ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ମାମଲା ଉଦ୍ଦେଶ୍ୟ ପ୍ରଣୋଦିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୮ ମସିହା ଅନଭୟ ନାୟକ ଆତ୍ମହତ୍ୟା ମାମଲାରେ ସିଜେଏମ୍, ହାଇକୋର୍ଟରୁ ଜାମିନ୍ ନମିଳିବା ପରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇଛନ୍ତି ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଇଣ୍ଟେରିୟର ଡିଜାଇନର୍ ଅନଭାଇ ନାୟକ ଏବଂ ତାଙ୍କ ମା କୁମୁଦ ନାୟକଙ୍କ ଆତ୍ମହତ୍ୟା ମାମଲାରେ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ତେବେ ତଦନ୍ତ ବେଳେ ଅର୍ଣ୍ଣବଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ କୋର୍ଟ କହିଛନ୍ତି। ଆଠ ଦିନ ପରେ ସେ ଏବେ ଜେଲରୁ ବାହାରିବେ। ଜାମିନକୁ ମହାରାଷ୍ଟ୍ର ସରକାରଙ୍କ ଓକିଲ […]

ArnabGoswami

Subhransu Sekhar
  • Published: Wednesday, 11 November 2020
  • , Updated: 11 November 2020, 04:49 PM IST

ନୂଆଦିଲ୍ଲୀ: ୨୦୧୮ ମସିହା ଅନଭୟ ନାୟକ ଆତ୍ମହତ୍ୟା ମାମଲାରେ ସିଜେଏମ୍, ହାଇକୋର୍ଟରୁ ଜାମିନ୍ ନମିଳିବା ପରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇଛନ୍ତି ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଇଣ୍ଟେରିୟର ଡିଜାଇନର୍ ଅନଭାଇ ନାୟକ ଏବଂ ତାଙ୍କ ମା କୁମୁଦ ନାୟକଙ୍କ ଆତ୍ମହତ୍ୟା ମାମଲାରେ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ତେବେ ତଦନ୍ତ ବେଳେ ଅର୍ଣ୍ଣବଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ କୋର୍ଟ କହିଛନ୍ତି। ଆଠ ଦିନ ପରେ ସେ ଏବେ ଜେଲରୁ ବାହାରିବେ। ଜାମିନକୁ ମହାରାଷ୍ଟ୍ର ସରକାରଙ୍କ ଓକିଲ କପିଲ୍ ସିବଲ ଏବଂ ଅନଭୟ ନାୟକଙ୍କ ଓକିଲ ବିରୋଧ କରିଥିଲେ ମଧ୍ୟ ଦୁଇ ଜଣିଆ ଖଣ୍ଡପୀଠ ସମସ୍ତ ପକ୍ଷକୁ ଶୁଣିବା ପରେ ଜାମିନ୍ ପ୍ରଦାନ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଗୋସ୍ୱାମୀଙ୍କ ଗିରଫ ବେଆଇନ, ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। ତାଙ୍କ ବିରୁଦ୍ଧରେ ଏବଂ ତାଙ୍କ ନ୍ୟୁଜ୍ ଚ୍ୟାନେଲ୍, ରିପବ୍ଲିକ୍ ଟିଭି ଏବଂ ରିପବ୍ଲିକ୍ ଭରତ ବରୋଧରେ ରୁଜୁ ହୋଇଥିବା ମାମଲା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଅର୍ଥାତ୍ ମୁମ୍ୱାଇ ପୁଲିସ ଯାହା କରିଛି ବେଆଇନ୍ ବୋଲି କୋର୍ଟ କହିଛନ୍ତି।

https://twitter.com/LiveLawIndia/status/1326481920277028864

ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ରଖିଛନ୍ତି। ଯଦି ରାଜ୍ୟ ସରକାର ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ କରିବେ, ତାହେଲେ ସେମାନେ ଜାଣିବା ଦରକାର ଯେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରହିଛି। ମହାରାଷ୍ଟ୍ର ସରକାର ରିପବ୍ଲିକ୍ ଟିଭି ମଧ୍ୟରେ ହୋଇଥିବା ବିବାଦ ବାବଦରେ ଶୁଣାଣି କରି କୋର୍ଟ ଏହା କହିଛନ୍ତି।

