ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଆନ୍ଧ୍ର ବନ୍ଦ, ୨ ହଜାର ଆନ୍ଦୋଳନକାରୀ ଗିରଫ

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଶନିବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସ୍କୁଲ,କଲେଜ,ବଜାର,ସପିଂମଲ,ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। ବିକ୍ଷୋଭକାରୀମାନେ ସରକାରୀ ଓ  ବେସରକାରୀ ବସ୍ ଚଳାଚଳ ବନ୍ଦ କରି ଦେଇଥିଲେ। ବନ୍ଦ ପାଳନ ବେଳେ  ଶ୍ରୀକାକୁଲମ, ପାଲାକୋଣ୍ଡା ଓ ତେକ୍କେଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପକ୍ଷରୁ ଏହି ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ୱାଇଏସଆର କଂଗ୍ରେସ ପାର୍ଟି, ସିପିଆଇ ଓ ସିପିଆଇ(ଏମ)ର ୨ […]

State-wide bandh on special category status to AP begins

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 10:30 AM IST

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଶନିବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସ୍କୁଲ,କଲେଜ,ବଜାର,ସପିଂମଲ,ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। ବିକ୍ଷୋଭକାରୀମାନେ ସରକାରୀ ଓ  ବେସରକାରୀ ବସ୍ ଚଳାଚଳ ବନ୍ଦ କରି ଦେଇଥିଲେ। ବନ୍ଦ ପାଳନ ବେଳେ  ଶ୍ରୀକାକୁଲମ, ପାଲାକୋଣ୍ଡା ଓ ତେକ୍କେଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପକ୍ଷରୁ ଏହି ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ୱାଇଏସଆର କଂଗ୍ରେସ ପାର୍ଟି, ସିପିଆଇ ଓ ସିପିଆଇ(ଏମ)ର ୨ ହଜାର ବିକ୍ଷୋଭକାରୀଙ୍କୁ ଗରିଫ କରିଛି ପୋଲିସ। ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଥିବା ବେଳେ ଏହା ସଫଳ ହୋଇଛି ବୋଲି ବିଭିନ୍ନ ଦଳର ପ୍ରମୁଖ ନେତାମାନେ ଦାବି କରିଛନ୍ତି।

Related story