୩୧ ଯାଏ ଲକଡାଉନ୍, ସବୁ ଜିଲ୍ଲା ଗ୍ରୀନ୍ ଜୋନ୍

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ରାଜ୍ୟରେ ଲକଡାଉନ୍ ଅବଧି ବଢ଼ାଇଛନ୍ତି। କେନ୍ଦ୍ର ସରକାର ମେ’ ୩୧ ଯାଏ ଲକଡାଉନ୍ ବଢ଼ାଇଛନ୍ତି। ଏହାପରେ ପୂର୍ବରୁ ମେ’୨୯ ଯାଏ ରାଜ୍ୟକୁ ଲକଡାଉନ୍ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କେସିଆର୍ ଆଜି ୩୧ ଯାଏ ଲକଡାଉନ୍ ଅବଧି ବଢ଼ାଇଛନ୍ତି। ତେବେ ରାଜ୍ୟରେ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସମସ୍ତ ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଭାବେ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ। ଏମିତିକି କିଛି ସର୍ତ୍ତ ସହିତ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି କେସିଆର। The […]

lockdown

lockdown

Subhransu Sekhar
  • Published: Monday, 18 May 2020
  • Updated: 18 May 2020, 09:59 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ରାଜ୍ୟରେ ଲକଡାଉନ୍ ଅବଧି ବଢ଼ାଇଛନ୍ତି। କେନ୍ଦ୍ର ସରକାର ମେ’ ୩୧ ଯାଏ ଲକଡାଉନ୍ ବଢ଼ାଇଛନ୍ତି। ଏହାପରେ ପୂର୍ବରୁ ମେ’୨୯ ଯାଏ ରାଜ୍ୟକୁ ଲକଡାଉନ୍ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କେସିଆର୍ ଆଜି ୩୧ ଯାଏ ଲକଡାଉନ୍ ଅବଧି ବଢ଼ାଇଛନ୍ତି।

ତେବେ ରାଜ୍ୟରେ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସମସ୍ତ ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଭାବେ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ। ଏମିତିକି କିଛି ସର୍ତ୍ତ ସହିତ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି କେସିଆର।

https://twitter.com/ANI/status/1262394057189457926

ହାଇଦ୍ରାବାଦକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି କେସିଆର। ଆଉ କିଛି ସ୍ଥାନରେ ଦିନେ ଛଡ଼ା ଦିନେ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ କଣ୍ଟେନମେଣ୍ଟ ଜୋନରେ ସବୁ ବନ୍ଦ ରହିବ। ଅନ୍ୟାନ୍ୟ ସୁବିଧା ଉପରେ ମଧ୍ୟ ବିଚାର କରାଯାଉଛି ବୋଲି ସେ କହିଛନ୍ତି।

ସେହପରି ରାଜ୍ୟ ସରକାର ୧୯ ତାରିଖରୁ ସରକାରୀ ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଟ୍ୟାକ୍ସିରେ ଡ୍ରାଇଭରଙ୍କ ବ୍ୟତୀତ ତିନି ଜଣ, କାରରେ ଦୁଇ ଜଣ ଏବଂ ଅଟୋରେ ୨ ଜଣ ବସିବାକୁ ଅନୁମତି ଦେଇଛନ୍ତି ସରକାର। ଏହାବ୍ୟତୀତ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ କର୍ଫ୍ୟୁ ସମୟ ସଂଧ୍ୟା ୭ଟାରୁ ସକାଳ ୬ଟା ଯାଏ କରିଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos