ସୀମା ସିଲ୍‌ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ, ନିର୍ଦ୍ଦୟ ଭଡ଼ାଟିଆଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶସାରା ଘୋଷିତ ହୋଇଛି ଲକ୍‌ଡାଉନ୍। କିନ୍ତୁ ଏହି ଲକ୍‌ଡାଉନ୍‌କୁ ଫୁ’ କରି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ଘରମୁହାଁ ହେବାକୁ ଆରମ୍ଭ କରିଛନ୍ତି। ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର ନାକେଦମ ହେଉଛନ୍ତି। ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟମାନେ ସୀମା ସିଲ୍‌ କରନ୍ତୁ। ଏହା ବଦଳରେ ରାଜ୍ୟ ସରକାରମାନେ ଖାଦ୍ୟ ଓ ରହିବା ବ୍ୟବସ୍ଥା କରିଥିବା ସ୍ଥାନରେ […]

Bus

Subrat Kumar Nayak
  • Published: Sunday, 29 March 2020
  • , Updated: 29 March 2020, 04:36 PM IST

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶସାରା ଘୋଷିତ ହୋଇଛି ଲକ୍‌ଡାଉନ୍। କିନ୍ତୁ ଏହି ଲକ୍‌ଡାଉନ୍‌କୁ ଫୁ’ କରି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ଘରମୁହାଁ ହେବାକୁ ଆରମ୍ଭ କରିଛନ୍ତି। ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର ନାକେଦମ ହେଉଛନ୍ତି। ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟମାନେ ସୀମା ସିଲ୍‌ କରନ୍ତୁ। ଏହା ବଦଳରେ ରାଜ୍ୟ ସରକାରମାନେ ଖାଦ୍ୟ ଓ ରହିବା ବ୍ୟବସ୍ଥା କରିଥିବା ସ୍ଥାନରେ ରହିବାକୁ ଶ୍ରମିକମାନଙ୍କୁ ବୁଝାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନ ତଳେ ୨୧ ଦିନିଆ ଲକ୍‌ଡାଉନ୍‌ ବାବଦରେ ଘୋଷଣା କରିବା ପରେ ହଜାର ହଜାର ଦିନ ମଝୁରିଆ ଘରକୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି। ବଡ଼ ବନ ସହରରେ ସେମାନଙ୍କ ଖାଦ୍ୟ ଓ ନିଯୁକ୍ତି ଆଦି ସନ୍ଦିହାନ୍‌ ହୋଇପଡ଼ିଥିବାରୁ ସେମାନେ ଏପରି ପନ୍ଥା ଅବଲମ୍ବନ କରିଛନ୍ତି। କିଛି ଲୋକ ବସ୍‌ଷ୍ଟାଣ୍ଡରେ ଭିଡ଼ ଜମାଉଥିବାବେଳେ ଆଉ କିଛି ପାଦରେ ଚାଲି ଚାଲି ଯିବାକୁ ଆରମ୍ଭ କରିଛନ୍ତି।

ଦିଲ୍ଲୀ ଏବଂ ଏହାର ଆଖପାଖ କିଛି ସ୍ଥାନର ଫଟୋ ପୂରା ସ୍ଥିତି ବୟାନ କରୁଛି। ଏସବୁ ସ୍ଥାନରେ ସାମାଜିକ ଦୂରତା ଏବଂ ହାତ ଧୋଇବା ଆଦି ସଚେତନତାର କିଛି ମାନେ ନଥିବା ମନେ ହେଉଛି। କରୋନାର ଭୟାବହତା ଏକପ୍ରକାର ଭୋକ ଆଗରେ ହାର ମାନିଛି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଏହି ଶ୍ରମିକମାନଙ୍କୁ ଘର ଖାଲି କରିବାକୁ କହୁଥିବା ଭଡ଼ାଟିଆଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏପରିକି ଶ୍ରମିକଙ୍କ କର୍ମସ୍ଥଳରେ ମଧ୍ୟ ଖାଦ୍ୟପେୟର ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟମାନଙ୍କ ପାଖରେ ଏଥିନିମନ୍ତେ ଯଥେଷ୍ଟ ଟଙ୍କା ଅଛି ବୋଲି କୁହାଯାଇଛି।

ବସ୍‌ସବୁକୁ ସୀମାରେ ଅଟକାଇ ଯାତ୍ରୀମାନଙ୍କ ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସମୟରେ ଖାଦ୍ୟ ଏବଂ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ଏହି ଲୋକଙ୍କ ପାଇଁ ଉପଲବ୍ଧ ରଖିବାକୁ କୁହାଯାଇଛି।

ବର୍ତ୍ତମାନ ଦିଲ୍ଲୀର ବସ୍‌ଷ୍ଟାଣ୍ଡ ଆସୁଥିବା ଲୋକଙ୍କୁ ଘରକୁ ଯିବାକୁ କୁହାଯାଉଛି। ପୁଲିସ୍‌ ପକ୍ଷରୁ ଏପରି ପ୍ରୟାସ ଆରମ୍ଭ ହୋଇଛି। ଦିଲ୍ଲୀ ବ୍ୟତୀତ କେରଳରେ ଏଭଳି ସ୍ଥିତି ଉପୁଜିଛି। ଏଠାରେ ଲୋକେ ରାସ୍ତାକୁ ଓହ୍ଲାଇ ଗାଡ଼ି ଖୋଜା ଆରମ୍ଭ କରିଦେଇଛନ୍ତି। ଘରକୁ ଫେରିବା ପାଇଁ ସେମାନେ ଏଭଳି ଉପାୟ ଭାବିଛନ୍ତି।

Related story