'ନିଶା' ପାଲଟିଲା ପେସା, ଘରେ ରହି ମାସକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ବଢ଼ିଛି। ଚାକିରି ପାଇଁ ଏ ଅଫିସରୁ ସେ ଅଫିସ୍ ଦୌଡ଼ି ଲୋକେ ହାଲିଆ ହୋଇଯାଉଛନ୍ତି। ସକାଳୁ ଘରୁ ବାହରିବା ବେଳେ ଚାକିରି ପାଇଁ ଯେଉଁ ଆଶା ରହିଥାଏ ସଂଧ୍ୟାରେ ଘରକୁ ଫେରିଲା ବେଳକୁ ସମସ୍ତ ଆତ୍ମବିଶ୍ୱାସ ଭାଙ୍ଗିଯାଏ। ଏହାରି ଭିତରେ ଜଣେ ଗୃହିଣୀ ସଫଳତା ହାସଲ କରିଛନ୍ତି। ଏହି ସଫଳ ଗୃହିଣୀ ହେଉଛନ୍ତି ରାଜଧାନୀ ଦିଲ୍ଲୀର ଜିନିଷା ଜୈନ୍।  ସେ ତାଙ୍କ ସ୍ୱାମୀ ଏବଂ ଗୋଟିଏ ପୁଅ ସହିତ ରୁହନ୍ତି। ଜିନିଷା ରୋଷେଇ […]

TIFFIN SERVICE

Subhransu Sekhar
  • Published: Tuesday, 10 November 2020
  • , Updated: 10 November 2020, 03:09 PM IST

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ବଢ଼ିଛି। ଚାକିରି ପାଇଁ ଏ ଅଫିସରୁ ସେ ଅଫିସ୍ ଦୌଡ଼ି ଲୋକେ ହାଲିଆ ହୋଇଯାଉଛନ୍ତି। ସକାଳୁ ଘରୁ ବାହରିବା ବେଳେ ଚାକିରି ପାଇଁ ଯେଉଁ ଆଶା ରହିଥାଏ ସଂଧ୍ୟାରେ ଘରକୁ ଫେରିଲା ବେଳକୁ ସମସ୍ତ ଆତ୍ମବିଶ୍ୱାସ ଭାଙ୍ଗିଯାଏ। ଏହାରି ଭିତରେ ଜଣେ ଗୃହିଣୀ ସଫଳତା ହାସଲ କରିଛନ୍ତି।

ଏହି ସଫଳ ଗୃହିଣୀ ହେଉଛନ୍ତି ରାଜଧାନୀ ଦିଲ୍ଲୀର ଜିନିଷା ଜୈନ୍।  ସେ ତାଙ୍କ ସ୍ୱାମୀ ଏବଂ ଗୋଟିଏ ପୁଅ ସହିତ ରୁହନ୍ତି। ଜିନିଷା ରୋଷେଇ କରିବାକୁ ଭଲ ପାଆନ୍ତି। ସେ ପଡୋଶୀଙ୍କ ପରାମର୍ଶ କ୍ରମେ ନିଜର ରୋଷେଇ କରିବା ନିଶାକୁ ବ୍ୟବସାୟରେ ପରିଣତ କରିଛନ୍ତି ବୋଲି କହିଛନ୍ତି। ସେ ଏବେ 'ଟିଫିନ୍ ସେବା' ଆରମ୍ଭ କରିଛନ୍ତି। ସମଗ୍ର ଦିଲ୍ଲୀ-ଏନସିଆରରେ ତାଙ୍କର ଟିଫିନ୍ ସେବା ଲୋକପ୍ରିୟ ହୋଇ ସାରଛି। ପ୍ରତିଦିନ ୧୦୦ରୁ ଅଧିକ ଅର୍ଡର ସେ ରଖନ୍ତି। ଟିଫିନ୍ ଅର୍ଡର ପ୍ରତିବଦଳରେ ସେ ପ୍ରତି ମାସରେ ୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ବୋଲି ଜଣାପଡ଼ିଛି।

