ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବାରେ ବିଳମ୍ବ କରୁଛନ୍ତି ରାହୁଲ, ଧୈର୍ଯ୍ୟହରା ହୋଇ ଏମିତି କାମ କଲେ ଆଶାୟୀଙ୍କ ସମର୍ଥକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ଗାନ୍ଧି ପରିବାର ଏବେ ଚିନ୍ତାଗ୍ରସ୍ତ। ଉଭୟ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କ’ଣ କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି। ରାହୁଲଙ୍କୁ ନିଷ୍ପତ୍ତି ନେବାରେ ସହଯୋଗ କରିବାକୁ ମା’ ସୋନିଆ ଗାନ୍ଧି ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ଘରେ ପହଞ୍ଚିଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏ […]

i

Hemant Lenka
  • Published: Thursday, 13 December 2018
  • , Updated: 13 December 2018, 08:40 PM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ଗାନ୍ଧି ପରିବାର ଏବେ ଚିନ୍ତାଗ୍ରସ୍ତ। ଉଭୟ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କ’ଣ କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି। ରାହୁଲଙ୍କୁ ନିଷ୍ପତ୍ତି ନେବାରେ ସହଯୋଗ କରିବାକୁ ମା’ ସୋନିଆ ଗାନ୍ଧି ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ଘରେ ପହଞ୍ଚିଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏ ଆସି ପାରିନାହିଁ।

ସେପଟେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଆଶାୟୀ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି। ସଚିନଙ୍କ ସମର୍ଥକମାନେ ଜୟପୁର ଆଗ୍ରା ଜାତୀୟ ରାଜପଥ ଅବରୋଧ କରି ପୋଡ଼ାଜଳା ଆରମ୍ଭ କରିଛନ୍ତି। ସେହିପରି ଗେହଲଟଙ୍କ ସମର୍ଥକମାନେ କଂଗ୍ରେସ ମୁଖ୍ୟାଳୟ ଆଗରେ ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପଟେ ଉଭୟ ସଚିନ ଏବଂ ଗେହେଲଟ୍‌ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ କହିବା ସହ ରାହୁଲ ଏବଂ ସୋନିଆ ଗାନ୍ଧି ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଆଜି ଉଭୟ ଦିଲ୍ଲୀରେ ପହଞ୍ଚି ରାହୁଲଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଥିଲେ। ସନ୍ଧ୍ୟା ସୁଦ୍ଧା ନାଁ ଘୋଷଣା ହେବ ବୋଲି କୁହାଯାଇଥିଲା। ତେବେ ଏଯାଏ ନାଁ ଘୋଷଣା ହୋଇନାହିଁ। ଫଳରେ ଏହାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଧ୍ୟପ୍ରଦେଶରେ କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିବା ଖବର ପ୍ରକାଶ ପାଇଛି। ଏହି ଖବରକୁ ନେଇ ସିନ୍ଧିଆଙ୍କ ସମର୍ଥକମାନେ ବ୍ୟାନର ଧରି ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯଜ୍ଞ ମଧ୍ୟ କରାଯାଛି।

ଏହି ଦୁଇ ନେତାଙ୍କ ସହ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ଦିଲ୍ଲୀରେ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଥିଲେ।

Related story