ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ଉପଦେଶ: ଯାହା ପାଇଛ ତାକୁ ଦୃଷ୍ଟିରେ ରଖି ବଞ୍ଚିବା ଶିଖ

ଜମ୍ମୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ-କାଶ୍ମୀରର କତ୍ରାରେ ଶ୍ରୀମାତା ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାରୋହରେ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି, “ଛାତ୍ରଛାତ୍ରୀମାନେ ତୁମେ ଯାହା ନ ହୋଇପାରିଛ ତାକୁ ତୁମେ ଭୁଲିଯାଅ। ଯାହା ତୁମେ  ହୋଇ ପାରିଛ ତାକୁ ଦୃଷ୍ଟିରେ ରଖି ବଞ୍ଚିବା ଶିଖ।” ସେ ଆହୁରି ମଧ୍ୟ କହିଛନ୍ତି, “ତୁମେ ଅନ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ବହୁତ ଅଲଗା। କାରଣ ଅନ୍ୟ ବିଶ୍ୱବିଦ୍ୟାଳୟ ଟିକସଦାତାଙ୍କ ପଇସାରେ ତିଆରି ହୋଇଥିବା ବେଳେ […]

modi

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 10:13 AM IST

ଜମ୍ମୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ-କାଶ୍ମୀରର କତ୍ରାରେ ଶ୍ରୀମାତା ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାରୋହରେ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି, “ଛାତ୍ରଛାତ୍ରୀମାନେ ତୁମେ ଯାହା ନ ହୋଇପାରିଛ ତାକୁ ତୁମେ ଭୁଲିଯାଅ। ଯାହା ତୁମେ  ହୋଇ ପାରିଛ ତାକୁ ଦୃଷ୍ଟିରେ ରଖି ବଞ୍ଚିବା ଶିଖ।”

ସେ ଆହୁରି ମଧ୍ୟ କହିଛନ୍ତି, “ତୁମେ ଅନ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ବହୁତ ଅଲଗା। କାରଣ ଅନ୍ୟ ବିଶ୍ୱବିଦ୍ୟାଳୟ ଟିକସଦାତାଙ୍କ ପଇସାରେ ତିଆରି ହୋଇଥିବା ବେଳେ ବୈଷ୍ଣୋ ଦେବୀ ବିଶ୍ୱ ବିଦ୍ୟାଳୟ ଗରିବ ଲୋକଙ୍କ ଦାନରେ ନିର୍ମାଣ ହୋଇଛି। ଏହି ବିଶ୍ୱବିଦ୍ୟାଳୟ ତିଆରି ପାଇଁ ବହୁ ତୀର୍ଥଯାତ୍ରଙ୍କ ମଧ୍ୟ ପଇସା ଦେଇଛନ୍ତି। ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟର ପଢୁଥିବା ଛାତ୍ରୀଙ୍କ ମା’ ମାନଙ୍କୁ  ମୁଁ ଧନ୍ୟବାଦ ଜଣାଉଛି। କାରଣ ସେମାନେ ତାଙ୍କ ଝିଅକୁ ଏହି ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ଦେଇଛନ୍ତି।”

ମୋଦି ଛାତ୍ରମାନଙ୍କୁ କହିଛନ୍ତି, “ଅସଫଳତାକୁ ନିଜର ଦୁର୍ବଳତା ଭାବିବା ଉଚିତ୍ ନୁହେଁ।”

ଅଲିମ୍ପିକ୍‌ରେ ଖେଳିବା ପାଇଁ ସଫଳତା ଅର୍ଜନ କରିଥିବା ଭାରତର ପ୍ରଥମ  ମହିଳା ଜିମ୍‌ନାଷ୍ଟ ଦୀପା କର୍ମକରଙ୍କୁ ମୋଦି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଗତକାଲି ଭାରତର ଦୀପା କର୍ମକର ରିଓ ଅଲିମ୍ପିକ୍‌ ଖେଳିବା ପାଇଁ ସ୍ଥାନ ପାଇଛନ୍ତି। ପ୍ରଥମ ଥର ଭାରତର ଜଣେ ଝିଅ ଅଲିମ୍ପିକ୍‌ ଜିମ୍‌ନାଷ୍ଟ ଖେଳିବାକୁ ଯାଉଛନ୍ତି।”

Related story