ନିର୍ଦ୍ଦୋଷରେ ଖଲାସ ହେଲେ ସନ୍ନି ଦେଓଲ ଓ କରିସ୍ମା କପୁର

ଜୟପୁର: ଦୀର୍ଘ ୨୨ ବର୍ଷ ତଳର ମାମଲାରେ ଆଜି ବିଜେପି ସାଂସଦ ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବେଆଇନ୍‌ ଭାବେ ଫିଲ୍ମ ଶୁଟିଂ ବେଳେ ଏକ ଦ୍ରୁତଗାମୀ ଟ୍ରେନର ଜରୁରିକାଳୀନ ଚେନ୍‌ ପୁଲିଂ କରିଥିବା ଅଭିଯୋଗରେ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ରାଜସ୍ଥାନର ଏକ ରେଳବାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଉଭୟ ସେଲିବ୍ରିଟି ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଅତିରିକ୍ତ […]

cb

Hemant Lenka
  • Published: Saturday, 12 October 2019
  • , Updated: 12 October 2019, 09:22 PM IST

ଜୟପୁର: ଦୀର୍ଘ ୨୨ ବର୍ଷ ତଳର ମାମଲାରେ ଆଜି ବିଜେପି ସାଂସଦ ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବେଆଇନ୍‌ ଭାବେ ଫିଲ୍ମ ଶୁଟିଂ ବେଳେ ଏକ ଦ୍ରୁତଗାମୀ ଟ୍ରେନର ଜରୁରିକାଳୀନ ଚେନ୍‌ ପୁଲିଂ କରିଥିବା ଅଭିଯୋଗରେ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ରାଜସ୍ଥାନର ଏକ ରେଳବାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଉଭୟ ସେଲିବ୍ରିଟି ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଅତିରିକ୍ତ ଜିଲ୍ଲା ଜଜ ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ଆଜି ସେମାନଙ୍କ ଓକିଲ ଏକ ଜୈନ ସୂଚନା ଦେଇଛନ୍ତି।

୧୯୯୭ ମସିହାରେ ସନ୍ନି, କରିସ୍ମା ଓ କିଛି ସଦସ୍ୟ ବଜରଙ୍ଗ ଫିଲ୍ମର ଶୁଟିଂ ବେଳେ ଉପଲିଙ୍କ ଏକ୍ସପ୍ରେସର ଜରୁରିକାଳୀନ ଚେନକୁ ପୁଲିଂ କରିଥିଲେ। ଏଥିପାଇଁ ଟ୍ରେନ୍‌ଟି ୨୫ ମିନିଟ୍‌ ବିଳମ୍ବରେ ଯାତାୟାତ କରିଥିଲା।

୨୦୦୯ରେ ଏମାନଙ୍କ ବିରୋଧରେ ରାୟ ପ୍ରକାଶ ପାଇଥିଲା। ହେଲେ ୨୦୧୦ ଏପ୍ରିଲ ମାସରେ ସେମାନେ ଏହାକୁ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏବେ କୋର୍ଟ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Related story