ସୋମାଲିଆ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୦୦ ଟପିଲା

ନୂଆଦିଲ୍ଲୀ: ସୋମାଲିଆ ରାଜଧାନୀ ମୋଗାଦିଶୁରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୩୦୦ ଟପିଛି ଓ ୨୫୦ ଆହତ ହୋଇଛନ୍ତି। ଏହାକୁ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରିଛନ୍ତି ସୋମାଲିଆ ସରକାର। ଏଥିପାଇଁ ରାଷ୍ଟ୍ରପତି ମହମ୍ମଦ ଅବବ୍ଦୁଲାଇ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏଭଳି ଦୁର୍ଦ୍ଦିନରେ କେନିଆ, ତୁର୍କି ସମେତ ବିଭିନ୍ନ ରାଷ୍ଟ୍ର ସୋମାଲିଆକୁ ସାହାଯ୍ୟର ହାତ ବଢ଼ାଇଛନ୍ତି।  ଏଭଳି ଘଟଣା ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ଅଲ୍ ସବାବ୍ । ଶନିବାର ଦିନ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 10:38 PM IST

Sports

Latest News

ନୂଆଦିଲ୍ଲୀ: ସୋମାଲିଆ ରାଜଧାନୀ ମୋଗାଦିଶୁରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୩୦୦ ଟପିଛି ଓ ୨୫୦ ଆହତ ହୋଇଛନ୍ତି। ଏହାକୁ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରିଛନ୍ତି ସୋମାଲିଆ ସରକାର। ଏଥିପାଇଁ ରାଷ୍ଟ୍ରପତି ମହମ୍ମଦ ଅବବ୍ଦୁଲାଇ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏଭଳି ଦୁର୍ଦ୍ଦିନରେ କେନିଆ, ତୁର୍କି ସମେତ ବିଭିନ୍ନ ରାଷ୍ଟ୍ର ସୋମାଲିଆକୁ ସାହାଯ୍ୟର ହାତ ବଢ଼ାଇଛନ୍ତି।  ଏଭଳି ଘଟଣା ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ଅଲ୍ ସବାବ୍ ।

ଶନିବାର ଦିନ ଜନଗହଳିପୂର୍ଣ୍ଣ ସହର ମୋଗାଦିଶୁରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିପୁଳ ପରିମାଣର ବିସ୍ଫୋରକ ବୋଝେଇ କାର୍ ପଶିଥିଲା ସହରର ମୁଖ୍ୟ ଭାଗକୁ। ରେ ଥିଲେ ସାଧାରଣ ଲୋକଙ୍କୁ ଟାଗେର୍ଟ କରି କାର୍ ପଶିଥିଲା ନିକଟରେ ଥିବା ଏକ ହୋଟେଲ ଭିତରକୁ। ଏହାପରେ ବିସ୍ଫୋରଣ ହୋଇଥିଲା। ସେହିପରି ସହରର ଅନ୍ୟ ଏକ ସ୍ଥାନରେ ବି ବିସ୍ଫୋରଣ ଘଟିଛିା ସୋମାଲିଆ ସରକାର ଇସଲାମିକ ଅଲ୍ ସବାବ ସଂଗଠନକୁ ନଷ୍ଟ କରିବା ପାଇଁ ଆମେରିକା ସହ ମିଶି ଯୋଜନା ଚଳାଉଥିବାରୁ ଏହି ସଙ୍ଗଠନ ବିସ୍ଫୋରଣ ଘଟାଇଥିବା ଜଣାପଡ଼ିଛି। ତେବେ ୨୦୦୭ ପରେ ଦେଶରେ ଏହା ସବୁଠାରୁ ବଡ଼ ଏବଂ ଭୟାନକ ବିସ୍ଫୋରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos