ଶ୍ୱଶୁର-ବୋହୂ ମଧ୍ୟରେ ଅନୈତିକ ସମ୍ପର୍କ ସନ୍ଦେହ, ବାପକୁ ମାରିଲା ପୁଅ

ନୂଆଦିଲ୍ଲୀ: ଦୀପାବଳି ଦିନ ସମସ୍ତେ ମସଗୁଲ ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ୬୦ ବର୍ଷୀୟ ବାପାକୁ ପୁଅ ହାତୁଡ଼ିରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଅ ଏଭଳି ଚରମ ପଦକ୍ଷେପ ନେବା ପଛର କାରଣ ତାଙ୍କ ସ୍ତ୍ରୀ ସହିତ ବାପାର ଅନୈତିକ ସମ୍ପର୍କ ବୋଲି ସୂଚନା ରହିଛି। ପୁଲିସ ଏବେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ଏଥିସହ ହତ୍ୟାରେ ବ୍ୟବହୃତ ଜିନିଷକୁ […]

murder delhi

Subhransu Sekhar
  • Published: Monday, 16 November 2020
  • , Updated: 16 November 2020, 11:41 AM IST

ନୂଆଦିଲ୍ଲୀ: ଦୀପାବଳି ଦିନ ସମସ୍ତେ ମସଗୁଲ ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ୬୦ ବର୍ଷୀୟ ବାପାକୁ ପୁଅ ହାତୁଡ଼ିରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଅ ଏଭଳି ଚରମ ପଦକ୍ଷେପ ନେବା ପଛର କାରଣ ତାଙ୍କ ସ୍ତ୍ରୀ ସହିତ ବାପାର ଅନୈତିକ ସମ୍ପର୍କ ବୋଲି ସୂଚନା ରହିଛି। ପୁଲିସ ଏବେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ଏଥିସହ ହତ୍ୟାରେ ବ୍ୟବହୃତ ଜିନିଷକୁ ମଧ୍ୟ ପୁଲିସ ଜବତ କରିଛି।

ଦ୍ୱାରକା ଜିଲ୍ଲା ଉତ୍ତମ ନଗରର ଓମ ବିହାରରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଦିଲୀପ ଏବଂ ସେ ତାଙ୍କର ଦୁଇ ପୁଅ ଏବଂ ବୋହୂଙ୍କ ସହ ରହୁଥିଲେ। ଏହି ସମୟରେ, ତାଙ୍କ ବଡ ପୁଅ ଅଓ୍ୱଘେଶ ଜଣେ ଶ୍ରମିକ। ଏବେ କିଛି ଦିନ ହେବ ସେ ବେରୋଜଗାର ଥିଲେ।

ପୁଲିସ କହିଛି ଯେ ଦିଲୀପଙ୍କ ବଡ ପୁଅ ସନ୍ଦେହ କରିବା ପରେ ତାଙ୍କ ସ୍ତ୍ରୀଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏଥିସହ ଦିପାବଳୀରେ ତାଙ୍କ ସାନ ଭାଇ ମଧ୍ୟ ଘରୁ ବାହାରକୁ ଯାଇଥିଲା। ପରେ ସେ ହତ୍ୟା ପାଇଁ ଯୋଜନା କରିଥିଲେ।

ମୃତଙ୍କ ସାନ ପୁଅ ଘରକୁ ଫେରିବା ପରେ ଦେଖିଥିଲେ ତାଙ୍କ ବାପାଙ୍କ ମୃତ ଶରୀର। ଏହାପରେ ସେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫୋରେନସିକ୍ ଯାଞ୍ଚ ପରେ ଶବ ବ୍ୟବଚ୍ଛେଦ କରିଛି।

 

ଆଗକୁ ପଢ଼ନ୍ତୁ: ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କା

Related story