ଯୋଗୀଙ୍କୁ ୟୁପି ମୁଖ୍ୟମନ୍ତ୍ରୀ କରି ଭୁଲ୍ କଲେକି ମୋଦି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶର କୌରାନା ଓ ନୁରପୁର ଉପନିର୍ବାଚନରେ ଗୁରୁବାର ଫଳାଫଳ ପ୍ରକାଶ ପାଇଛି । ଦୁଇଟିଯାକ ଆସନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଏହା ପୂର୍ବରୁ ଗୋରଖପୁର ଓ ଫୁଲପୁରରେ ମଧ୍ୟ ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡିଥଲା। ଉପନିର୍ବାଚନରେ ବିଜେପିକୁ ଗୋଟିଏ ପରେ ଗୋଟିଏ ପରାଜୟ ଉତ୍ତରପ୍ରଦେଶର ଯୋଗୀ ସରକାର ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ବଡ ଝଟ୍‌କା ସାବ୍ୟସ୍ତ ହୋଇଛି। ଯେଉଁ ୟୁପିରେ ୨୦୧୪ […]

ih

ih

Rakesh Mallick
  • Published: Friday, 01 June 2018
  • Updated: 01 June 2018, 11:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶର କୌରାନା ଓ ନୁରପୁର ଉପନିର୍ବାଚନରେ ଗୁରୁବାର ଫଳାଫଳ ପ୍ରକାଶ ପାଇଛି । ଦୁଇଟିଯାକ ଆସନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଏହା ପୂର୍ବରୁ ଗୋରଖପୁର ଓ ଫୁଲପୁରରେ ମଧ୍ୟ ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡିଥଲା। ଉପନିର୍ବାଚନରେ ବିଜେପିକୁ ଗୋଟିଏ ପରେ ଗୋଟିଏ ପରାଜୟ ଉତ୍ତରପ୍ରଦେଶର ଯୋଗୀ ସରକାର ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ବଡ ଝଟ୍‌କା ସାବ୍ୟସ୍ତ ହୋଇଛି।

ଯେଉଁ ୟୁପିରେ ୨୦୧୪ ଲୋକସଭା ଏବଂ ଗୋଟିଏ ବର୍ଷ ପୂର୍ବ ଅର୍ଥାତ୍ ୨୦୧୭ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ଅଭୁତପୂର୍ବ ସଫଳତା ମିଳିଥିଲା, ବର୍ତ୍ତମାନ ସେହି ରାଜ୍ୟରେ ବିଜେପି ମଝି ନଈରେ ଫସିଥିବା ନଜର ଆସୁଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ଯେଉଁ ଐତିହାସିକ ସଫଳତା ମିଳିଥିଲା ବର୍ତ୍ତମାନ ସେଥିରେ ସନ୍ଦେହ ଆସିଲାଣି । ୨୦୧୭ ନିର୍ବାଚନରେ ବିଜେପି ୟୁପିରେ ୧୪ ବର୍ଷର କ୍ଷମତା ବିହୀନ ବନବାସ ସାରି ୩୨୫ ଆସନ ଜିତି ଏକ ଐତିହାସିକ ବିଜୟ ହାସଲ କରିଥିଲା। ବିଜେପି ପାଇଁ ଏହି କରିସ୍ମା ନରେନ୍ଦ୍ର ମୋଦିଙ୍କ ଚେହେରା ହିଁ ସାଜିଥିଲା। ବିଧାନସଭା ନର୍ବାଚନରେ ବିଜେପି ପକ୍ଷରୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କାରାଯାଇ ନଥିଲା, ହେଲେ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳୀୟ ଅଧ୍ୟକ୍ଷ ଅମିତ ସାହା ଯୋଗୀଙ୍କ ହାତରେ ହିଁ କ୍ଷମତା ଅର୍ପଣ କରିଥିଲେ।

