ଲାଭଜନକ ପଦବୀରେ ଥିବାରୁ ଡ୍ରାଭିଡଙ୍କୁ ନୋଟିସ୍, କଡ଼ା ପ୍ରତିକ୍ରିୟା ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ଦୁଇଟି ଲାଭଜନକ ପଦବୀ(କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ)ରେ ଥିବା ଅଭିଯୋଗରେ ବିସିସିଆଇ ରାହୁଲ ଡ୍ରାଭିଡଙ୍କୁ ନୋଟିସ ପଠାଇଛି। ବିସିସିଆଇର ଏଭଳି ନୋଟିସକୁ ନୂଆ ଫ୍ୟାଶନ ବୋଲି କହି ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗଲି ଟ୍ୱିଟ୍ କରି ଆଜି ବିସିସିଆଇକୁ କଡ଼ା ସମାଲୋଚନା କରିଛନ୍ତି। Really ?? Don’t know where it’s heading to.. u can’t get better […]

ganguly dravid harbhajan

Subhransu Sekhar
  • Published: Wednesday, 07 August 2019
  • , Updated: 07 August 2019, 01:41 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ଦୁଇଟି ଲାଭଜନକ ପଦବୀ(କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ)ରେ ଥିବା ଅଭିଯୋଗରେ ବିସିସିଆଇ ରାହୁଲ ଡ୍ରାଭିଡଙ୍କୁ ନୋଟିସ ପଠାଇଛି। ବିସିସିଆଇର ଏଭଳି ନୋଟିସକୁ ନୂଆ ଫ୍ୟାଶନ ବୋଲି କହି ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗଲି ଟ୍ୱିଟ୍ କରି ଆଜି ବିସିସିଆଇକୁ କଡ଼ା ସମାଲୋଚନା କରିଛନ୍ତି।

ନିକଟରେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ ଯେ ରାହୁଲ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ନିର୍ଦ୍ଦେଶକ ରହିବା ସହିତ ଇଣ୍ଡିଆ ସିମେଣ୍ଟର ଉପ-ସଭାପତି ରହିଛନ୍ତି। ବିସିସିଆଇର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି କ୍ରିକେଟର ଦୁଇଟି ପଦବୀରେ ରହିପାରିବେ ନାହିଁ। ସୂଚନାଯୋଗ୍ୟ,  ଇଣ୍ଡିଆ ସିମେଣ୍ଟ ଗ୍ରୁପ୍ ହେଉଛି ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଟିମର ପ୍ରାୟୋଜକ।

ଏହାପରେ ବିସିସିଆଇର ଏଥିକ୍ସ ଅଫିସର ପୂର୍ବତନ ବିଚାରପତି ଜଷ୍ଟିସ୍ ଡିକେ ଜୈନ୍ ରାହୁଲ ଡ୍ରାଭିଡଙ୍କୁ ନୋଟିସ ପଠାଇ ଅଗଷ୍ଟ ୧୬ ସୁଦ୍ଧା ହାଜର ହୋଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ତେବେ ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଡ୍ରାଭିଡ୍ ଏବଂ ଇଣ୍ଡିଆ ସିମେଣ୍ଟ ମଧ୍ୟରେ ଏକ ମିଳିତ ବୁଝାମଣା ପୂର୍ବରୁ ହୋଇସାରିଛି। ଯେତେଦିନ ପର୍ଯ୍ୟନ୍ତ ରାହୁଲ ଏନସିଏର ନିର୍ଦ୍ଦେଶକ ପଦବୀରେ ଥିବେ ସେତେ ଦିନ ପର୍ଯ୍ୟନ୍ତ ସେ ଇଣ୍ଡିଆ ସିମେଣ୍ଟର କୌଣସି ପଦବୀରେ ରହିବେ ନାହିଁ।

ଡ୍ରାଭିଡଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ଭିଭିଏସ ଲକ୍ଷ୍ଣଣ, ସୌରଭ ଗାଙ୍ଗୁଲି ମଧ୍ୟ ସମାନ ଅଭିଯୋଗର ସାମ୍ନା କରିଥିଲେ। ଏହାପରେ ସୌରଭ ଗାଙ୍ଗୁଲି ବିସିଆଇ ଉପରେ ଆଜି ଟ୍ୱିଟ୍ କରି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡ୍ରାଭିଡଙ୍କ ଭଳି ଜଣେ କିମ୍ବଦନ୍ତୀ କ୍ରିକେଟରଙ୍କୁ ଏଭଳି ଢଙ୍ଗରେ ଅପମାନିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ପୂର୍ବତନ କ୍ରିକେଟର ହରଭଜନ ସିଂହ ଗାଙ୍ଗୁଲିଙ୍କ ମନ୍ତବ୍ୟ ସହ ଏକମତ ହୋଇ ଏଭଳି ପଦକ୍ଷେପକୁ ନିନ୍ଦା କରିଛନ୍ତି।

Related story