ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଥିବା ଲଦାଖର ଏହି ଯୁବ ସାଂସଦଙ୍କ ବିଷୟରେ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ବିରୋଧ କରି ବିରୋଧୀ ଓ ସରକାରଙ୍କ ମଧ୍ୟରେ ସଂସଦରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧୀକୁ ଏହାର କଡ଼ା ଜବାବ ଦେବାକୁ ଯାଇ ଲଦାଖ ସାଂସଦ ଜାମୟାଙ୍ଗ୍‌ ସେରିଙ୍ଗ୍‌ ନମଗ୍ୟାଲ୍‌ ନିଜର ଓଜସ୍ୱୀ ଭାଷଣରେ ସାରା ସଂସଦକୁ ସ୍ତବ୍ଧ କରିଦେଇଥିଲେ। ସଂସଦରେ ଜାମୟାଙ୍ଗଙ୍କର ଏହି ଭାଷଣ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହା ସହିତ ଜାମୟାଙ୍ଗଙ୍କର ପ୍ରଭାବୀ ଭାଷଣ ପାଇଁ ସେ ସାରା ଦେଶରେ ପରିଚିତ ହେବା […]

jamiyang

jamiyang

Puspanjali Panda
  • Published: Thursday, 08 August 2019
  • Updated: 08 August 2019, 02:28 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ବିରୋଧ କରି ବିରୋଧୀ ଓ ସରକାରଙ୍କ ମଧ୍ୟରେ ସଂସଦରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧୀକୁ ଏହାର କଡ଼ା ଜବାବ ଦେବାକୁ ଯାଇ ଲଦାଖ ସାଂସଦ ଜାମୟାଙ୍ଗ୍‌ ସେରିଙ୍ଗ୍‌ ନମଗ୍ୟାଲ୍‌ ନିଜର ଓଜସ୍ୱୀ ଭାଷଣରେ ସାରା ସଂସଦକୁ ସ୍ତବ୍ଧ କରିଦେଇଥିଲେ।

ସଂସଦରେ ଜାମୟାଙ୍ଗଙ୍କର ଏହି ଭାଷଣ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହା ସହିତ ଜାମୟାଙ୍ଗଙ୍କର ପ୍ରଭାବୀ ଭାଷଣ ପାଇଁ ସେ ସାରା ଦେଶରେ ପରିଚିତ ହେବା ସହିତ ଲୋକପ୍ରିୟ ମଧ୍ୟ ହୋଇପାରିଛନ୍ତି। ତାଙ୍କ ଭାଷଣ ଏତେ ପ୍ରଭାବଶାଳୀ ଥିଲା ଯେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର୍‌ ହ୍ୟାଣ୍ଡଲରୁ ଜାମୟାଙ୍ଗଙ୍କ ଭାଷଣକୁ ଶେଆର୍‌ କରିଛନ୍ତି। ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସଂସଦରେ ଜାମୟାଙ୍ଗଙ୍କ ଭାଷଣର ପ୍ରଶଂସା କରିଥିଲେ।

https://twitter.com/narendramodi/status/1158703283327778816

ସଂସଦରେ ଭାଷଣ ଦେଇ ଲୋକପ୍ରିୟ ହୋଇଥିବା ଲଦାଖର ଏହି ବିଜେପି ସାଂସଦଙ୍କ ବିଷୟରେ ବର୍ତ୍ତମାନ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

କିଏ ଜାମୟାଙ୍ଗ୍‌ ସେରିଙ୍ଗ୍‌ ନମଗ୍ୟାଲ୍‌ ଜାଣନ୍ତୁ ?

୧. ଜାମୟାଙ୍ଗ୍‌ ସେରିଙ୍ଗ୍‌ ନମଗ୍ୟାଲ୍‌ ୧୯୮୫ ମସିହା ୪ ଅଗଷ୍ଟରେ ଲଦାଖର ମାଥୋ ଗାଁରେ ଜନ୍ମ ହୋଇଥିଲେ। ସେ ଜମ୍ମୁ ୟୁନିଭର୍ସିଟିରୁ ଗ୍ରାଜୁଏସନ୍‌ କରିଛନ୍ତି। ସେଠାରେ ସେ ଜଣେ ଛାତ୍ର ନେତା ଥିଲେ। ୨୦୧୧-୧୨ ମସିହାରେ ସେ ଲଦାଖର ଛାତ୍ର ସଂଗଠନ ଏବଂ ଲଦାଖ ଷ୍ଟୁଡେଣ୍ଟ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଥିଲେ।

୨. ୩୪ ବର୍ଷୀୟ ଜାମୟାଙ୍ଗ୍‌ ସେରିଙ୍ଗ୍‌ ନମଗ୍ୟାଲ୍‌ ଲଦାଖର ଲେହର ଭାଜପା ଅଫିସର କେଆର୍‌ ଟେକର୍‌ ଥିଲେ। ତୃଣମୂଳ ସ୍ତରରେ ସେ ତାଙ୍କର ରାଜନୀତିକ ଜୀବନ ଆରମ୍ଭ କରିଥିଲେ।

୩. ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଜାମିୟାଙ୍ଗ୍‌ କହିଛନ୍ତି, ୨୦୧୨ରେ ସେ ଯେତେବେଳେ ଜମ୍ମୁରେ ଥିଲେ, ସେହିଁ ସମୟରେ ସେ ବିଜେପିର ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ। ଏହାପରେ ସେ ଲେହ ଚାଲି ଯାଇଥିଲେ। ସେଠାରେ ସେ ଭାଜପାର ଜିଲ୍ଲା କାର୍ଯ୍ୟାଳୟର ସଚିବ ହୋଇଥିଲେ। ଯାହା ଅଫିସର ସବୁଠାରୁ ଛୋଟ ପଦବୀ ଥିଲା। ଜିଲ୍ଲା କାର୍ଯ୍ୟାଳୟକୁ ଆସୁଥିବା ନିରକ୍ଷର ଲୋକଙ୍କ ପାଇଁ ଜାମିୟାଙ୍ଗ୍‌ ଆବେଦନ ପତ୍ର ଲେଖୁଥିଲେ। ଧୀରେ ଧୀରେ ସେ ପାର୍ଟିର ପ୍ରବକ୍ତା ହୋଇଥିଲେ ଏବଂ ନିଜର କାମ ପାଇଁ ଲୋକଙ୍କ ମନ ଜିତି ପାରିଥିଲେ। ଏହାପରେ ସେ ବିଜେପି ଟିକେଟରେ ଲଢ଼ି ସାଂସଦ ହୋଇଥିଲେ।

୪. ଲଦାଖକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପାଇଁ ଜାମୟାଙ୍ଗ୍‌ ଓ ଲଦାଖର ଲୋକ ଅନେକ ବର୍ଷ ଧରି ଅପେକ୍ଷା କରି ରହିଥିଲେ। ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେଲେ ସେଠାକାର ଲୋକମାନଙ୍କୁ କେଉଁ ସବୁ ସୁବିଧା ମିଳିବ, ସେକଥା ଜଣାଇବା ପାଇଁ ସେ ଘର ଘର ବୁଲି ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ। ତେଣୁ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପାଇଁ ଜାମିୟାଙ୍ଗଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story