ସିରିଆରେ ବିଦ୍ରୋହୀଙ୍କ ଆକାଶମାର୍ଗରୁ  ଆକ୍ରମଣ, ୨୦ ମୃତ

ବେରୁଟ୍: ସିରିଆର ଅଲେପୋ ସହରର ଏକ ହସପିଟାଲ ଓ ଏକ ଘର ଉପରେ ସିରିଆର ବିଦ୍ରୋହୀମାନେ ଆକାଶମାର୍ଗରୁ ଆକ୍ରମଣ କରିବା ଫଳରେ  ୨୦ ଜଣଙ୍କ  ଲୋକଙ୍କ ମୃତ୍ୟୁ  ଘଟିଛି ଓ ଆହୁରି ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଦାନ୍ତ ଡାକ୍ତର, ଦୁଇ ଜଣ ଶିଶୁ ,ଗୋଟିଏ ପରିବାରର ୫ ସଦସ୍ୟ ଓ ଦୁଇ ଜଣ ସୁରକ୍ଷାକର୍ମୀ ଅଟନ୍ତି।  ଆହତମାନଙ୍କୁ  ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ବିଦ୍ରୋହୀମାନେ ଘର ଓ ହସପିଟାଲ ଉପରେ […]

sriya

Rakesh Mallick
  • Published: Thursday, 28 April 2016
  • , Updated: 04 May 2017, 03:44 PM IST

ବେରୁଟ୍: ସିରିଆର ଅଲେପୋ ସହରର ଏକ ହସପିଟାଲ ଓ ଏକ ଘର ଉପରେ ସିରିଆର ବିଦ୍ରୋହୀମାନେ ଆକାଶମାର୍ଗରୁ ଆକ୍ରମଣ କରିବା ଫଳରେ  ୨୦ ଜଣଙ୍କ  ଲୋକଙ୍କ ମୃତ୍ୟୁ  ଘଟିଛି ଓ ଆହୁରି ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଦାନ୍ତ ଡାକ୍ତର, ଦୁଇ ଜଣ ଶିଶୁ ,ଗୋଟିଏ ପରିବାରର ୫ ସଦସ୍ୟ ଓ ଦୁଇ ଜଣ ସୁରକ୍ଷାକର୍ମୀ ଅଟନ୍ତି।  ଆହତମାନଙ୍କୁ  ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ବିଦ୍ରୋହୀମାନେ ଘର ଓ ହସପିଟାଲ ଉପରେ ଟାର୍ଗେଟ କରି ଆକାଶ ମାର୍ଗରୁ ଆକ୍ରମଣ କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ ବିଦ୍ରୋହୀଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିବା ଦାନ୍ତ ଡାକ୍ତର ଜଣଙ୍କ ବ୍ରିଦୋହୀମାନେ ରହୁଥିବା ପାଖ ଅଞ୍ଚଳର ରହୁଥିଲେ। ସେ ଅଞ୍ଚଳରେ ସେ ଏକ ମାତ୍ର ଦାନ୍ତ ଡାକ୍ତର ଥିଲେ।

କିଛିଦିନ ପୂର୍ବରୁ ଅଲେପୋର ପଶ୍ଚିମାଞ୍ଚଳରେ ବିଦ୍ରୋହୀଙ୍କ ଆକ୍ରମଣରେ ୧୧ ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗତ ଶୁକ୍ରବାର ବିଦ୍ରୋହୀଙ୍କ ଆକାଶମାର୍ଗରୁ ଆକ୍ରମଣ କରିବା ଫଳରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

୨୦୧୧ ମସିହା ସିରିଆରେ ଆରମ୍ଭ  ହୋଇଥିବା ସଂଘର୍ଷରେ ଆଜି ପର୍ଯ୍ୟନ୍ତ ୨,୭୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଜ ଘର ଛାଡ଼ିଦେଇଛନ୍ତି।

 

 

Related story