ନୂଆଦିଲ୍ଲୀ: ସୋମା ରୟ ବର୍ମନ ହୋଇଛନ୍ତି ଦେଶର ୨୪ତମ ମହାଲେଖାଗାର। ୧୯୮୬ ମସିହା ବ୍ୟାଚର ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ବାବଦରେ ସୂଚନା ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ। ଦେଶର ସପ୍ତମ ମହିଳା ଭାବରେ ସୋମା ରୟ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି। ଆଜି ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି।
https://twitter.com/ANI/status/1201065967117168641
ଏହା ପୂର୍ବରୁ ସୋମା ରୟ ବର୍ମନ ଅତିରିକ୍ତ ମହାଲେଖା ନିୟନ୍ତ୍ରକ ପଦବୀରେ ଥିଲେ। ଚଳିତ ମାସରୁ ସେ ତାଙ୍କର କାର୍ଯ୍ୟ ଆରମ୍ଭ ହୋଇଛି। ୩୩ ବର୍ଷର କ୍ୟାରିଅରରେ ସେ ଗୃହ ମନ୍ତ୍ରଣାଳୟ, ସୂଚନା ପ୍ରସାରଣ ମନ୍ତ୍ରଣାଳୟ, ଉଦ୍ୟୋଗ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଏବଂ ନୌବାହନ, ସଡକ ପରିହନ ମନ୍ତ୍ରଣାଳୟର ବିଭିନ୍ନ ପଦବୀରେ ସେ କାର୍ଯ୍ୟ କରିଥିଲେ।