ଏସଏନ୍ ଶ୍ରୀବାସ୍ତବ ଦିଲ୍ଲୀର ନୂଆ ପୁଲିସ କମିଶନର

ନୂଆଦିଲ୍ଲୀ: ଦିଲ୍ଲୀର ଆଗାମୀ ପୁଲିସ କମିଶନର ହେବେ ଏସଏନ୍ ଶ୍ରୀବାସ୍ତବ। ବର୍ତ୍ତମାନର ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହୋଇଥିଲା। ହେଲେ କେନ୍ଦ୍ର ସରକାର ଅମୂଲ୍ୟଙ୍କ କାର୍ଯ୍ୟକାଳ ଫେବୃଆରୀ ୨୯ ଯାଏ ବଢ଼ାଇ ଦେଇଥିଲେ। ଶ୍ରୀବାସ୍ତବଙ୍କ କାର୍ଯ୍ୟକାଳ ୩୦ ଜୁନ୍ ୨୦୨୧ ଯାଏ ରହିଛି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା। ଏବେ ସ୍ଥିତି ଶାନ୍ତ ରହିଛି। […]

sn srivastava

Subhransu Sekhar
  • Published: Friday, 28 February 2020
  • , Updated: 28 February 2020, 02:22 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଆଗାମୀ ପୁଲିସ କମିଶନର ହେବେ ଏସଏନ୍ ଶ୍ରୀବାସ୍ତବ। ବର୍ତ୍ତମାନର ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହୋଇଥିଲା। ହେଲେ କେନ୍ଦ୍ର ସରକାର ଅମୂଲ୍ୟଙ୍କ କାର୍ଯ୍ୟକାଳ ଫେବୃଆରୀ ୨୯ ଯାଏ ବଢ଼ାଇ ଦେଇଥିଲେ। ଶ୍ରୀବାସ୍ତବଙ୍କ କାର୍ଯ୍ୟକାଳ ୩୦ ଜୁନ୍ ୨୦୨୧ ଯାଏ ରହିଛି।

ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା। ଏବେ ସ୍ଥିତି ଶାନ୍ତ ରହିଛି। ହିଂସା ବେଳେ ଏସଏନ ଶ୍ରୀବାସ୍ତବଙ୍କୁ ସ୍ପେଶାଲ ପୁଲିସ କମିଶନର ଭାବେ ନିଯୁକ୍ତ କରିଥିଲେ କେନ୍ଦ୍ର ସରକାର। ୧୯୮୫ ମସିହାର ଏହି ଆଇପିଏସ ଅଫିସର ଜମ୍ମୁ କଶ୍ମୀରରେ ଅପରେଶନ ଅଲ୍ ଆଉଟ୍ ବେଳେ ଆର୍ମି ସହିତ ମିଶି ହିଜବୁଲ୍ଲ ମୁଜାହିଦ୍ଦିନଙ୍କୁ ନିପାତ କରିଥିଲେ।

ଏବେ ଦିଲ୍ଲୀ ପୁଲିସର ଆତଙ୍କବାଦୀ ନିରୋଧୀ ସେଲର ବିଶେଷ ଅଧିକାରୀ ଭାବରେ ମଧ୍ୟ ଶ୍ରୀବାସ୍ତବ କାମ କରୁଛନ୍ତି। ଏହା ପୂର୍ବରୁ ସିଆରପିଏଫର ଓ୍ୱେଷ୍ଟର୍ଣ୍ଣ ଜୋନର ଏଡିଜି ମଧ୍ୟ ଥିଲେ ଶ୍ରୀବାସ୍ତବ। ସିଆରପିଏଫର ଏଡିଜି ଥିବା ବେଳେ ଜମ୍ମୁ କଶ୍ମୀରରୁ ଆତଙ୍କବାଦୀ ନିପାତ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ।

Related story