ଆରଜେଡି ନେତାଙ୍କୁ ଭେଟିଲେ ନୀତୀଶ କୁମାର, ବିଜେପିକୁ ଏକଘରିକିଆ କରିବାକୁ ଯୋଜନା!

ପାଟନା: ବିହାର ମେଣ୍ଟ ସରକାରରେ ଥିବା ଜେଡିୟୁ-ବିଜେପି ମଧ୍ୟରେ କିଛି ବି ଠିକ୍ ଠାକ୍ ନାହିଁ। ଗତକାଲି ଆରଜେଡି ମହାସଚିବ ଅବଦୁଲ ବାରିଙ୍କୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଦରଭଙ୍ଗା ଗସ୍ତ ବେଳେ ଏକାନ୍ତରେ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଏଥିସହ ବିଜେପିକୁ ଚ୍ୟାଲେଞ୍ଜ ଦେଇ ଗତକାଲି ଜଣେ ଜେଡିୟୁ ବିଧାୟକ କହିଥିଲେ ବିଧାନସଭା ନିର୍ବାଚନ ବେଳେ ବିଜେପି ଏକାକୀ ନିର୍ବାଚନ ଲଢ଼ି ଦେଖୁ। ପରିଣାମ କ’ଣ ହେବ, ବିଜେପି ଠିକ୍ ଜାଣିପାରିବ। ଏବେ […]

nitish-siddiqui

nitish-siddiqui

Subhransu Sekhar
  • Published: Monday, 22 July 2019
  • Updated: 22 July 2019, 03:33 PM IST

Sports

Latest News

ପାଟନା: ବିହାର ମେଣ୍ଟ ସରକାରରେ ଥିବା ଜେଡିୟୁ-ବିଜେପି ମଧ୍ୟରେ କିଛି ବି ଠିକ୍ ଠାକ୍ ନାହିଁ। ଗତକାଲି ଆରଜେଡି ମହାସଚିବ ଅବଦୁଲ ବାରିଙ୍କୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଦରଭଙ୍ଗା ଗସ୍ତ ବେଳେ ଏକାନ୍ତରେ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି।

ଏଥିସହ ବିଜେପିକୁ ଚ୍ୟାଲେଞ୍ଜ ଦେଇ ଗତକାଲି ଜଣେ ଜେଡିୟୁ ବିଧାୟକ କହିଥିଲେ ବିଧାନସଭା ନିର୍ବାଚନ ବେଳେ ବିଜେପି ଏକାକୀ ନିର୍ବାଚନ ଲଢ଼ି ଦେଖୁ। ପରିଣାମ କ'ଣ ହେବ, ବିଜେପି ଠିକ୍ ଜାଣିପାରିବ। ଏବେ ଏହି ସବୁ ପ୍ରସଙ୍ଗକୁ ନେଇ ବିହାର ମେଣ୍ଟ ସରକାରର ଅବଧି ଆଉ ବେଶି ଦିନ ନୁହେଁ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଦୁଇ ଦଳ ଏହି ଚର୍ଚ୍ଚା ବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ଗତକାଲି ଜେଡିୟୁ ନେତା ପୱନ ବର୍ମା ବିଜେପିକୁ ୨୦୨୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଏବେ ଶୁଣିବାକୁ ମିଳୁଛି ବିଜେପିର କିଛି ନେତା ନୀତୀଶ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ଧମକ ଦେଉଛନ୍ତି। ତେଣୁ ଆଗାମୀ ଦିନରେ ହେବାକୁ ଥିବା ବିଧାନସବା ନିର୍ବାଚନରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବା ଉଚିତ୍ ବୋଲି ସେ କହିଛନ୍ତି।

ସେହିପରି ଗତକାଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦରଭଙ୍ଗା ଗସ୍ତ ବେଳେ ଆରଜେଡି ନେତା ଅବଦୁଲ ବାରି ସିଦ୍ଦିକିଙ୍କୁ ତାଙ୍କ ଘରେ ଏକାନ୍ତରେ ୩୦ ମିନିଟ୍ କଥାବାର୍ତ୍ତା କରିଥିଲେ। ଯାହାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ କେନ୍ଦ୍ରରେ ମୋଦି ସରକାର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବା ପରେ ଏନଡିଏର ଅଂଶିଦାର ଦଳ ଭାବେ ଜେଡିୟୁର ଦାବି ଅନୁଯାୟୀ ମନ୍ତ୍ରୀ ପଦ ମିଳିନଥିଲା। ଯାହାର ଜବାବ ନୀତୀଶ କୁମାର ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରି ବିଜେପିକୁ ଦେଇଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ଦୂରତା ବଢ଼ିଥିବା ଜଣାପଡ଼ିଛି।

ଅନ୍ୟପଟେ ତିନ୍ ତଲାକ୍, ଧାରା ୩୭୦ଉଚ୍ଛେଦ ଆଦି ପ୍ରସଙ୍ଗରେ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଜେଡିୟୁ ମତ ଦେଉଥିବାରୁ ଆଗାମୀ ବିଧାନସଭା ନିର୍ବାଚନ ବେଳେ କିମ୍ବା ତା ପୂର୍ବରୁ ଏହି ମେଣ୍ଟ ଭାଙ୍ଗିଯାଇପାରେ ବୋଲି ଚର୍ଚ୍ଚା ହେଉଛି। ବିରୋଧୀ ଆରଜେଡି ମଧ୍ୟ ନୀତୀଶଙ୍କୁ ମହାମେଣ୍ଟରେ ସାମିଲ କରିବା ପାଇଁ ନିମନ୍ତ୍ରଣ ଦେଇ ସାରିଛି। ତେଣୁ କଂଗ୍ରେସ-ଆରଜେଡି-ଜେଡିୟୁ ଏକ ହୋଇ ରାଜ୍ୟରେ ବିଜେପିକୁ ଏକଘରିକିଆ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story