ଜମ୍ମୁ: ନଭେମ୍ବର ୨୪ ତାରିଖ ସୁଦ୍ଧା ଜମ୍ମୁରେ ଥିବା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବାକୁ ନୂଆ ରାସ୍ତା ନିର୍ମାଣ ପାଇଁ ପ୍ରସାଶନକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲା ବେଳ ସୁପ୍ରିମ୍କୋର୍ଟ ଏହା ଉପରେ ସୋମବାର ରହିତାଦେଶ ଲଗାଇଛନ୍ତି । ଏତେ କମ୍ ସମୟରେ ରାସ୍ତା ନିର୍ମାଣ ହୋଇପାରିବା ନେଇ ଆଶଙ୍କା ଦର୍ଶାଇ ମନ୍ଦିର ବୋର୍ଡ ପକ୍ଷରୁ ସର୍ବୋଚ୍ଚ ଅଦାଲତକୁ କୁହାଯିବା ପରେ ବିଚାରପତି ଏମ୍ କେ ଲୌକର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ନିଷ୍ପତ୍ତି ନେଇଛନ୍ତି। ମନ୍ଦିର ବୋର୍ଡ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଓ ଏହା ଫେବ୍ରୁଆରି ମାସ ଶେଷ ସୁଦ୍ଧା ସରିବ ବୋଲି କୁହାଯାଇଛି।
ତେବେ, ଏନ୍ଜିଟି ପକ୍ଷରୁ ଏହି ରାସ୍ତା ନିର୍ମାଣ ନିର୍ଦ୍ଦେଶ ବ୍ୟତୀତ ନିକଟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରାଯାଇଥିଲା। ବୈଷ୍ଣୋ ଦେବୀ ମନ୍ଦିରକୁ ଦିନକୁ ସର୍ବାଧିକ ୫୦,୦୦୦ ଭକ୍ତଙ୍କୁ ଦର୍ଶନ ମିଳିବ ବୋଲି ନିକଟରେ କୁହାଯାଇଥିଲା। ନିର୍ମାଣାଧୀନ ରାସ୍ତା ତିଆରି ସାରିବା ପରେ ସେହି ରାସ୍ତାରେ ଘୋଡା, ଖଚର ଓ ଗଧ ଆଦିଙ୍କୁ ଯିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।