ସୋମାଲି: ଆତ୍ମଘାତୀ କାର ବୋମା ବିସ୍ଫୋରଣରେ ୧୫ ମୃତ, ୨୦ ଆହତ

ମୋଗାଡିଶୁ:ସୋମାଲିର ରାଜଧାନୀ ମୋଗାଡିଶୁରେ ଆଜି ଏକ ଆତ୍ମଘାତୀ କାର ବୋସ୍ଫୋରଣ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହି ବୋମା ବିସ୍ଫୋରଣ ଏକ ହୋଟେଲ୍‌ର ସମ୍ମୁଖ ଗେଟ୍‌ରେ ଘଟିଛି। ସେହି ସମୟରେ ସେଠାରେ ବହୁ ଲୋକ ରୁଣ୍ଡ ହୋଇଥିଲେ। ମୃତକଙ୍କ ମଧ୍ୟରେ ଦୁଇ ଜଣ ରାଜନେତା ଥିବା ଜଣାପଡିଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ନିଟକସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡା କଡି […]

somalia-attack

Rakesh Mallick
  • Published: Thursday, 02 June 2016
  • , Updated: 04 May 2017, 03:44 PM IST

ମୋଗାଡିଶୁ:ସୋମାଲିର ରାଜଧାନୀ ମୋଗାଡିଶୁରେ ଆଜି ଏକ ଆତ୍ମଘାତୀ କାର ବୋସ୍ଫୋରଣ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହି ବୋମା ବିସ୍ଫୋରଣ ଏକ ହୋଟେଲ୍‌ର ସମ୍ମୁଖ ଗେଟ୍‌ରେ ଘଟିଛି। ସେହି ସମୟରେ ସେଠାରେ ବହୁ ଲୋକ ରୁଣ୍ଡ ହୋଇଥିଲେ। ମୃତକଙ୍କ ମଧ୍ୟରେ ଦୁଇ ଜଣ ରାଜନେତା ଥିବା ଜଣାପଡିଛି।

ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ନିଟକସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି।

Related story