ନୂଆଦିଲ୍ଲୀ: ରବିବାର ସ୍ପାଇଶ୍ ଜେଟ୍ ପକ୍ଷରୁ କୁହାଯାଇଛି ଏହାର ଜଣେ ପାଇଲଟ୍ଙ୍କଠାରେ କରୋନା ପଜିଟିଭ୍ ରହିଥିବା ଚିହ୍ନଟ କରାଯାଇଛି। ସେ କିନ୍ତୁ ମାର୍ଚ୍ଚ ମାସରେ କୌଣସି ଅନ୍ତର୍ଜାତୀୟ ବିମାନ ଉଡ଼ାଇ ନଥିଲେ।
ଏହି ବିମାନ ସେବା କମ୍ପାନୀ ପକ୍ଷରୁ କୁହାଯାଇଛି, “ଆମର ଜଣେ ସାଥୀ ପାଇଲଟ୍ଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ମାର୍ଚ୍ଚ ୨୮ରେ ଏହି ରିପୋର୍ଟ ଆସିଛି। ସେ ମାର୍ଚ୍ଚ ୨୦୨୦ ପରଠଶରୁ କୌଣସି ଅନ୍ତର୍ଜାତୀୟ ବିମାନ ଉଡ଼ାଇନାହାନ୍ତି।”
ସେ ଶେଷ ଥର ପାଇଁ ଚେନ୍ନାଇରୁ ଦିଲ୍ଲୀ ଘରୋଇ ବିମାନ ଉଡ଼ାଇଥିଲେ। ମାର୍ଚ୍ଚ ୨୧ରେ ଏହି ଉଡ଼ାଣ ହୋଇଥିଲା। ଏହା ପରଠାରୁ ପାଇଲଟ୍ ଜଣକ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ତାଙ୍କ ସଂସ୍ପର୍ଶରେ ଆସିଥିବା ଷ୍ଟାଫ୍, କ୍ରୁ ଏବଂ ଅନ୍ୟମାନେ ନିଜ ଘରେ ସେଲ୍ଫ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ୧୪ ଦିନ ପାଇଁ ସେମାନେ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି ସ୍ପାଇଶ୍ ଜେଟ୍ ପକ୍ଷରୁ କୁହାଯାଇଛି।