ବିକାଶ ଇଂଜିନ ଫେଲ୍
ମୋଦି ୟୁପିରେ ବାରାଣାସିରୁ ସାଂସଦ ଅଛନ୍ତି। ଜନତାଙ୍କ ଆଶା ଥିଲା ଯେଉଁ ଭଳି ଗୁଜରାଟରେ ବିକାଶ କରିଛନ୍ତି ସେମିତି ୟୁପିରେ ମଧ୍ୟ ବିକାଶ ହେବ। ୟୁପିକୁ ପ୍ରଧାନମନ୍ତ୍ରୀ ମୋଦି ବିକାଶର ଇଂଜିନ କରିବା ପାଇଁ ଘୋଷଣା କରିଥିଲେ। ରାଜ୍ୟରେ ବିଜେପି ସରକାର ଗଠନ କରିବାର ବର୍ଷେରୁ ଅଧିକ ସମୟ ହେଲାଣି, କିନ୍ତୁ ସରକାରଙ୍କ ପାଖରେ ବିକାଶର ଯୋଜନା ଗଣାଇବା ପାଇଁ କିଛି ଖାସ୍ ନାହିଁ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ୟୁପିରେ ବିକାଶ ଯୋଗୀ କରିପାରିବେନାହିଁ। ସେ କେବଳ ଭଲ ପୂଜା ପାଠ କରିପାରନ୍ତି।

ଲକ୍ଷ୍ନୌରୁ ଗୋରଖପୁର ଗସ୍ତ
ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ସହିତ ଗୋରଖପୁର ମଠର ମହନ୍ତ ମଧ୍ୟ ଅଛନ୍ତି। ପାଞ୍ଚ ଥର ସେ ଗୋରଖପୁର ଲୋକସଭା ଆସନରୁ ସାଂସଦ ରହିଛନ୍ତି। ଯେଉଁ କାରଣରୁ ସେ ନିଜକୁ ଗୋରଖପୁରରୁ ବାହାରକୁ କାଢିପାରୁନାହାନ୍ତି। ମାସରେ ୨-୩ ଥର ସେ କେବଳ ଗୋରଖପୁର ଗସ୍ତ କରୁଛନ୍ତି। ଯେଉଁଥି ପାଇଁ ବିରୋଧୀ ପ୍ରଶ୍ନ କରୁଛନ୍ତି ସେ ସବୁ ସପ୍ତାହରେ ଗୋରଖପୁର ମନ୍ଦିରକୁ ପୂଜା କରିବା ପାଇଁ ଯାଉଛନ୍ତି।

ପଛରେ ପଡିଲା ହିନ୍ଦୁତ୍ୱ ଏଜେଣ୍ଡା
ଯୋଗୀ ଆଦିତ୍ୟନାଥଙ୍କର ବହୁବର୍ଷରୁ ଜଣେ କଟ୍ଟର ହିନ୍ଦୁବାଦୀ ରାଜନେତା ଚେହେରା ରହିଆସିଛି। ହେଲେ ମୁଖ୍ୟମନ୍ତ୍ରୀ ହେବାପରେ ଏଥିରେ ପରିବର୍ତ୍ତନ ଆସିଛି, ଏବେ ତାଙ୍କର ସ୍ଲୋଗାନ୍‌ ରହିଛି “ କିସି ସେ ଭେଦଭାବ୍ ନେହିଁ, ଓର କିସି କି ମନୁହାର ନେହିଁ ” ଯାହାଦ୍ୱାରା ସେ ତାଙ୍କର ଛବିର ବିପରୀତ ନଜର ଆସୁଛନ୍ତି। ଯାହାକି ବିଜେପିର ଦୃଢ ସମର୍ଥକଙ୍କୁ ପସନ୍ଦ ଆସୁନାହିଁ।

ଯୋଗୀ ସରକାରକୁ ଗୋଟିଏ ବର୍ଷରୁ ଅଧିକ ସମୟ ବିତି ସାରିଛି। ହେଲେ ବିଜେପିକୁ ସଫଳତା ବଦଳରେ କ୍ଷତି ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ସଂସଦୀୟ ଆସନ ହରାଇବାକୁ ପଡିଛି। ଏହାପରେ ବର୍ତ୍ତମାନ କୌରାନା ଓ ନୁରପୁରରେ ବି ବିଜେପି ପରାଜୟର ସାମ୍ନା କରିଛି। ଏହାବି ଠିକ୍‌ ସେତିକି ବେଳେ ଯାହାକି ଆଖି ଆଗରେ ସାଧାରଣ ନିର୍ବାଚନ, ଏହା ବିଜେପି ପାଇଁ ସତର୍କ ଘଣ୍ଟି ସାଜିଛି। ଏହାପରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରିବା କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ରାଜନୈତିକ ଭୁଲ୍?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story