ସ୍କୁଲରେ ଗୁଳି ବର୍ଷାଇଲେ ଛାତ୍ର, ୧୦ ମୃତ

ଟେକ୍ସାସ: ଆମେରିକାର ଟେକ୍ସାସ ପ୍ରାନ୍ତରେ ଥିବା ସାନ୍ତା ଫେ ହାଇସ୍କୁଲରେ ଜଣେ ଛାତ୍ର ଆଖିବୁଜା ଗୁଳି ଚଳାଇବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି। ଏହି ଗୁଳିଗୋଳାରେ ଏକାଧିକ ଛାତ୍ରଙ୍କ ସମେତ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରେ ବନ୍ଧୁକଧାରୀ ଛାତ୍ର ଥିବା ସନ୍ଦେହ କରାଯାଉଛି। ସ୍କୁଲରେ ଯାଞ୍ଚ ଚାଲିଛି। ସ୍କୁଲ ପରିସରରୁ କୌଣସି ବିସ୍ଫୋରକ ଜବତ […]

gun

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 07:03 AM IST

ଟେକ୍ସାସ: ଆମେରିକାର ଟେକ୍ସାସ ପ୍ରାନ୍ତରେ ଥିବା ସାନ୍ତା ଫେ ହାଇସ୍କୁଲରେ ଜଣେ ଛାତ୍ର ଆଖିବୁଜା ଗୁଳି ଚଳାଇବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି। ଏହି ଗୁଳିଗୋଳାରେ ଏକାଧିକ ଛାତ୍ରଙ୍କ ସମେତ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।

ଏହି ଘଟଣାରେ ଦୁଇ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରେ ବନ୍ଧୁକଧାରୀ ଛାତ୍ର ଥିବା ସନ୍ଦେହ କରାଯାଉଛି। ସ୍କୁଲରେ ଯାଞ୍ଚ ଚାଲିଛି। ସ୍କୁଲ ପରିସରରୁ କୌଣସି ବିସ୍ଫୋରକ ଜବତ ହୋଇନାହିଁ।

ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ୍‌ କରି ସେ ଉଲ୍ଲେଖ କରିଛନ୍ତି, “ଟେକ୍ସାସରେ ସ୍କୁଲରେ ହୋଇଥିବା ଗୁଳିମାଡ଼ ପ୍ରାରମ୍ଭିକ ରିପୋର୍ଟ କିଛି ଭଲ ନୁହେଁ। ଈଶ୍ୱର ସମସ୍ତଙ୍କ ଉପରେ କୃପା ରଖନ୍ତୁ।”

ସୂଚନାଯୋଗ୍ୟ, ଗତ ସତ ଦିନ ମଧ୍ୟରେ ଆମେରିକାରେ ସ୍କୁଲରେ ଗୁଳିମାଡ଼ର ଏହା ତୃତୀୟ ଘଟଣା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଏପରି ଘଟଣା ୨୨ ଥର ଘଟି ସାରିଲାଣି। ଯାହାକୁ ନେଇ ଟ୍ରମ୍ପ ଚିନ୍ତା ପ୍ରକାଶ କରିଛନ୍ତି।

Related story