ଏସ୍‌ପିଜି କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ: ଶାହ

ନୂଆଦିଲ୍ଲୀ: ବୁଧବାର ବିବାଦୀୟ ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‌ (ଏସ୍‌ପିଜି) ଏସ୍‌ପିଜି ବିଲ୍‌ ସମ୍ପର୍କିତ ତର୍କରୁ ସଂସଦ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଥିଲେ, ୧୯୮୮ ମସିହାରେ ଏହି ଆଇନର ମୁଖ୍ୟ ଉଦ୍ଦଶ୍ୟ ଥିଲା ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା। ଲୋକସଭାରେ ଶାହ କହିଛନ୍ତି, “ସ୍ୱତନ୍ତ୍ର ଏହି ଉଦ୍ଦେଶ୍ୟରେ କୁହାଯାଇଥିଲା, କାରଣ ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଥିଲା। ସମୟକ୍ରମେ ଏସ୍‌ପିଜି ପ୍ରୋଟୋକଲ୍‌ ବଦଳିଛି। ଏହି ବିଲ୍‌ ମାଧ୍ୟମରେ ଆମେ ଏହାର ପ୍ରକୃତ ରୂପ […]

shah

shah

Subrat Kumar Nayak
  • Published: Wednesday, 27 November 2019
  • Updated: 27 November 2019, 04:15 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ବିବାଦୀୟ ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‌ (ଏସ୍‌ପିଜି) ଏସ୍‌ପିଜି ବିଲ୍‌ ସମ୍ପର୍କିତ ତର୍କରୁ ସଂସଦ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଥିଲେ, ୧୯୮୮ ମସିହାରେ ଏହି ଆଇନର ମୁଖ୍ୟ ଉଦ୍ଦଶ୍ୟ ଥିଲା ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା।

ଲୋକସଭାରେ ଶାହ କହିଛନ୍ତି, “ସ୍ୱତନ୍ତ୍ର ଏହି ଉଦ୍ଦେଶ୍ୟରେ କୁହାଯାଇଥିଲା, କାରଣ ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଥିଲା। ସମୟକ୍ରମେ ଏସ୍‌ପିଜି ପ୍ରୋଟୋକଲ୍‌ ବଦଳିଛି। ଏହି ବିଲ୍‌ ମାଧ୍ୟମରେ ଆମେ ଏହାର ପ୍ରକୃତ ରୂପ ଆଣିବାକୁ ଯାଉଛୁ।”

ସୋମବାର ଏସ୍‌ପିଜି (ସଂଶୋଧନ) ବିଲ୍‌ ଆଗତ ହୋଇଥିଲା। ଏଥିରେ କୁହାଯାଇଥିଲା ପ୍ରମୁଖ ସୁରକ୍ଷା ‘ଏସ୍‌ପିଜି’ କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରବର୍ଗଙ୍କୁ ଯୋଗାଇଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ପରିବାର ଲୋକେ ଯଦି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହୁଥିବେ ସେମାନେ ଏହି ସୁବିଧା ପାଇପାରିବେ।

ପ୍ରଧାନମନ୍ତ୍ରୀଙ୍କ ସଦସ୍ୟ ତାଙ୍କ ବାସଭବନ ବାହାରେ ରହୁଥିଲେ ସେମାନଙ୍କୁ ଏସ୍‌ପିଜି ସୁରକ୍ଷା ମିଳିପାରିବନାହିଁ। ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ସହ ରହୁଥିବେ ସେମାନେ କେବଳ ୫ ବର୍ଷ ପାଇଁ ଏହି ସୁରକ୍ଷା ପାଇପାରିବେ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ୍‌ ରେଡ୍ଡି କହିଛନ୍ତି, ବର୍ତ୍ତମାନ ଏହି ଆଇନରେ ଦର୍ଶାଯାଇନି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ଲୋକଙ୍କୁ କେତେଦିନ ଯାଏ ସୁରକ୍ଷା ଦିଆଯାଇପାରିବ। ଏହା ପ୍ରଧାନମନ୍ତ୍ରୀଙ୍କର ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଭାବ ପକାଉଥିବା ସେ କହିଛନ୍ତି। ବର୍ତ୍ତମାନର ବିଲ୍‌ରେ ଏହି କାରଣରୁ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ର ମୁଖ୍ୟ ହିସାବରେ ପ୍ରଧାନମନ୍ତ୍ରୀଙ୍କର ସରକାର, ପ୍ରଶାସନ ଏବଂ ଜାତୀୟ ସୁରକ୍ଷାରେ ଗୁରୁତ୍ୱ ରହିଛି।

ଏହି ବିଲ୍‌ରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ଦିନଠାରୁ ହିଁ ଏହି ଏସ୍‌ପିଜି ସୁରକ୍ଷା ଦିଆଯିବ। ଏହି ବିଲ୍‌ ସ୍ପଷ୍ଟ କରିଦେଇଛି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କଠାରୁ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ହେବ। ଏପରିକି ସେମାନଙ୍କ ପରିବାର ଲୋକଙ୍କଠାରୁ ମଧ୍ୟ ଏହି ସୁରକ୍ଷା ପ୍ରତ୍ୟାହାର କରାଯିବ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଗାନ୍ଧି ପରିବାରକୁ ଯୋଗାଇ ଦିଆଯାଉଥିବା ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା। ଏହାକୁ ନେଇ କଂଗ୍ରେସ ତମ୍ବି ତୋଫାନ କରିଥିଲା। ୧୯୯୧ ମସିହାରେ ଏଲ୍‌ଟିଟିଇ ରାଜୀବ ଗାନ୍ଧିଙ୍କ ହତ୍ୟା କରିବା ପରେ ଗାନ୍ଧି ପରିବାର ସଦସ୍ୟଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥିଲା। ୨୮ ବର୍ଷ ପରେ ଏହି ସୁରକ୍ଷା ହଟିଯାଇଛି। ବର୍ତ୍ତମାନ ସିଆରପିଏଫ୍‌ ଏହି ସୁରକ୍ଷା ଦାୟିତ୍ୱ ନେଇଛି। ୧୯୯୧ ମସିହାରେ ଏସ୍‌ପିଜି ଆଇନରେ ସଂଶୋଧନ ଆଣି ଗାନ୍ଧି ପରିବାରକୁ ଏସ୍‌ପିଜି ସୁରକ୍ଷା ଯୋଗାଇଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story