ପୃଥିବୀ ଉପରକୁ ମାଡ଼ଇ ଆସୁଛି ମହାବିପତ୍ତି। ଏହି ବିପତ୍ତିଟି ହେଉଛି ସୋଲାର ଝଡ଼। ୪୮ ଘଣ୍ଟା ମଧ୍ୟରେ ଏହା ପୃଥିବୀକୁ ଧକ୍କା ଦେବ। ଏହାର ପ୍ରଭାବରେ ପୃଥିବୀର ଅଧାରୁ ଅଧିକ ଅଂଶରେ ଇଣ୍ଟରନେଟ୍ ସେବା ଅଚଳ ହୋଇଯିବ। ବିଶେଷ କରି ସାଟେଲାଇଟ୍ ଆଧାରିତ ସେବା, ଯେପରିକି ମୋବାଇଲ ସିଗନାଲ, କେବୁଲ ନେଟୱାର୍କ ଓ ଜିପିଏସ୍ ନେଭିଗେସନ ଆଦି ଠପ୍ ହୋଇଯିବ। ଏପରି ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ।
ବୈଜ୍ଞାନିକଙ୍କ ଅନୁସାରେ, ସୂର୍ଯ୍ୟରେ ଏକ Coronal hole ହେବ। ଏଥିରୁ ବହୁଳ ମାତ୍ରାରେ ଉର୍ଜା ବା ଶକ୍ତି ବାହାରିବ। ଏଥିରେ Cosmic କିରଣ ବି ରହିଥିବ। ଯାହା ପୃଥିବୀରେ Tech blackout କରିଦେବାର ଆଶଙ୍କା ସୃଷ୍ଟି କରିଛି।
କୁହାଯାଉଛି, ଏହି ସୋଲାର ଝଡ଼ ପୃଥିବୀର ସୋଲାର ଡେକ୍ସର ଅଧା ଅଂଶକୁ କାଟି ଏକ ବଡ଼ ଗର୍ତ୍ତ କରିଦେବ। ଏହି ଗର୍ତ୍ତ ଜରିଆରେ ସୂର୍ଯ୍ୟରୁ ପୃଥିବୀ ମଧ୍ୟକୁ ଗରମ ପବନର ଝଡ଼ ପ୍ରବେଶ କରିବ।
National Ocean and Atmosphere Association ପକ୍ଷରୁ କୁହାଯାଇଛି, ଏହି ସୋଲାର ଝଡ଼ G-1 କ୍ୟାଟାଗୋରିର। ଅର୍ଥାତ ଏହି ଝଡ଼ ହାଲକା ହେବ। ତଥାପି ଏହାଦ୍ୱାରା ବହୁତ କ୍ଷତି ହୋଇପାରେ।
ବୈଜ୍ଞାନିକଙ୍କ ମତରେ G-1 ଶ୍ରେଣୀ ଝଡ଼ରେ ପାୱାର ଗ୍ରେଡ ଉପରେ ଅଧିକ ପ୍ରଭାବ ପଡ଼ିଥାଏ। Migratory Birds ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ।
ଏହି ଝଡ଼ର ଅଧିକ ପ୍ରଭାବ ଆମେରିକା ଓ ଇଂଲଣ୍ଡ ଉପରେ ପଡ଼ିବାର ଆଶଙ୍କା ରହିଛି।