ସୁଖୋଇ ୩୦ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ୍ ସୁରକ୍ଷିତ

ତେଜପୁର: ଭାରତୀୟ ବାୟୁ ସେନାର ଏକ ଯୁଦ୍ଧ ବିମାନ ସୁଖୋଇ-୩୦ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇଛି।  ଆସାମର ତେଜପୁର ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ତେବେ ବିମାନରେ ଥିବା ଦୁଇ ଜଣ ଯାକ ପାଇଲଟ ସୁରକ୍ଷିତ ଅଛନ୍ତି। ଯାନ୍ତ୍ରିକତ୍ରୁଟି ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ବୋଲି ପ୍ରାଥମିକ ଭାବେ କୁହାଯାଇଛି। ସୁଖୋଇ-୩୦ର ଏହି ବିମାନଟି ତେଜପୁରର  ସାଲାଣିବାରୀସ୍ଥିତ ଏୟାର ଫୋର୍ସ ବେସରୁ ନିୟମିତ ଅଭ୍ୟାସ ଉଡ଼ାଣରେ ବାହାରି ଥିଲା। ୧୨ଟା ୩୦ ପାଖାପାଖି ଏୟାର […]

SU30MKI

SU30MKI

Rakesh Mallick
  • Published: Tuesday, 19 May 2015
  • Updated: 19 May 2015, 10:58 AM IST

Sports

Latest News

ତେଜପୁର: ଭାରତୀୟ ବାୟୁ ସେନାର ଏକ ଯୁଦ୍ଧ ବିମାନ ସୁଖୋଇ-୩୦ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇଛି।  ଆସାମର ତେଜପୁର ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ତେବେ ବିମାନରେ ଥିବା ଦୁଇ ଜଣ ଯାକ ପାଇଲଟ ସୁରକ୍ଷିତ ଅଛନ୍ତି। ଯାନ୍ତ୍ରିକତ୍ରୁଟି ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ବୋଲି ପ୍ରାଥମିକ ଭାବେ କୁହାଯାଇଛି।

ସୁଖୋଇ-୩୦ର ଏହି ବିମାନଟି ତେଜପୁରର  ସାଲାଣିବାରୀସ୍ଥିତ ଏୟାର ଫୋର୍ସ ବେସରୁ ନିୟମିତ ଅଭ୍ୟାସ ଉଡ଼ାଣରେ ବାହାରି ଥିଲା। ୧୨ଟା ୩୦ ପାଖାପାଖି ଏୟାର ଫୋର୍ସ ବେସରେ ଥିବା ରାଡାର ସହିତ ବିମାନଟିର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତା’ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ତେଜପୁର ସ୍ଥିତ ବାୟୁ ସେନାର ମୁଖପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିମାନଟିରେ କିଛି ଯାନ୍ତ୍ରିକତ୍ରୁଟି ପରିଲିକ୍ଷିତ ହୋଇଥିଲା। ତେଣୁ ପାଇଲଟ୍ ଓ ସହକାରୀ-ପାଇଲଟ୍ ବାଧ୍ୟ ହୋଇ ବିମାନଟି ଛାଡ଼ି ଦେଇଥିଲେ।  ଦୁଇ ଜଣ ଯାକ ପାଇଲଟ୍ ସୁରକ୍ଷିତ ଭାବେ ବିମାନଟିରୁ ବାହାରି ଯାଇଥିଲେ ଓ ଏହା ପରେ ବିମାନଟି ତେଜପୁର ନିକଟସ୍ଥ ଲାଓଖୋଆ ନିକଟରେ ଖସି ପଡ଼ିଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ସୁରକ୍ଷା ଦୃଷ୍ଟିରୁ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନଗୁଡ଼ିକ ମଧ୍ୟରେ ସୁଖୋଇ-୩୦ର ରେକର୍ଡ ବହୁତ ଭଲ ରହିଛି। ୨୦୧୧-୧୨ରେ ଗୋଟିଏ ସୁଖୋଇ-୩୦ ଏମକେ୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହିପରି ୨୦୧୨-୧୩ରେ ମଧ୍ୟ ଗୋଟିଏ ସୁଖୋଇ-୩୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ୨୦୧୩-୧୪ ଓ ୨୦୧୪-୧୫ରେ ସୁଖୋଇ-୩୦ର ଗୋଟିଏ ବି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନଥିଲା।

ଗତବର୍ଷ ନଭେମ୍ବର ମାସରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଲୋକସଭାରେ କହିଥିଲେ ଯେ ମନୁଷ୍ୟଗତ ତ୍ରୁଟି ଓ ଯାନ୍ତ୍ରିକତ୍ରୁଟି ଯୋଗୁ ସୁଖୋଇ-୩୦ର ବିମାନଗୁଡ଼ିକ ଦୁର୍ଘଟଣାଗସ୍ତ ହୋଇଥିଲେ।

ସୁଖୋଇ ୩୦ ବିମାନଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗତବର୍ଷ ଡିସେମ୍ବର ମାସରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ରାଜ୍ୟସଭାରେ ଦେଇଥିବା ସୂଚନା ମୁତାବକ ୨୦୧୧-୧୨ରେ ସୁଖୋଇ ୩୦ ବିମାନ ଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୫୫୧.୩୫ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ସେହିଭଳି ୨୦୧୨-୧୩ରେ ଏଥିପାଇଁ ୮୭୭.୮୪ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ୨୦୧୩-୧୪ରେ ସୁଖୋଇ ୩୦ ବିମାନଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୋଇଥିଲା ୮୩୪.୭୬ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ଯେକୌଣସି ସମୟରେ ଯୁଦ୍ଧ ପାଇଁ ସୁଖୋଇ ୩୦ ବିମାନଗୁଡ଼ିକ ପ୍ରସ୍ତୁତ ଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story