ମାଆକୁ କାମୁଡ଼ିଲା ସାପ; ଝିଅର ଜୀବନ ବି ଚାଲିଗଲା

ମୁଜାଫରନଗର: ଜଣେ ୨୫ ବର୍ଷୀୟ ମହିଳାଙ୍କୁ ସାପ କାମୁଡ଼ି ଦେଲା। ସେ ତ ମରିଗଲେ, କିନ୍ତୁ ସେ ମରିବା ପୂର୍ବରୁ ତାଙ୍କର ଦୁଇ ବର୍ଷର ଝିଅର ଜୀବନ ମଧ୍ୟ ଚାଲିଗଲା। କାରଣ ସାପ କାମୁଡ଼ିବାର ପ୍ରାୟ ଦୁଇ ଘଣ୍ଟା ପରେ ସେ ତାଙ୍କ ଝିଅକୁ ସ୍ତନପାନ କରାଇଥିଲେ। ଏ ଦୁଃଖଦ ଘଟଣା ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ଅନ୍ତର୍ଗତ ମଣ୍ଡଲା ଗାଁରେ। କେମିତି ଘଟିଲା ଏ ଘଟଣା? ପୋଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଗତ ଗୁରୁବାର […]

snake

snake

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 04:25 PM IST

Sports

Latest News

ମୁଜାଫରନଗର: ଜଣେ ୨୫ ବର୍ଷୀୟ ମହିଳାଙ୍କୁ ସାପ କାମୁଡ଼ି ଦେଲା। ସେ ତ ମରିଗଲେ, କିନ୍ତୁ ସେ ମରିବା ପୂର୍ବରୁ ତାଙ୍କର ଦୁଇ ବର୍ଷର ଝିଅର ଜୀବନ ମଧ୍ୟ ଚାଲିଗଲା। କାରଣ ସାପ କାମୁଡ଼ିବାର ପ୍ରାୟ ଦୁଇ ଘଣ୍ଟା ପରେ ସେ ତାଙ୍କ ଝିଅକୁ ସ୍ତନପାନ କରାଇଥିଲେ। ଏ ଦୁଃଖଦ ଘଟଣା ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ଅନ୍ତର୍ଗତ ମଣ୍ଡଲା ଗାଁରେ।

କେମିତି ଘଟିଲା ଏ ଘଟଣା?

ପୋଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଗତ ଗୁରୁବାର ସକାଳେ ଘଟିଛି।  ସାଜିଦ ଅହମ୍ମଦଙ୍କ ପତ୍ନୀ ପରବୀନ ସେହି ଦିନ ଭୋର୍ ପ୍ରାୟ ୪ଟାରୁ ଉଠି ଖାଇବା ପ୍ରସ୍ତୁତ କରୁଥିଲେ। ସେହି ସମୟରେ ହଠାତ୍ ତାଙ୍କ ହାତରେ ସାପ କାମୁଡ଼ି ଦେଲା। ତେବେ ସାପ କାମୁଡ଼ି ଦେଇଛି ବୋଲି ସେ ଜାଣି ପାରିଲେନି। ପରିବାର ଲୋକେ କୌଣସି ସରିସୃପ କାମୁଡ଼ି ଦେଇଥିବ ଭାବି ସାପ ଚୋଟ ମାରିଥିବା ସ୍ଥାନରେ ବ୍ୟାଣ୍ଡେଜ୍ କରି ଦେଲେ। ସେମାନେ ଡାକ୍ତରଙ୍କ ସାହାଯ୍ୟ ନେଲେ ନାହିଁ। ଏହି ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ପରବୀନ ତାଙ୍କ ଝିଅକୁ ସ୍ତନପାନ କରାଇଥିଲେ। ତାଙ୍କଠୁ କ୍ଷୀର ପିଇବା ପରେ ସଙ୍ଗେ ସଙ୍ଗେ ଝିଅଟି ଅସୁସ୍ଥ ହୋଇପଡ଼ିଲା। ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଗଲେ। ସେଠାରେ ତାର ମୃତ୍ୟୁ ହୋଇଗଲା। ଏହାର କିଛି ସମୟ ପରେ ପରବୀନ ମଧ୍ୟ ଅଚେତ ହୋଇପଡ଼ିଲେ। ତାଙ୍କୁ ବି ଡାକ୍ତରଖାନା ନିଆଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରବୀନଙ୍କ ଦିଅର ସଳମାନ ଅହମଦ କହିଛନ୍ତି,“ଭାଉଜଙ୍କ କ୍ଷତ ସ୍ଥାନରେ ଆମେ ବ୍ୟାଣ୍ଡେଜ୍ କରି ଦେଇଥିଲୁ। ସାପ କାମୁଡ଼ି ଥିବା ନେଇ କୌଣସି ଲକ୍ଷଣ ତାଙ୍କଠାରେ ଦେଖିବାକୁ ମିଳି ନଥିଲା। ପୁଣି ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେ ଚଳଚଞ୍ଚଳ ଥିଲେ। ତେଣୁ ବିଷ ଧାରଣ କରୁ ନଥିବା କୌଣସି ସାଧାରଣ ସରିସୃପ ତାଙ୍କୁ କାମୁଡ଼ି ଥିବ ବୋଲି ଆମେ ସମସ୍ତେ ଭାବି ନେଇଥିଲୁ।”

ପରିବାର ଲୋକେ ସାପ କାମୁଡ଼ି ଥିବାର ଲକ୍ଷଣକୁ ଅପେକ୍ଷା ନ କରି ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ତାଙ୍କ ଜୀବନ ବଞ୍ଚିବା ସହିତ ତାଙ୍କ ଝିଅର ଜୀବନ ବି ବଞ୍ଚି ଯାଇଥାଆନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story