କେନ୍ଦ୍ର ଆଗରୁ ଲକ୍‌ଡାଉନ୍‌ ଅବଧି ବଢ଼ାଇଲେ ଏହିସବୁ ରାଜ୍ୟ

ନୂଆଦିଲ୍ଲୀ: ଶନିବାର ମହାରାଷ୍ଟ୍ର ମଧ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇ ଦେଇଛି। ଏ ବାବଦରେ କେନ୍ଦ୍ର କିଛି ନିଷ୍ପତ୍ତି ନେବା ଆଗରୁ ହିଁ ଏହି ରାଜ୍ୟ ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଓଡ଼ିଶା, ପଞ୍ଜାବ ଏବଂ ରାଜସ୍ଥାନ ଏପରି ନିଷ୍ପତ୍ତି ନେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଧାରା ପ୍ରଥମେ ଆରମ୍ଭ କରିଥିଲେ। ବର୍ତ୍ତମାନ ବିଜେପି ଶାସନରେ ଥିବା କର୍ଣ୍ଣାଟକାର ୟେଦ୍ୟୁରପ୍ପା ସରକାର ମଧ୍ୟ ଲକ୍‌ଡାଉନ୍‌ ଅବଧି […]

Corona

Subrat Kumar Nayak
  • Published: Saturday, 11 April 2020
  • , Updated: 11 April 2020, 09:42 PM IST

ନୂଆଦିଲ୍ଲୀ: ଶନିବାର ମହାରାଷ୍ଟ୍ର ମଧ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇ ଦେଇଛି। ଏ ବାବଦରେ କେନ୍ଦ୍ର କିଛି ନିଷ୍ପତ୍ତି ନେବା ଆଗରୁ ହିଁ ଏହି ରାଜ୍ୟ ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଏହା ପୂର୍ବରୁ ଓଡ଼ିଶା, ପଞ୍ଜାବ ଏବଂ ରାଜସ୍ଥାନ ଏପରି ନିଷ୍ପତ୍ତି ନେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଧାରା ପ୍ରଥମେ ଆରମ୍ଭ କରିଥିଲେ। ବର୍ତ୍ତମାନ ବିଜେପି ଶାସନରେ ଥିବା କର୍ଣ୍ଣାଟକାର ୟେଦ୍ୟୁରପ୍ପା ସରକାର ମଧ୍ୟ ଲକ୍‌ଡାଉନ୍‌ ଅବଧି ଆଉ ୧୫ ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କିଛି ସ୍ଥାନରେ କୋହଳ କରାଯିବ ବୋଲି ସେ କହିଛନ୍ତି।

ତେବେ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଥିଲେ, “କିଛି ସ୍ଥାନରେ କଟକଣା କୋହଳ କରାଯିବାର ଅଛି। ଅନ୍ୟପକ୍ଷରେ ଆଉ କିଛି ସ୍ଥାନରେ କଟକଣା ପୂର୍ବାପେକ୍ଷା କଡ଼ା ରହିବ। ଏପ୍ରିଲ ୩୦ ପରେ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ହଟାଇବା ବାବଦରେ ନିଷ୍ପତ୍ତି ହେବ।”

ତେବେ କରୋନା ଲଢ଼େଇ ସମଗ୍ର ଦେଶ ଲଢ଼ୁଥିବାରୁ କିଛି ରାଜ୍ୟଙ୍କ ଆଗଚଲା ପଦକ୍ଷେପକୁ କେଜ୍ରିୱାଲ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନିଷ୍ପତ୍ତି ଜାତୀୟ ସ୍ତରରେ ହେବା ଦରକାର। ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ରାଜ୍ୟ ସବୁ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ନିଜେ ନିଜେ ନିଷ୍ପତ୍ତି ନେଇଯିବେ, କରୋନା ଲଢ଼େଇ ପ୍ରଭାବୀ ହୋଇପାରିବନି।” ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ଜନିତ ସ୍ଥିତି ସଙ୍ଗିନ ରହିଛି। ଏଠାରେ ତୃତୀୟ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି।

କେଜ୍ରିୱାଲ କହିଛନ୍ତି, “ଯଦି ଲକ୍‌ଡାଉନ୍‌ କୋହଳ ହେବ ସବୁ ପରିବହନ ବ୍ୟବସ୍ଥା ଯେପରିକି ସଡ଼କ ବା ଟ୍ରେନ୍‌ ପରିବହନ ଆଦିକୁ ଅନୁମତି ଦେବା ଉଚିତ ନୁହେଁ।”

Related story