ଚାଷୀଙ୍କ ଟ୍ରାକ୍ଟର ରାଲି: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଦ୍ୱାରା ପ୍ରସ୍ତାବିତ ଟ୍ରାକ୍ଟର ରାଲି ବିରୋଧରେ ଦିଲ୍ଲୀ ପୁଲିସ୍ ପକ୍ଷରୁ କରାଯାଇଥିବା ଆବେଦନର କୌଣସି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧା ସିଧା ମନା କରିଦେଇଛନ୍ତି। ଏଥିସହ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି, ଏହି ମାମଲାରେ ଉପରେ କୋର୍ଟ କିଛି ନିର୍ଦ୍ଦେଶ ଦେଇପାରିବେ ନାହିଁ। ଏନେଇ କେବଳ ଦିଲ୍ଲୀ ପୁଲିସ୍ ହିଁ ନିଷ୍ପତ୍ତି ନେଇପାରିବ ବୋଲି ସୁପ୍ରିମ୍ […]

court

Ranjit Kumar Jena
  • Published: Wednesday, 20 January 2021
  • , Updated: 20 January 2021, 05:30 PM IST

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଦ୍ୱାରା ପ୍ରସ୍ତାବିତ ଟ୍ରାକ୍ଟର ରାଲି ବିରୋଧରେ ଦିଲ୍ଲୀ ପୁଲିସ୍ ପକ୍ଷରୁ କରାଯାଇଥିବା ଆବେଦନର କୌଣସି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧା ସିଧା ମନା କରିଦେଇଛନ୍ତି। ଏଥିସହ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି, ଏହି ମାମଲାରେ ଉପରେ କୋର୍ଟ କିଛି ନିର୍ଦ୍ଦେଶ ଦେଇପାରିବେ ନାହିଁ। ଏନେଇ କେବଳ ଦିଲ୍ଲୀ ପୁଲିସ୍ ହିଁ ନିଷ୍ପତ୍ତି ନେଇପାରିବ ବୋଲି ସୁପ୍ରିମ୍ କୋର୍ଟ ରୋକଠୋକ୍ କହିଛନ୍ତି।

ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ଏଲ ନାଗେଶ୍ୱର ରାଓ ଏବଂ ବିଚାରପତି ବିନିତ୍ ସରନଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଆଦେଶକୁ ପାରିତ ନକରିବାକୁ କହିଛନ୍ତି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହି ଆବେଦନକୁ ପ୍ରତ୍ୟାହାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀରେ କୌଣସି ପ୍ରକାର ରାଲି ବା ଶୋଭାଯାତ୍ରାକୁ ଅନୁମତି ଦେବା ବା ନ ଦେବା କୋର୍ଟ ପାଇଁ ଅନୁପଯୁକ୍ତ କଥା। ଏହାସହ ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରି ସମାଧାନ ଲାଗି ଗଠିତ କମିଟିର ପୁନର୍ଗଠନ ଲାଗି କୋର୍ଟ ନୋଟିସ ଜାରି କରିଛନ୍ତି। ପୂର୍ବରୁ କୋର୍ଟ ୪ ଜଣିଆ କମିଟି ଗଠନ କରିଥିଲେ। ତେବେ କମିଟିର ସଦସ୍ୟ ପଦରୁ ଭୂପିନ୍ଦର ସିଂ ମାନ୍ ଓହରି ଯିବାରୁ ଆଉଥରେ କମିଟି ଗଠନ କରିବା ଲାଗି କୋର୍ଟ ଉଭୟ ସରକାର ଓ ଚାଷୀଙ୍କୁ ନୋଟିସ ଜାରି କରିଛନ୍ତି। କେବଳ ଏତିକି ନୁହେଁ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିକୁ ସମାଲୋଚନା କରାଯାଉଥିବାରୁ ପ୍ରଧାନ ବିଚାରପତି ଏସଏ. ବୋବଡେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆନ୍ଦୋଳନରତ ଚାଷୀଙ୍କ ସହ ସରକାରଙ୍କ ଆଲୋଚନା ବାରମ୍ବାର ବିଫଳ ହେବା ପରେ ଜାନୁଆରୀ ୨୬ରେ ଦିଲ୍ଲୀ ଭିତରେ ଚାଷୀମାନେ ଟ୍ରାକଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚାଷୀ ଟ୍ରାକ୍ଟର ରାଲି କରିବାକୁ ଜିଦ୍ ଧରି ବସିଥିବା ବେଳେ ସେମାନେ ଦେଶର ଚାଷୀଙ୍କୁ ଟ୍ରାକ୍ଟର ସହ ଦିଲ୍ଲୀ ଆସିବାକୁ ଡାକରା ଦେଇଛନ୍ତି। ଚାଷୀ ସଂଗଠନ ଟ୍ରାକ୍ଟର ରାଲି ପାଇଁ ପୁଲିସକୁ ଅନୁମତି ମାଗିଥିଲେ।

ଅନ୍ୟପକ୍ଷରେ ଚାଷୀ ନେତା ରାକେଶ ଟିକେତ୍ କହିଛନ୍ତି, ଆମେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିକି ରହିବୁ। ଆମକୁ କେହି ରୋକିପାରିବେ ନାହିଁ। ଦିଲ୍ଲୀ ମଧ୍ୟ ଚାଷୀଙ୍କର ଏବଂ ସାଧାରଣତନ୍ତ୍ର ଦିବସ ମଧ୍ୟ ଚାଷୀଙ୍କର। ଆମେ ଯେଉଁ ଟ୍ରାକ୍ଟର ରାଲି କରିବୁ, ସେଥିରେ କାହାରିକୁ କ୍ଷତି ପହଞ୍ଚାଇବୁ ନାହିଁ। ଟିକେତ୍ ଆହୁରି କହିଛନ୍ତି, ସରକାର କେବଳ ଆମ ସହ କଥା ହେଉଛନ୍ତି, କିନ୍ତୁ କୌଣସି ନିଷ୍କର୍ସ ବାହାର କରୁନାହାନ୍ତି। କିଛି ଚାଷୀଙ୍କୁ NIA ପକ୍ଷରୁ ନୋଟିସ୍ ପଠାଯାଉଛି। ଯଦି ଏଭଳି ଜାରି ରୁହେ, ତାହେଲେ ସବୁ ଚାଷୀ NIA କାର୍ଯ୍ୟାଳୟ ବାହାରେ ଧାରଣା ଦେବେ ବୋଲି କହିଛନ୍ତି ଟିକେତ୍।

ନୂଆ କୃଷି ଆଇନ୍ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ଓ ସରକାରଙ୍କ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ଆଲୋଚନା ହେବ। ଏହା ପୂର୍ବରୁ ୯ଥର ଆଲୋଚନା ହୋଇସାରିଥିଲେ ହେଁ, ଏଥିରେ କୌଣସି ନିଷ୍କ୍ରିୟ ମିଳିପାରିନାହିଁ। ଆଜି ବୈଠକ ସଫଳ ହେବା ନେଇ ଉଭୟ ସରକାର ଓ ଚାଷୀ ଆଶାବାଦୀ ଅଛନ୍ତି।

Related story