Advertisment

ପ୍ରବଳ ତୁଷାରପାତ, ହିମାଚଳରେ ଯାତାୟତ ଠପ୍‌

ନୂଆଦିଲ୍ଲୀ: ଉତ୍ତର ଭାରତରେ ଚିନ୍ତା ବଢ଼ାଇଛି ତୁଷାରପାତ। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ପାଇଛି। ରାସ୍ତାରେ ବରଫ ଜମା ହୋଇ ରହିଥିବାରୁ ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। କଶ୍ମୀରରେ କିଛି ଦିନ ଧରି ଲାଗିରହିଛି ଏଭଳି ଅବସ୍ଥା। ସେପଟେ ହିମାଚଳରେ ୫ଟି ଜିଲ୍ଲା ଶିମଲା, ଚମ୍ବା, କୁଲୁ, ଲାହୁଲ-ସ୍ପିତି ଓ କିନ୍ନୌର ଭଳି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ହାଇଆଲର୍ଟ […]

ପ୍ରବଳ ତୁଷାରପାତ, ହିମାଚଳରେ ଯାତାୟତ ଠପ୍‌

snow

Advertisment

ନୂଆଦିଲ୍ଲୀ: ଉତ୍ତର ଭାରତରେ ଚିନ୍ତା ବଢ଼ାଇଛି ତୁଷାରପାତ। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ପାଇଛି। ରାସ୍ତାରେ ବରଫ ଜମା ହୋଇ ରହିଥିବାରୁ ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି।

Advertisment

କଶ୍ମୀରରେ କିଛି ଦିନ ଧରି ଲାଗିରହିଛି ଏଭଳି ଅବସ୍ଥା। ସେପଟେ ହିମାଚଳରେ ୫ଟି ଜିଲ୍ଲା ଶିମଲା, ଚମ୍ବା, କୁଲୁ, ଲାହୁଲ-ସ୍ପିତି ଓ କିନ୍ନୌର ଭଳି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ବରଫ ଅତଡା ଖସିବା ଆଶଙ୍କା କରି ଲୋକଙ୍କୁ ଉଚ୍ଚ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ମଧ୍ୟ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ହିମପାତ ସହ ବର୍ଷା ସମ୍ଭାବନା ମଧ୍ୟ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ସେହିପରି ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବରଫ ସଫା କରାଯାଉଛି। ବାରମୁଳା-ଶ୍ରୀନଗର ରାସ୍ତାରେ ମଧ୍ୟ ପ୍ରବଳ ତୁଷାରପାତ ଯୋଗୁ ବନ୍ଦ ରହିଛି।

ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ମାଇନସକୁ ଖସିଆସିଛି। ଗତକାଲିଠାରୁ ଶ୍ରୀନଗର ବିମାନବନ୍ଦରରୁ କୌଣସି ବି ବିମାନ ଚଳାଚଳ କରିପାରିନାହିଁ। ଶ୍ରୀନଗର ବିମାନବନ୍ଦରରେ ଅବତରଣ କରିବାକୁ ଥିବା ପ୍ରାୟ ୨୭ଟିରୁ ୧୫ଟି ଫ୍ଲାଇଟ ବାତିଲ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe