ଓଟିଟି ପ୍ଲାଟଫର୍ମ ପାଇଁ ରେଗୁଲେଟୋରୀ ବଡି ଦାବି

ନୂଆଦିଲ୍ଲୀ: ଅନଲାଇନ୍ ଆପ୍ସ ବା ଓଭର ଦ ଟପ୍ (ଓଟିଟି) ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ,ହଟଷ୍ଟାର, ଜୀ ଫାଇଭ ଭଳି ଆପ୍ସ ପାଇଁ ଏକ ରେଗୁଲେଟୋରୀ ବଡ଼ି ତିଆରି କରିବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। ଆବେଦନକାରୀ କହିଛନ୍ତି, ଏବେ ଅନେକ ଫିଲ୍ନ ଓଟିଟିରେ ରିଲିଜ୍ ହେଉଛି। ସେହିପରି ଅନେକ ଡକ୍ୟୁମେଣ୍ଟରୀ ଏବଂ ବିଭିନ୍ନ ଭିଡିଓ ଅନେକ ପ୍ରଡକ୍ସନ ହାଉସ ତିଆରି କରି ଅପଲୋଡ କରୁଛନ୍ତି। ଏହା ଦ୍ୱାରା ବ୍ୟବସାୟ ମଧ୍ୟ ହେଉଛି। ତେଣୁ କଣ୍ଟେଣ୍ଟକୁ […]

ott-platforms

Subhransu Sekhar
  • Published: Friday, 16 October 2020
  • , Updated: 11 November 2020, 11:01 AM IST

ନୂଆଦିଲ୍ଲୀ: ଅନଲାଇନ୍ ଆପ୍ସ ବା ଓଭର ଦ ଟପ୍ (ଓଟିଟି) ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ,ହଟଷ୍ଟାର, ଜୀ ଫାଇଭ ଭଳି ଆପ୍ସ ପାଇଁ ଏକ ରେଗୁଲେଟୋରୀ ବଡ଼ି ତିଆରି କରିବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି।

ଆବେଦନକାରୀ କହିଛନ୍ତି, ଏବେ ଅନେକ ଫିଲ୍ନ ଓଟିଟିରେ ରିଲିଜ୍ ହେଉଛି। ସେହିପରି ଅନେକ ଡକ୍ୟୁମେଣ୍ଟରୀ ଏବଂ ବିଭିନ୍ନ ଭିଡିଓ ଅନେକ ପ୍ରଡକ୍ସନ ହାଉସ ତିଆରି କରି ଅପଲୋଡ କରୁଛନ୍ତି। ଏହା ଦ୍ୱାରା ବ୍ୟବସାୟ ମଧ୍ୟ ହେଉଛି। ତେଣୁ କଣ୍ଟେଣ୍ଟକୁ ସୁରକ୍ଷିତ ରହିପାରିବ।

କୋର୍ଟ ଏହି ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଏହି ପିଆଇଏଲର ଶୁଣାଣି ତିନି ଜଣିଆ ଖଣ୍ଡପୀଠ କରୁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡେ, ଜଷ୍ଟିସ ଏସ ବୋପନ୍ନା ଏବଂ ଭି ରାମସୁବ୍ରମଣ୍ୟମ ଏହି ଆବେଦନର ଶୁଣାଣି କରୁଛନ୍ତି। ଶଙ୍କର ଶେଖର ଝା ନାମକ ବ୍ୟକ୍ତି ଆଡଭୋକେଟ୍ ମଞ୍ଜୁ ଜେଟଲୀ ଶର୍ମାଙ୍କ ଦ୍ୱାରା ଆବେଦନ କରିଛନ୍ତି।

ସିଜେଆଇ ବୋବଡେ ସରକାରକୁ ଏ ବାବଦରେ କହିଥିଲେ, ଓଟିଟି ପାଇଁ ରେଗୁଲେଟୋରୀ ବଡ଼ି ତିଆରି ଆବଶ୍ୟକ ରହିଛି କି ନାହିଁ କୋର୍ଟ ଜାଣି ନାହାନ୍ତି। ହେଲେ ସରକାର ଏ ବାବଦରେ ବିଚାର କରି ମତ ରଖିବା ଦରକାର। ଆବେଦନକାରୀଙ୍କ ମଧ୍ୟ ଏହି ମାମଲାରେ ଗୋଟିଏ ପାର୍ଟି ଭାବେ ଗ୍ରହଣ କରିଛନ୍ତି କୋର୍ଟ।

Related story