ସାହାରାକୁ ସୁପ୍ରିମକୋର୍ଟ ଝଟକା : ‘ଆମ୍ବିଭ୍ୟାଲି ’କୁ ନିଲାମ ପାଇଁ ନିର୍ଦେଶ

ନୂଆଦିଲ୍ଲୀ: ସାହାରା ମୁଖ୍ୟ ସୁବ୍ରତ୍‌ ରୟଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ସର୍ତ୍ତ ଅନୁଯାୟୀ ଟଙ୍କା ଜମା କରି ନ ଥିବାରୁ ସାହାରାର ମେଗା ପ୍ରୋଜେକ୍ଟ  ‘ଆମ୍ବି ଭେଲି’କୁ ନିଲାମ ପାଇଁ ସୁପ୍ରିମକୋର୍ଟ ନିରର୍ଦ୍ଦେଶ ଦେଇଛନ୍ତି। ୨୦୧୨ରେ ଜମାକାରୀଙ୍କ ୨୫ ହଜାର ଟଙ୍କା ପୈଠ କରିବା ପାଇଁ ସୁପ୍ରିମକୋର୍ଟ ସାହାରା ମୁଖ୍ୟ ସୁବ୍ରତ୍‌ ରୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ସେବି ମାଧ୍ୟମରେ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ସୁବ୍ରତ ରୟ ଗିରଫ ହୋଇଥିଲେ ମଧ୍ୟ […]

supreme-sahara-1

Rakesh Mallick
  • Published: Monday, 17 April 2017
  • , Updated: 27 April 2017, 09:32 PM IST

ନୂଆଦିଲ୍ଲୀ: ସାହାରା ମୁଖ୍ୟ ସୁବ୍ରତ୍‌ ରୟଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ସର୍ତ୍ତ ଅନୁଯାୟୀ ଟଙ୍କା ଜମା କରି ନ ଥିବାରୁ ସାହାରାର ମେଗା ପ୍ରୋଜେକ୍ଟ  ‘ଆମ୍ବି ଭେଲି’କୁ ନିଲାମ ପାଇଁ ସୁପ୍ରିମକୋର୍ଟ ନିରର୍ଦ୍ଦେଶ ଦେଇଛନ୍ତି।

୨୦୧୨ରେ ଜମାକାରୀଙ୍କ ୨୫ ହଜାର ଟଙ୍କା ପୈଠ କରିବା ପାଇଁ ସୁପ୍ରିମକୋର୍ଟ ସାହାରା ମୁଖ୍ୟ ସୁବ୍ରତ୍‌ ରୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ସେବି ମାଧ୍ୟମରେ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ସୁବ୍ରତ ରୟ ଗିରଫ ହୋଇଥିଲେ ମଧ୍ୟ ପରେ ପାରୋଲରେ ମୁକୁଳିଛନ୍ତି।

ମା’ଙ୍କ ସୁଧିକ୍ରୀୟାରେ ଯୋଗ ଦେବାକୁ ଆବେଦନ କରି ଜେଲରୁ ମୁକୁଲିଥିଲେ ସୁବ୍ରତ ରୟ।  ୨୦୧୪ରେ ସାହାରା ୧୧ ହଜାର କୋଟି ଟଙ୍କା ଜମା କରିଥିଲା। ହେଲେ ବାକି ଟଙ୍କା ସର୍ତ୍ତ ଅନୁଯାୟୀ ଜମା ନ କରିବାରୁ ପୁନେଠାରେ ଥିବା ସାହାରାର ‘ଆମ୍ବି ଭେଲି’କୁ ନିଲାମ କରାଯିବ ବୋଲି କୋର୍ଟ କହିଥିଲେ।  ଏହି ସମ୍ପତ୍ତିର ମୂଲ୍ୟ ପାଖାପାଖି ୩୪ ହଜାର କୋଟି ଟଙ୍କା ହେବ। ସେହି ଅନୁଯାୟୀ କୋର୍ଟ ଆଜି ଉପରୋକ୍ତ ରାୟ ଦେଇଛନ୍ତି।

Related story