ସରକାର ଏସବୁକୁ ଅଣଦେଖା କରିବା ଉଚିତ୍। କୋର୍ଟର ଗୋସ୍ୱାମୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଦଲିଲ ରଖିଛନ୍ତି। ମହାରାଷ୍ଟ୍ର ସରକାର ଆଣିଥିବା ଅଭିଯୋଗର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ମାମଲାର ଶୁଣାଣି ବେଳେ ମୃତ ଇଣ୍ଟେରିଅର ଡିଜାଇନର ଅନଭୟ ନାୟକଙ୍କ ଓକିଲ ଏବଂ ମହାରାଷ୍ଟ୍ର ସରକାରଙ୍କ ଓକିଲ କପିଲ ସିବଲ୍ ପକ୍ଷ ରଖିଥିଲେ।

ଶୁଣାଣି ସମୟରେ ଜଷ୍ଟିସ୍ ଚନ୍ଦ୍ରଚୁଡ଼ କହିଛନ୍ତି, ‘ଯଦି ଆମେ ସାମ୍ବିଧାନିକ କୋର୍ଟ ଭାବରେ ବ୍ୟକ୍ତିଗତ ସ୍ୱାଧୀନତା ସୁରକ୍ଷା କରିବୁନି, ତାହେଲେ କିଏ କରିବ?। ବୋଲି ପ୍ରଶ୍ନ କରିଛନ୍ତି।

ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ଉପରେ ଜଷ୍ଟିସ ଚନ୍ଦ୍ରଚୁଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବମ୍ୱେ ହାଇକୋର୍ଟ ନିଜ ଆଦେଶରେ 50ରୁ ଅଧିକ ପୃଷ୍ଠାର ରାୟ ଦେଇଛନ୍ତି। ହେଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଅପରାଧ କଣ ରହିଛି ଉଲ୍ଲେଖ କରି ନାହାନ୍ତି। ଯାହାକୁ ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହପରି ଇଣ୍ଟେରିଅର ଡିଜାଇନରଙ୍କୁ ବକେୟା ନେଣ ଦେଣର ମାମଲା ରହିଛି ତାହେଲେ ଏହା କିଭଳି ଆତ୍ମହତ୍ୟା ପାଇଁ ଉସକାଗଲା ବୋଲି ଜଷ୍ଟିସ ଚନ୍ଦ୍ରଚୁଡ ଟିପ୍ପଣୀ କରିଛନ୍ତି। ବମ୍ୱେ ହାଇକୋର୍ଟଙ୍କ ପାଖରେ ଜାମିନ୍ ଦେବାର ଅଧିକାର ରହିଛି, ଗୋସ୍ୱାମୀଙ୍କ ଅପରାଧ ଉଲ୍ଲେଖ ନକରି ଜାମିନ୍ ନଦେବା ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜାମିନ୍ ମାଗିବା ସମସ୍ତଙ୍କର ଅଧିକାର ବୋଲି କୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ସାଲଭେ କହିଛନ୍ତି। ହେଲେ ତାଙ୍କ କ୍ଲାଏଣ୍ଟଙ୍କୁ ବେଆଇନ୍ ବୋଲି ସିଜିଏମ୍ କହିସାରିଥିବା ବେଳେ ଜାମିନ୍ ମିଳୁନି ବୋଲି ସାଲଭେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ମୃତକ ଏବଂ ଗୋସ୍ୱାମୀଙ୍କ ବିରୋଧରେ ସିଧାସଳଖ ସମ୍ପର୍କ ନାହିଁ। ତେଣୁ କାହିଁକି ଜାମିନ୍ ମିଳୁନି ବୋଲି ସାଲଭେ ଜଷ୍ଟିସ୍ ଡି ଚନ୍ଦ୍ରଚୁଡଙ୍କ ଆଗରେ କହିଛନ୍ତି।

Related story