ଏହା ସହିତ ଜିନିଷା କ୍ୟାଟରିଂ କାମ ମଧ୍ୟ କରନ୍ତି। ସହର ବାହାରେ ଟିଫିନ୍ ସେବା ବିତରଣ ପାଇଁ ଜୋମାଟୋ ସହିତ ଚୁକ୍ତି କରି ନିଜ ଦ୍ୱାରା ଏହି ସେବା ଆରମ୍ଭ କରିଛନ୍ତି। ଜିନିଷା ଟିଫିନ୍ ସେବା ୨୦୧୮ରେ ଆରମ୍ଭ କରିଥିଲେ। ସେତେବେଳେ ସେ ପ୍ରଥମେ ଜଣଙ୍କ ପାଇଁ କରିଥିଲେ।

ତେବେ ଏହି ଏହି ଯାତ୍ରା କିଭଳି ଆରମ୍ଭ ହେଲାର କାରଣ ଜିନିଷା କହିଛନ୍ତି, ଦିନେ ତାଙ୍କ ପଡ଼ୋଶୀଙ୍କୁ କିଛି କାମ ପାଇଁ ସହର ବାହାରକୁ ଯିବାକୁ ପଡିଲା। କିନ୍ତୁ ସେ ତାଙ୍କ ସ୍ୱାମୀଙ୍କ ପାଇଁ ଏକ ଟିଫିନ୍ ସେବା ଖୋଜୁଥିଲେ ଯିଏ ଘରେ ରୋଷେଇ କରି ଦେଇପାରିବ। ଏ ବାବଦରେ ଜିନିଷାଙ୍କ ସହିତ ତାଙ୍କ ପଡ଼ୋଶୀ କଥା ହେଉଥିଲେ ଏବଂ ପଚାରିଥିଲେ ଯେ ସେ ଏଭଲି ସେବା ଯୋଗାଉଥିବା ବ୍ୟକ୍ତି ବା ସଂସ୍ଥା ବାବଦରେ ଜାଣିଛନ୍ତି କି? ଏହାପରେ ଜିନିଷା କହିଥିଲେ ସେ ରୋଷେଇ କରି ଦେବେ। ଏହାପରେ ଜିନିଷା ତାଙ୍କ ପଡ଼ୋଶୀଙ୍କ ସ୍ୱାମୀଙ୍କ ଅଫିସକୁ ଟିଫିନ୍ ପଠାଇବା ଆରମ୍ଭ କରିଥିଲେ ବୋଲି କହିଛନ୍ତି।

ଏହାପରେ ଜିନିଷାଙ୍କ ରୋଷେଇ ପଡ଼ୋଶୀଙ୍କୁ ପସନ୍ଦ ଆସିଥିଲା। ପରେ ଏହାକୁ ବ୍ୟବସାୟରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ ଜିନିଷାଙ୍କ ପଡେ଼ାଶୀ। ଆଉ ଏହା ପରେ ଜିନିଷୀ ପରିବାର ଲୋକଙ୍କ ସହ କଥା ହୋଇ ଏହି ଟିଫିନ୍ ସେବା ଆରମ୍ଭ କରିଥିଲେ ବୋଲି କହିଛନ୍ତି।

ଜିନିଷା କହିଛନ୍ତି, ସେ ପଇସା ଅପେକ୍ଷା ଏବେ ବି ଖାଇବା ସ୍ୱାଦିଷ୍ଟ ଏବଂ ହାଇଜେନକ୍ ଉପରେ ଗୁରୁତ୍ୱ ଦିଅନ୍ତି। ଆଉ ଦାମ ବଜାର ଦରଠୁ କମ୍ ଥିବାରୁ ଲୋକଙ୍କ ଚାହିଦା ବଢ଼ି ଚାଲିଛି ବୋଲି ସେ କହିଛନ୍ତି।

ଏହି ବ୍ୟବସାୟ ଆରମ୍ଭ କରିବାର ପ୍ରଥମ ଛଅ ମାସ ନିଜେ ସବୁକିଛି କରୁଥିଲେ। ହେଲେ ଅର୍ଡର ବଢ଼ୁଥିବା ଦେଖି ତାଙ୍କ ସ୍ୱାମୀ ଏବଂ ପିଲାମାନେ ରୋଷେଇ କରିବାରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି। ଖାଇବା ଡେଲିଭରୀ ପାଇଁ ଜିନିଷା ଦୁଇ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି କହିଛନ୍ତି।

Related story