ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସ୍ପେଶାଲ ଟ୍ରିଟମେଣ୍ଟ: ମେନ୍ୟୁରେ ୩୦ ପ୍ରକାରର ସୁସ୍ୱାଦୁ ଖାଦ୍ୟ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପାଇଁ ମୋଦିଙ୍କ ସ୍ପେଶାଲ ଟ୍ରିଟମେଣ୍ଟ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ବୁଲେଟ୍‌ ଟ୍ରେନର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବା ପାଇଁ ସିଞ୍ଜୋ ପତ୍ନୀ ଅକିଙ୍କ ସହ ଭାରତ ଗସ୍ତରେ ଆସିଛନ୍ତି। ସେପଟେ ଅତିଥି ସତ୍କାରରେ ଯେମିତି କୌଣସି ଅସୁବିଧା ନ ହୁଏ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଖାସ କରି ସିଞ୍ଜୋଙ୍କ ଖାଇବା ପିଇବା ଉପରେ ସେ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 09:18 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପାଇଁ ମୋଦିଙ୍କ ସ୍ପେଶାଲ ଟ୍ରିଟମେଣ୍ଟ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ବୁଲେଟ୍‌ ଟ୍ରେନର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବା ପାଇଁ ସିଞ୍ଜୋ ପତ୍ନୀ ଅକିଙ୍କ ସହ ଭାରତ ଗସ୍ତରେ ଆସିଛନ୍ତି। ସେପଟେ ଅତିଥି ସତ୍କାରରେ ଯେମିତି କୌଣସି ଅସୁବିଧା ନ ହୁଏ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଖାସ କରି ସିଞ୍ଜୋଙ୍କ ଖାଇବା ପିଇବା ଉପରେ ସେ ଅଧିକ ଧ୍ୟାନ ଦେଇଛନ୍ତି। ସେ କଣ ଖାଇବେ, କଣ ନ ଖାଇବେ ସେ ସବୁ ନିସ୍ପତ୍ତି ମୋଦି ନିଜେ ନେଉଛନ୍ତି।

ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଅହମଦାବାଦର ପ୍ରସିଦ୍ଧ ଅଗଶିୟେ ରେଷ୍ଟୋରାଣ୍ଟରେ ରାତ୍ରୀ ଭୋଜନ ପାଇଁ 30 ପ୍ରକାରର ସୁସ୍ୱାଦୁ ଶାକାହାରି ଖାଦ୍ୟର ବ୍ୟବସ୍ଥା କରିଥିଲେ। ଏହିସବୁ ଖାଦ୍ୟ ଗୁଡ଼ିକରେ ଭାରତୀୟ ଖାଦ୍ୟ -ଖମନ,ଢୋକ୍ଲା, ରସପାତ୍ର,ଗୋଟା ଫ୍ରିଟରସ, ମୁଶୀ ରାଇସ, ସୌସି କଡି ,ଖେଚ଼ୁଡ଼ି, ଭକ୍ରି, ରୋଟ୍ଲା, ସ୍ୱାଦିଷ୍ଟ ଆଇଟମ ରହିଛି। ଏହାଛଡ଼ା ସେଭ-ଟମାଟୋ, ମିକ୍ସଡି ଭେଜିଟେବୁଲ, ଗାରଲିକି ପଟାଟୋ ଡିସ, ଡାଲ, ରହିଛି। ଏହି ଖାଦ୍ୟରେ ଖାଲି ଭାରତୀୟ ଛୁଙ୍କ ନୁହେଁ ଜାପାନ ଛୁଙ୍କ ବି ରହିଛି। ଜାପାନର ଅନେକ ସ୍ୱାଦିଷ୍ଟ ଖାଦ୍ୟ ସିଞ୍ଜୋଙ୍କ ଡିନର ମେନୁରେ ସାମିଲ କରିଛନ୍ତି ମୋଦି। ଏସବୁ ପରେ ବି ମସଲା ବଟର ମିଲ୍କ ସହିତ  ରାତ୍ରୀ ଭୋଜନ ସରିଥିଲା ବୋଲି କୁହାଯାଇଛି ।

ଗୁରୁବାର ମଧ୍ୟାନ ପାଇଁ ପୁଣିଥରେ ନିରାମିଶ ଭୋଜନର ଆୟୋଜନ କରିଛନ୍ତି ମୋଦି । କିନ୍ତୁ ଏହି ଭୋଜନରେ ସିଞ୍ଜୋଙ୍କ ପସନ୍ଦକୁ ଆଖି ଆଗରେ ରଖି ଜାପାନର ପାରମ୍ପରିକ ଖାଦ୍ୟ ଗୁ଼ଡ଼ିକୁ ମେନ୍ୟୁରେ ସାମିଲ କରାଯାଇଛି। ଡାକ୍ତରଙ୍କ ପରାମର୍ଶ ନେଇ ସିଞ୍ଜୋ ଆବେଙ୍କ ମନପସନ୍ଦର ଜାପାନୀ ଖାଦ୍ୟର ବନ୍ଦୋବସ୍ତ କରିଛନ୍ତି ମୋଦି। କୁହାଯାଏ ଜାପାନର ଏହି ପାରମ୍ପାରିକ ଖାଇବା ଶୈଳୀ ପାଇଁ ସେମାନଙ୍କ ଜୀବନ ସୀମା ଖୁବ ଲମ୍ବା ବୋଲି ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos