Advertisment

EVM ବଦଳରେ ବ୍ୟାଲଟ୍ ପେପର୍‌ ବ୍ୟବହାର ଲାଗି ଦାବି

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସୋମବାର ମୁଖ୍ୟ  ନିର୍ବାଚନ କମିଶନ ଡାକିଥିବା ଏକ ସର୍ବଦଳୀୟ ବୈଠକରେ ଇଭିଏମ୍ ଓ ଭିଭିପ୍ୟାଟ୍‌ ସ୍ଲିପ୍‌କୁ ନେଇ ଆଲୋଚନା କରାଯାଇଛି। ଏହି ବୈଠକରେ ବିଭିନ୍ନ ରାଜନୀତିକ ଦଳ ନିଜର ମତ ରଖିଥିଲେ। ଇଲେକ୍‌ଟ୍ରନିକ୍ ଭୋଟିଂ ମେସିନ୍‌କୁ ଟ୍ୟାମ୍ପରିଂ କରାଯିବା ଆଶଙ୍କା ରହୁଥିବାରୁ ପୁଣିଥରେ ବ୍ୟାଲଟ୍ ପେପରରେ ମତଦାନ କରିବା ପାଇଁ ତୃଣମୂଳ କଂଗ୍ରେସ ସମେତ କେତେକ ଦଳ ବୈଠକରେ ଦାବି କରିଥିଲେ। ଭିଭିପ୍ୟାଟ କ୍ଷେତ୍ରରେ […]

ଅଦ୍ୟତନ ହୋଇଛି
EVM ବଦଳରେ ବ୍ୟାଲଟ୍ ପେପର୍‌ ବ୍ୟବହାର ଲାଗି ଦାବି

ec

Advertisment

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସୋମବାର ମୁଖ୍ୟ  ନିର୍ବାଚନ କମିଶନ ଡାକିଥିବା ଏକ ସର୍ବଦଳୀୟ ବୈଠକରେ ଇଭିଏମ୍ ଓ ଭିଭିପ୍ୟାଟ୍‌ ସ୍ଲିପ୍‌କୁ ନେଇ ଆଲୋଚନା କରାଯାଇଛି।

Advertisment

ଏହି ବୈଠକରେ ବିଭିନ୍ନ ରାଜନୀତିକ ଦଳ ନିଜର ମତ ରଖିଥିଲେ। ଇଲେକ୍‌ଟ୍ରନିକ୍ ଭୋଟିଂ ମେସିନ୍‌କୁ ଟ୍ୟାମ୍ପରିଂ କରାଯିବା ଆଶଙ୍କା ରହୁଥିବାରୁ ପୁଣିଥରେ ବ୍ୟାଲଟ୍ ପେପରରେ ମତଦାନ କରିବା ପାଇଁ ତୃଣମୂଳ କଂଗ୍ରେସ ସମେତ କେତେକ ଦଳ ବୈଠକରେ ଦାବି କରିଥିଲେ।

ଭିଭିପ୍ୟାଟ କ୍ଷେତ୍ରରେ ଅତି କମ୍‌ରେ ୩୦ ପ୍ରତିଶତ ଇଭିଏମ୍‌ର କ୍ରସ୍‌ ଚେକିଂ ପାଇଁ ମଧ୍ୟ କଂଗ୍ରେସ୍ ଦାବି କରିଥିଲା।

Advertisment

କିନ୍ତୁ ଅନ୍ୟ କେତେକ ଦଳ ଏହାକୁ ଜୋର୍‌ଦାର ବିରୋଧ କରିଥିଲେ। ପୁଣିଥରେ ବ୍ୟାଲଟ୍ ପେପର୍‌ରେ ମତଦାନ କରାଗଲେ ବୁଥ କ୍ୟାପଚରିଂ ଓ ଅନ୍ୟାନ୍ୟ ଅନିୟମିତତା ବଢ଼ିବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ।  ଏହି ବୈଠକରେ ବିଜେଡି ମଧ୍ୟ ଇଭିଏମ୍‌ ସପକ୍ଷରେ ମତ ଦେଇଥିଲା।

ଅନ୍ୟପଟେ ଇଭିଏମ୍‌ରେ ମତଦାନ ନେଇ ଆଉ ପଛକୁ ଫେରିବାର ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ସ୍ପଷ୍ଟ କରି ଦେଇଛନ୍ତି।

ବୈଠକରେ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ୍  ନିଜ ମତ ରଖିଛନ୍ତି। ସମସ୍ତଙ୍କ ଅଭିଯୋଗ ଓ ମତାମତର ତର୍ଜମା କରି ଚୂଡାନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe