ହାଇକୋର୍ଟଙ୍କ ଆଦେଶ ଉପରେ ରୋକ, ମଦ ବିକ୍ରିକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ତାମିଲନାଡୁ ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଜ୍ୟରେ ମଦ ବିକ୍ରି ଉପରେ ହାଇକୋର୍ଟ ଲଗାଇଥିବା ରୋକକୁ ଆଜି ସୁପ୍ରିମକୋର୍ଟ ପ୍ରତ୍ୟାହାର କରିଛନ୍ତି। ରୋକ ଉପରେ ରହିତାଦେଶ ଜାରି କରି ସୁପ୍ରିମକୋର୍ଟ ତାମିଲନାଡୁରେ ମଦ ବିକ୍ରି ପୂର୍ବଭଳି ଜାରି ରଖିବାକୁ ସବୁଜ ସଙ୍କେତ ଦେଇଛନ୍ତି। ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହେବା ଦିନ ଠାରୁ ତାମିଲନାଡୁରେ ଥିବା ବିଭିନ୍ନ ମଦ ଦୋକାନରେ ଏହାକୁ ବିକ୍ରି ପାଇଁ ଅନୁମତି ମିଳିଥିଲା। ମଦ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ […]

s

s

Hemant Lenka
  • Published: Friday, 15 May 2020
  • Updated: 15 May 2020, 01:38 PM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡୁ ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଜ୍ୟରେ ମଦ ବିକ୍ରି ଉପରେ ହାଇକୋର୍ଟ ଲଗାଇଥିବା ରୋକକୁ ଆଜି ସୁପ୍ରିମକୋର୍ଟ ପ୍ରତ୍ୟାହାର କରିଛନ୍ତି। ରୋକ ଉପରେ ରହିତାଦେଶ ଜାରି କରି ସୁପ୍ରିମକୋର୍ଟ ତାମିଲନାଡୁରେ ମଦ ବିକ୍ରି ପୂର୍ବଭଳି ଜାରି ରଖିବାକୁ ସବୁଜ ସଙ୍କେତ ଦେଇଛନ୍ତି।

ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହେବା ଦିନ ଠାରୁ ତାମିଲନାଡୁରେ ଥିବା ବିଭିନ୍ନ ମଦ ଦୋକାନରେ ଏହାକୁ ବିକ୍ରି ପାଇଁ ଅନୁମତି ମିଳିଥିଲା। ମଦ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଜମିବାରୁ କରୋନା ପାଇଁ ଜାରି ସାମାଜିକ ଦୂରତାର ଗାଇଡଲାଇନ ଉଲ୍ଲଙ୍ଘନ ହୋଇଥିଲା।

ଏହାର ବିଚାର କରି ମାଡ୍ରାସ ହାଇକୋର୍ଟ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସରକାର ଚାହିଁଲେ ମଦର ହୋମ ଡେଲିଭରୀ କରିପାରିବେ ବୋଲି କହିଥିଲେ।

ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତାମିଲନାଡୁ ସରକାର ଶୁଣାଣି ବେଳେ କହିଥିଲେ ଯେ ରାଜ୍ୟର ସବୁ ସ୍ଥାନରେ ହୋମ ଡେଲିଭରୀ କରିବା ସମ୍ଭବ ନୁହେଁ। ସବୁ ଲୋକ ଇଣ୍ଟରନେଟର ବ୍ୟବହାର ମଧ୍ୟ ଭଲ ଭାବେ ଶିଖିନାହାନ୍ତି। ତେଣୁ ସୁପ୍ରିମକୋର୍ଟ ସାମାଜିକ ଦୂରତା ନିୟମକୁ ପାଳନ କରି ମଦ ଦୋକାନ ଖୋଲିବାକୁ ଅନୁମତି ଦେବା ଦରକାର।

ଏହାପରେ ସୁପ୍ରିମକୋର୍ଟ କହିଛନ୍ତି, ତାମିଲନାଡୁରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉଥିଲେ ହେଁ ସବୁ ସ୍ଥାନରେ ସାମାଜିକ ଦୂରତା ବଜାୟୀ ରଖିବା ନିହାତି ଜରୁରୀ। ସେହିପରି ରାଜ୍ୟ ସରକାରମାନେ ମଦର ହୋମ ଡେଲିଭରୀ କଥା ମଧ୍ୟ ବିଚାରକୁ ନେବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos