ନୂଆଦିଲ୍ଲୀ: ଟେଲିକମ୍ ଜଗତରେ ହଲଚଲ ମଚାଇଥିବା ରିଲାଏନ୍ସ ଜିଓ ପୁଣି ସମସ୍ତଙ୍କୁ ଚମକେଇ ଦେଇଛି। ଜିଓର ଡାଉନଲୋର୍ଡ଼ ସ୍ପିଡ ଅନ୍ୟମାନଙ୍କ ଠାରୁ ବହୁ ଆଗରେ ରହିଛି। ଖୋଦ୍ ଟ୍ରାଇ (ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ) ଏମିତି କିଛି ସୂଚନା ଦେଇଛି। ଜିଓର ଡାଉନଲୋର୍ଡ଼ ସ୍ପିଡ ଅନ୍ୟ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇଦେଇଛି।
ମୋବାଇଲ ବ୍ରଡବ୍ୟାଣ୍ଡ ସ୍ପିଡ ନେଇ ହାରାହାରି ମାସିକ ରିପୋର୍ଟ ପ୍ରକାଶ କରିଛି ଟ୍ରାଇ। ଫେବୃଆରୀ ମାସର ହିସାବ ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ କୁହାଯାଇଛି ଯେ ଜିଓ ନେଟୱର୍କର ଜାନୁୟାରୀ ମାସରେ ୧୭.୪୨ ଏମବିପିଏସ ସ୍ପିଡ ଥିଲା। ହେଲେ ଫେବୃଆରୀ ମାସରେ ତାହା ୧୬.୪୮ ଏମବିପିଏସକୁ ଖସିଆସିଛି। ତଥାପି ଏହି ସ୍ପିଡ ଅନ୍ୟମାନଙ୍କ ଠାରୁ ଆଗରେ ରହିଛି। ଏତିକି ସ୍ପିଡରେ ଏକ ମୋଭିକୁ ଜଣେ ୫ ମିନିଟ୍ ଠାରୁ କମ୍ ସମୟରେ ଡାଉନଲୋଡ଼ କରିପାରୁଛି। ଯାହା ଆଇଡିଆ ସେଲୁଲାରରେ ୮.୩୩ ଏମବିପିଏସ ଥିବା ବେଳେ ଏୟାରଟେଲରେ ୭.୬୬ ଏମବିପିଏସ ରହିଛି। ସେହିପରି ଭୋଡାଫୋନ ଏବଂ ବିଏସଏନଲର ମାର୍ଜିନାଲ ସ୍ପିଡ ଖସିଯାଇଛି।