ଧାରା ୩୭୦ ଉଚ୍ଛେଦ ବିରୋଧରେ ଆବେଦନ, ସିଜେଆଇ କହିଲେ ତ୍ରୁଟିପୂର୍ଣ୍ଣ

ନୂଆଦିଲ୍ଲୀ: କେନ୍ଦ୍ରର ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ୭ଟି ଆବେଦନରୁ ୪ଟିରେ ତ୍ରୁଟି ରହିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଆଜି ଶୁଣାଣି କରି ଏହା କହିଛନ୍ତି। ତେଣୁ ଆବେଦନକାରୀ ତ୍ରୁଟି ସଂଶୋଧନ କରି ଆବେଦନ କଲେ ଆଗାମୀ ଦିନରେ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏଥିସହ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ତ୍ରୁଟିପୂର୍ଣ୍ଣ ଆବେଦନ ହୋଇଥିବାରୁ ଆବେଦନକାରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଜଷ୍ଟିସ ଗୋଗୋଇ। ନିକଟରେ […]

supremecourt

Subhransu Sekhar
  • Published: Friday, 16 August 2019
  • , Updated: 16 August 2019, 03:11 PM IST

ନୂଆଦିଲ୍ଲୀ: କେନ୍ଦ୍ରର ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ୭ଟି ଆବେଦନରୁ ୪ଟିରେ ତ୍ରୁଟି ରହିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଆଜି ଶୁଣାଣି କରି ଏହା କହିଛନ୍ତି। ତେଣୁ ଆବେଦନକାରୀ ତ୍ରୁଟି ସଂଶୋଧନ କରି ଆବେଦନ କଲେ ଆଗାମୀ ଦିନରେ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏଥିସହ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ତ୍ରୁଟିପୂର୍ଣ୍ଣ ଆବେଦନ ହୋଇଥିବାରୁ ଆବେଦନକାରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଜଷ୍ଟିସ ଗୋଗୋଇ।

ନିକଟରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାପରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ କଶ୍ମୀରରେ ୧୪୪ ଧାରା ଜାରି କରିବା ସହିତ ଅନେକାଂଶ ସ୍ଥାନରେ କର୍ଫ୍ୟୁ ଜାରି କରିଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରି ଏମ୍ ଏଲ ଶର୍ମା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯେଉଁଥିରେ ସେ କହିଥିଲେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନିଷ୍ପତ୍ତି ସଂସଦୀୟ ପ୍ରକ୍ରିୟାରେ ହୋଇ ନାହିଁ। ରାଷ୍ଟ୍ରପତିଙ୍କ ଉଚ୍ଛେଦ କରିବା ନିଷ୍ପତ୍ତି ଅସାମ୍ୱିଧାନିକ। ଯାହାକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ଆପତ୍ତି ଉଠାଇଥିଲେ। କହିଲେ ଏଭଳି କହିବାର ଉଦ୍ଦେଶ୍ୟ କଣ, ତାହା ବୁଝି ହେଉନାହିଁ। ଆବେଦନରେ ବୈଷୟିକ ତ୍ରୁଟି ରହିଛି ବୋଲି କହି ତ୍ରୁଟି ସଂଶୋଧନ କରି ଆବେଦନ କଲେ ଆଗାମୀ ଦିନରେ ଶୁଣାଣି ହେବ ବୋଲି ଜଷ୍ଟିସ ଗୋଗୋଇ କହିଥିଲେ।

ଅନ୍ୟପଟେ କଶ୍ମୀର ଟାଇମ୍ସର ସମ୍ପାଦକ ଅନୁରାଧା ଭାସିନ ତାଙ୍କ ଆବେଦନର କହିଛନ୍ତି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ରିପୋର୍ଟିଂ କରିବା ଉପରେ କଟକଣା ଲଗାଯାଇଛି। ଏହା ତୁରନ୍ତୁ ହଟାଯାଉ। ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଜବାବରେ କହିଥିଲେ ଜମ୍ମୁ କଶ୍ମୀରର ସମସ୍ତ ଖବରକାଗଜ ପ୍ରକାଶ ପାଉଥିବା ବେଲେ କଶ୍ମୀର ଟାଇମ୍ସ କାହିଁକି ପ୍ରକାଶ ପାଉନି। ଏହାପରେ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ପ୍ରତିଦିନ ସ୍ଥିତି ଦେଖି ଆବଶ୍ୟକତା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କୋହଳ କରାଯାଉଛି। ଧୀରେ ଧୀରେ ସ୍ଥତି ସ୍ୱାଭାବିକ ହେବ। ସୁରକ୍ଷା ଅଧିକାରୀଙ୍କ ଉପରେ ସମସ୍ତେ ଆସ୍ଥା ରଖିବା ଉଚିତ ବୋଲି ସେ କହିଥିଲେ।

ଏହାପରେ ପ୍ରଧାନ ବିଚାରପତି ଶୁଣାଣି କରି କହିଥିଲେ ଜମ୍ମୁ କଶ୍ମୀର ଏକ ସମ୍ୱେଦନଶୀଳ ମାମଲା। ଏଥିରେ ସରକାରଙ୍କୁ ସମୟ ଦେବା ଜରୁରୀ ବୋଲି ପ୍ରଧାନ ବିଚାରପତି କହିଥିଲେ।

ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାପରେ ଜମ୍ମୁ କଶ୍ମୀରଠୁ ଲଦାଖ ଅଲଗା କରି ଉଭୟ ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଏଥିସହ ହିଂସା ଓ ଆଇନ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ପାରେ ଦେଖି ଧାରା ୧୪୪ ସହିତ କର୍ଫ୍ୟୁ ଜାରି କରିଛନ୍ତି। କିଛି କିଛି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ମୋବାଇଲ, ଇଣ୍ଟରନେଟ୍ ସେବା କୋହଳ ହେଉଥିବା ସୂଚନା ରହିଛି।

Related story