ନୂଆଦିଲ୍ଲୀ: ଦିବ୍ୟା ସ୍ପନ୍ଦନା। ଦକ୍ଷିଣ ଭାରତୀୟ ଏହି ଚୁଲ୍ବୁଲି ଅଭିନେତ୍ରୀ ଜଣକ ଆଜି କଂଗ୍ରେସ ପାଇଁ ଭାରି ଆଦରଣୀୟ ହୋଇପଡିଛନ୍ତି। ଦେଶର ମୋଷ୍ଟ ଏଲିଜିବଲ ବ୍ୟାଚଲର ତଥା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏହି ଦକ୍ଷିଣୀ ଅଭିନେତ୍ରୀ ଜଣକ କୁଆଡେ ଭାରି ଖାସ୍। ଆଉ ସେଇ ଖାସ୍ ସମ୍ପର୍କ ପାଇଁ ଦିବ୍ୟା ଆଜି କଂଗ୍ରସ ଦଳର ଭରି ଆଦରଣୀୟା। ଦଳୀୟ ରାଜନୀତିରେ ସୋସିଆଲ ମିଡିଆର କ୍ରେଜ୍କୁ ଆଉ ଦି ପାଦ ଆଗକୁ ବଢାଇ ନେବାକୁ କୁଆଡେ ଖୋଦ୍ ରାହୁଲ ତାଙ୍କୁ ଦେଇଛନ୍ତି ଦାୟିତ୍ୱ ।
ନିକଟରେ ରାହୁଲଙ୍କ ଭାଷଣ ଉପରେ ଆଧାରିତ ‘‘ବିକାଶ ପାଗଳ ହୋଇଯାଇଛି” ଶିର୍ଷକରେ ଏକ ଟିପ୍ପଣୀ କୁଆଡେ ଭାରି ଜୋରରେ ଭାଇରାଲ ହୋଇଥିଲା। ଯାହାର ଶ୍ରେୟ ଯାଉଛି ଦିବ୍ୟାଙ୍କୁ। ଦିବ୍ୟାଙ୍କ ପରିଚାଳନରେ ସଙ୍ଗଠିତ ସୋସିଆଲ ମିଡିଆ ଟିମ୍ ଏହି ବର୍ତ୍ତଟିକୁ ବିଭିନ୍ନ ସାଇଡ୍ରେ ଅପଲୋଡ କରି ବିପୁଳ ପାଠକୀୟ ଆଦୃତି ପାଇଥିଲେ। ଯାହା ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ନିର୍ବାଚନରେ କଂଗ୍ରେସ ପାଇଁ ଲାଭଦାୟକ ହେବ ବୋଲି ଚର୍ଚ୍ଚା ହେଉଛି।
ମା’ଙ୍କ କଂଗ୍ରେସ ରାଜନୀତି ସହ ସମ୍ପୃକ୍ତି କାରଣରୁ ଅଭିନେତ୍ରୀ ଦିବ୍ୟା ୨୦୧୨ରେ ଦଳରେ ସାମିଲ ହୋଇଯାଇଥିଲେ। ୨୦୧୩ରେ କର୍ଣ୍ଣାଟକର ଏକ ଲୋକସଭା ଆସନରୁ ଉପନିର୍ବାଚନ ଜିତି ସାଂସଦ ହୋଇଥିଲେ। ସେ ସଂସଦ ଥିବା ସମୟରେ ଏକଦା ପାକିସ୍ଥାନ ଯାଇଥିଲେ । ସେଠାର “ପାକିସ୍ଥାନ ଭଲ, ନର୍କ ନୁହେଁ” ବୋଲି ମନ୍ତବ୍ୟ ଦେଇ ଦିବ୍ୟା ପାଲଟିଥିଲେ ଚର୍ଚ୍ଚିତ ଚେହେରା। ସେବେଠାରୁ ସେ କାଳେ ରାହୁଲଙ୍କ ପାଇଁ ଖାସ୍ ପାଲଟି ଯାଇଛନ୍ତି ବୋଲି କଥା ଉଠିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।