ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏହାପରେ ସେ ମୁମ୍ୱାଇ ଚାଲି ଆସିଥିଲେ ଓ ମ୍ୟାକ୍‌ଡୋନାଲ୍ଡସ୍‌ରେ କାମ କରିଥିଲେ।

୨୦୦୧ରେ ବିବାହ କରିଥିଲେ ସ୍ମୃତି 
ଟିଭି ଇଣ୍ଡଷ୍ଟ୍ରିକୁ ଆସିବା ପରେ ୨୦୦୧ରେ ସ୍ମୃତି ପାରସୀ ବ୍ୟବସାୟୀ ଜୁବିନ ଇରାନୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି। ସ୍ମୃତି ଅଭିନେତ୍ରୀ ନୀଲମ୍‌ କୋଠାରୀଙ୍କୁ ରିପ୍ଲେସ୍‌ କରି 'ଓହୋ ଲା ଲା ଲା' ଶୋ ହୋଷ୍ଟ୍‌ କରିଥିଲେ। ଏହାପରେ ତାଙ୍କୁ ଏକତା କପୁରଙ୍କର ସିରିଏଲ୍‌ ‘କ୍ୟୁଁକି ସାସ୍‌ ଭୀ କଭୀ ବହୁ ଥି..’ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହି ସିରିଏଲ୍‌ ସ୍ମୃତିଙ୍କୁ ଘରେ ଘରେ ପରିଚିତ କରାଇ ଦେଲା । ଏହା ବ୍ୟତୀତ ସ୍ମୃତି ‘ୟେ ହେ ଜଲବା’ ଶୋକୁ ମଧ୍ୟ କରୁଥିଲେ। ଏହାପରେ ଆସିଲେ ରାଜନୀତିକୁ।

ରାଜନୀତିରେ ସ୍ମୃତି 
୨୦୦୩ରେ ସ୍ମୃତି ଇରାନୀ ରାଜନୀତିରେ ସାମିଲ ହୋଇଥିଲେ। ତାଙ୍କୁ ମହାରାଷ୍ଟ୍ରର ୟୁଥ୍‌ ୱିଙ୍ଗର ଉପାଧ୍ୟକ୍ଷ କରାଯାଇଥିଲା। ୨୦୦୪ରେ ସ୍ମୃତି କଂଗ୍ରେସ ନେତା କପିଲ ସିବ୍ବଲଙ୍କ ସହିତ ନିର୍ବାଚନ ଲଢ଼ି ହାରିଥିଲେ। ଏହା ପରେ ତାଙ୍କୁ ବିଜେପିର କେନ୍ଦ୍ରିୟ ସମିତିର ଏକ୍‌ଜ୍ୟୁଟିଭ୍‌ ମେମ୍ୱର ପଦ ମିଳିଥିଲା।

୨୦୧୦ରେ ସ୍ମୃତି ପାର୍ଟିର ରାଷ୍ଟ୍ରୀୟ ସଚିବ ଏବଂ ମହିଳା ୱିଙ୍ଗର ଅଧ୍ୟକ୍ଷ ହୋଇଥିଲେ। ଏହାପରେ ୨୦୧୪ରେ ସେ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ଅମେଠିରେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନରେ ହାରି ଯାଇଥିଲେ ମଧ୍ୟ ସେ ରାହୁଲ ଗାନ୍ଧିଙ୍କୁ କଡ଼ା ଟକ୍କର ଦେଇଥିଲେ।

ସ୍ମୃତି ଇରାନୀ ହେଉଛନ୍ତି ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ସର୍ବ କନିଷ୍ଠ ମହିଳା ସଦସ୍ୟ। ୨୦୧୧ରେ ସ୍ମୃତିଙ୍କୁ ରାଜ୍ୟସଭା ପଠା ଯାଇଥିଲା। ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ସେ କୋଇଲା ଓ ଷ୍ଟିଲ୍‌ କମିଟିର ସଦସ୍ୟ ମଧ୍ୟ ଥିଲେ। ୨୦୧୨ରେ ସେ ବିଜେପିର ଉପାଧ୍ୟକ୍ଷ ହୋଇଥିଲେ ଏବଂ ୨୦୧୪ରେ ସେ ମାନବ ସମ୍ୱଳ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ସବୁବେଳେ ବିବାଦ ଘେରରେ ରହୁଥିଲେ ସ୍ମୃତି ଇରାନୀ
ଅନେକ ସମୟରେ ସ୍ମୃତି ଇରାନୀ ବିବାଦରେ ଘେରି ହୋଇ ରହିଥାନ୍ତି। ପ୍ରଥମ ବିବାଦ ତାଙ୍କର ଶିକ୍ଷାକୁ ନେଇ ହୋଇଥିଲା। ତାଙ୍କର ଶିକ୍ଷା ମନ୍ତ୍ରୀ ହେବା ପାଇଁ ଯୋଗ୍ୟତା ନାହିଁ ବୋଲି ବିରୋଧୀମାନେ ଦାବି କରିଥିଲେ। ୨୦୦୪ ଓ ୨୦୧୪ ନିର୍ବାଚନରେ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତାର ସୂଚନା ଦେଇଥିବାରୁ ଏହି ବିଦାଦ ମୁଣ୍ଡ ଟେକିଥିଲା।

ଉତ୍ତରପ୍ରଦେଶର ଅମେଠିରୁ ରାହୁଲ ଗାନ୍ଧି ଲଗାତାର ୩ ଥର ସାଂସଦ ରହି ସାରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ୪୦୮୬୫୧ ଖଣ୍ଡ ଭୋଟ ମିଲିଥିଲା ଏବଂ ସ୍ମୃତି ଇରାନୀଙ୍କୁ ୩୦୦୭୪ ଖଣ୍ଡ ଭୋଟ ମିଳିଥିଲା। ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ମଧ୍ୟ ସ୍ମୃତିଙ୍କୁ ହାରିବାରୁ ପଡ଼ିଥିଲା।

ତେବେ ଅମେଠି ଲୋକସଭା ଆସନରେ ୫ଟି ବିଧାନସଭା ଆସନ ରହିଛି। ସେଥିରେ ଅମେଠି ଜିଲ୍ଲାର ତିଲୋଇ,ଜଗଦୀଶପୁର,ଅମେଠି ଓ ଗୈରିଗଞ୍ଜ ସିଟ୍‌ ସାମିଲ ହୋଇ ରହିଛି। ଏହା ସହିତ ରାୟବରେଲି ଜିଲ୍ଲାର ସଲୋନ ବିଧାନସଭା ଆସନ ଅମେଠି ଲୋକସଭା ଅଧିନରେ ରହିଛି। ଏହାର ରାଜନୈତିକ ଇତିହାସ ଦେଖିଲେ ୨୦୧୭ ବିଧାନସଭା ନିର୍ବାଚନରେ ଏହି ୫ଟି ଆସନରୁ  ୪ ଟି ଆସନକୁ ବିଜେପି ନିଜ ହାତକୁ ନେଇଥିଲା ଏବଂ ଗୋଟିଏ ସିଟ୍‌ ସମାଜବାଦୀ ପାର୍ଟିକୁ ହାତକୁ ଯାଇଥିଲା। ସମାଜବାଦୀ ପାର୍ଟି ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରି ନିର୍ବାଚନ ଲଢ଼ିଥିଲେ ମଧ୍ୟ ଜିତିବା କଷ୍ଟକର ହୋଇଥିଲା। ସମାଜବାଦୀ ପାର୍ଟିକୁ ଗୈରୀଗଞ୍ଜ ସିଟ୍‌ ମିଳିଥିଲେ ମଧ୍ୟ କଂଗ୍ରେସକୁ ଗୋଟିଏ ହେଲେ ସିଟ୍‌ ମିଳିନଥିଲା।

ତେଣୁ ବିଧାନସଭା ନିର୍ବାଚନ ଫଳଫଳକୁ ଦେଖି ଏହି ଆସନରୁ ସ୍ମୃତି ଜିତିବେ ବୋଲି ଦଳ ଆଶା ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story