ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ତିଆରି ହୋଇଥିବା ଏକ ମିମକୁ ସୋଶାଲ୍‌ ମିଡିଆରେ ଶେୟାର କରିବା ବିଜେପିର ଜଣେ ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମେଟ୍ ଗାଲା ଇଭେଣ୍ଟ୍‌ ଫଟୋରେ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍‌ରେ କରାଯାଇଥିବା ଏକ ପୋଷ୍ଟ୍‌ ଭାଇରାଲ ହୋଇଥିଲ। ସେହି ଫଟୋକୁ ବିଜେପିର […]

w

w

Hemant Lenka
  • Published: Tuesday, 14 May 2019
  • Updated: 14 May 2019, 02:21 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ତିଆରି ହୋଇଥିବା ଏକ ମିମକୁ ସୋଶାଲ୍‌ ମିଡିଆରେ ଶେୟାର କରିବା ବିଜେପିର ଜଣେ ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମେଟ୍ ଗାଲା ଇଭେଣ୍ଟ୍‌ ଫଟୋରେ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍‌ରେ କରାଯାଇଥିବା ଏକ ପୋଷ୍ଟ୍‌ ଭାଇରାଲ ହୋଇଥିଲ। ସେହି ଫଟୋକୁ ବିଜେପିର ଏହି ଯୁବ ନେତ୍ରୀ ଶେୟାର କରିଥିଲେ। ଏହାକୁ ନେଇ ଟିଏମସି କର୍ମୀମାନେ ବିକ୍ଷୋଭ କରିବା ସହ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ୍‌ ପ୍ରିୟଙ୍କା ଶର୍ମାଙ୍କୁ ମେ’ ୧୦ରେ ଗିରଫ କରିଥିଲା। ଏହାପରେ ହାଓଡ଼ା କୋର୍ଟ ପ୍ରିୟଙ୍କାକୁ ୧୪ ଦିନ ଯାଏ ଜେଲ ହାଜତକୁ ପଠାଇଥିଲେ। କିନ୍ତୁ ପ୍ରିୟଙ୍କା ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆଜି ପ୍ରିୟଙ୍କାଙ୍କ ଜାମିନ୍‌ ଆବେଦନର ଶୁଣାଣି କରି କହିଛନ୍ତି, “ଆମେ ଜାମିନ୍‌ ଦେବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଜାମିନ୍‌ ପାଇଁ ବିଜେପି ନେତ୍ରୀ ଜଣଙ୍କ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଦରକାର। ପ୍ରିୟଙ୍କା ଜଣେ ରାଜନୀତିକ ବ୍ୟକ୍ତିବିଶେଷ। ଏବେ ଦେଶରେ ନିର୍ବାଚନର ଋତୁ ଚାଲିଛି। ଏଭଳି ସ୍ଥିତିରେ ଆମେ ଜଣେ ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇ ପାରିବୁ ନାହିଁ। ଆମେ କ୍ଷମା ମାଗିବାକୁ କହିଛୁ, କାରଣ ଏହା ନିର୍ବାଚନର ସମୟ। ସମସ୍ତଙ୍କର ବାକ୍‌ ସ୍ୱାଧୀନତା ରହିଛି।

ହେଲେ ବାକ୍‌ ସ୍ୱାଧୀନତା ଆଳରେ ଜଣଙ୍କର ଅଧିକାର ଏବଂ ମାନସମ୍ମାନକୁ ଆମେ କ୍ଷତି ପହଞ୍ଚାଇ ପାରିବା ନାହିଁ। ଏଭଳି ବିକୃତ ପୋଷ୍ଟ କରିବା ଦ୍ୱାରା ଜଣଙ୍କ ଆତ୍ମସମ୍ମାନ ଆଘାତ ପାଇଛି। ତେଣୁ ଆମେ ପ୍ରିୟଙ୍କା ଶର୍ମାଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଉଛୁ। ପ୍ରିୟଙ୍କା ଜାମିନରେ ଜେଲରୁ ବାହାରିବା କ୍ଷଣି ତୁରନ୍ତ ଲିଖିତ ଭାବେ କ୍ଷମା ମାଗିବେ।”

ଏଥିସହ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଏ ସମ୍ପର୍କରେ ନିଜର ପକ୍ଷ ରଖିବାକୁ ନୋଟିସ୍ ପଠାଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ପ୍ରିୟଙ୍କାଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ କହିଥିଲେ। ତେବେ ଶେଷରେ କୋର୍ଟ ପ୍ରିୟଙ୍କାଙ୍କ ଓକିଲ ଏନ୍‌କେ କୌଲଙ୍କୁ ଡାକି କେବଳ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟରେ ପ୍ରିୟଙ୍କାଙ୍କ ମା’ ନିଜର ଖୁସି ଜାହିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story