ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ଏବଂ ଟେକ୍ସଟାଇଲ ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଇନ୍ଷ୍ଟାଗ୍ରାମ ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି। ସ୍ମୃତିଙ୍କ ଇନ୍ଷ୍ଟାଗ୍ରାମକୁ ୫ ଲକ୍ଷ ଲୋକ ଅନୁସରଣ କରୁଛନ୍ତି। ସେମାନଙ୍କୁ ସ୍ମୃତି ସର୍ବଦା ବିଭିନ୍ନ ଫଟୋ, ମିମ ଏବଂ ଲେଖା ଦ୍ୱାରା ଏଣ୍ଟରଟେନ୍ କରିଥିବାର ନଜିର ରହିଛି। ଆଜି ସକାଳେ କିନ୍ତୁ ସ୍ମୃତି ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ତାହା ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅତୀତ ଓ ବର୍ତ୍ତମାନର ସ୍ମୃତି ଇରାନୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ସେ ଫଟୋରେ ଦର୍ଶାଇଛନ୍ତି। ସ୍ମୃତି ଇରାନୀ ତାଙ୍କ ପୂରୁଣା ଫଟୋ ସହ ବିଜେପି ସାଂସଦ ଦର୍ଶନ ଜରଦୋଶଙ୍କ ଫଟୋ ମଧ୍ୟ ଛାଡ଼ିଛନ୍ତି।
ଗୋଟିଏ ଫଟୋ ଅତୀତର ହୋଇଥିବା ବେଳେ ଅନ୍ୟଟି ଏବେକାର ବୋଲି ଜଣାପଡ଼ିଛି । ଏହି ପୋଷ୍ଟରେ ସ୍ମୃତି ଲେଖିଛନ୍ତି ଯେ 'କ୍ୟା ସେ କ୍ୟା ହୋ ଗୟା ଦେଖତେ ଦେଖତେ'। ଏହି ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା ୬୦ ହଜାର ଲାଇକ୍ ମିଳିଥିବା ବେଳେ ଶହଶହ ସଂଖ୍ୟାରେ ଶେୟାର ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାମ୍ବାଦିକ ମୁକେଶଙ୍କ ହତ୍ୟା ଘଟଣାରେ ଟ୍ୱିଷ୍ଟ; ସଂପର୍କୀୟ ଭାଇ ଗିରଫ
ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ରିତେଶ ସହିତ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ଦୀନେଶ ଚନ୍ଦ୍ରକାର ମଧ୍ୟ ଅଛନ୍ତି।
National
ଘାଟି ତଳକୁ ଖସି ପଡ଼ିଲା ସେନା ଟ୍ରକ୍; ୪ ଯବାନ ମୃତ, ୫ ଆହତ
ଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
National
ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ଜାଣନ୍ତୁ, କେଜ୍ରିୱାଲଙ୍କ ବିରୋଧରେ କାହାକୁ ଟିକେଟ ଦେଲା
ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି।
Guest Column
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଗ୍ରଗତି, ଊର୍ଦ୍ଧ୍ୱଗତି ଓ ରାଷ୍ଟ୍ରଭକ୍ତି
ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂରଣ କରୁଛି। ବ୍ରିଟିଶ୍ ଶାସନ ସମୟରେ ଯେତେବେଳେ ଦେଶରେ ସ୍ୱାଧୀନତା ସଂଗ୍ରାମ ପାଇଁ ସଜବାଜ ବ୍ୟାପକ ହେଉଥିଲା ସେହି ସମୟରେ ୧୯୨୫ରେ ହିନ୍ଦୁ ସାଂସ୍କୃତିକ ଓ ସାମାଜିକ ସଂଗଠନଗୁଡ଼ିକୁ ନୂଆରୂପ ଦେବା ପାଇଁ ଆରଏସଏସର ସ୍ଥାପନା କରାଯାଇଥିଲା।
National
୧୮ ବର୍ଷରୁ କମ୍ ପିଲାଙ୍କୁ କଟକଣା, ସୋଶାଲ ମିଡିଆ ଆକାଉଣ୍ଟ ପାଇଁ ଆବଶ୍ୟକ ପଡ଼ିବ ଅନୁମତି
ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି।