୧୩ରୁ ସୁପ୍ରିମକୋର୍ଟର ଗ୍ରୀଷ୍ମ ଅବକାଶ ଛୁଟି

ନୂଆଦିଲ୍ଲୀ: ଚଳିତ ମାସ ମେ ୧୩ ତାରିଖରୁ ଜୁନ ୩୦ ତାରିଖ ଯାଏ ସୁପ୍ରିମକୋର୍ଟର ଗ୍ରୀଷ୍ମ ଅବକାଶ ଛୁଟି ରହିବ। ତେବେ ମେ ୨୫ରୁ ୩୦ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଛୁଟିରେ ରହିବେ ବୋଲି ଜଣାପଡ଼ିଛି। ଜୁଲାଇ ୧ ତାରିଖରେ ସୁପ୍ରିମକୋର୍ଟ ପୁଣି ଖୋଲିବ। ତେବେ ଏହି ଗ୍ରୀଷ୍ମ ଅବକାଶ ସମୟରେ ୩ଟି ପର୍ଯ୍ୟାୟରେ ବିଚାରପତି ମାନେ ଛୁଟିରେ ଯିବେ। ମେ ୧୩ରୁ ୨୮ ପ୍ରଥମ ପର୍ଯ୍ୟାୟ ରହିଥିବା ବେଳେ ମେ ୨୯ରୁ […]

SUPREMECOURT

Subhransu Sekhar
  • Published: Friday, 10 May 2019
  • , Updated: 10 May 2019, 02:38 PM IST

ନୂଆଦିଲ୍ଲୀ: ଚଳିତ ମାସ ମେ ୧୩ ତାରିଖରୁ ଜୁନ ୩୦ ତାରିଖ ଯାଏ ସୁପ୍ରିମକୋର୍ଟର ଗ୍ରୀଷ୍ମ ଅବକାଶ ଛୁଟି ରହିବ। ତେବେ ମେ ୨୫ରୁ ୩୦ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଛୁଟିରେ ରହିବେ ବୋଲି ଜଣାପଡ଼ିଛି। ଜୁଲାଇ ୧ ତାରିଖରେ ସୁପ୍ରିମକୋର୍ଟ ପୁଣି ଖୋଲିବ।

ତେବେ ଏହି ଗ୍ରୀଷ୍ମ ଅବକାଶ ସମୟରେ ୩ଟି ପର୍ଯ୍ୟାୟରେ ବିଚାରପତି ମାନେ ଛୁଟିରେ ଯିବେ। ମେ ୧୩ରୁ ୨୮ ପ୍ରଥମ ପର୍ଯ୍ୟାୟ ରହିଥିବା ବେଳେ ମେ ୨୯ରୁ ଜୁନ ୩୦ ରହିଛି ଦ୍ୱିତୀୟ ପର୍ଯ୍ୟାୟ। ତୃତୀୟ ପର୍ଯ୍ୟାୟ ଛୁଟିର ତାରିଖ ଜୁନ ୧୪ରୁ ୩୦ ମଧ୍ୟରେ ସ୍ଥିର ହୋଇଥିବା ଜଣାପଡ଼ିଥିବା ବେଳେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

ତେବେ ଏହି ଗ୍ରୀଷ୍ମ ଅବକାଶ ସମୟରେ ଜରୁରୀ ଆବେଦନର ଶୁଣାଣି ପାଇଁ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ଅନ୍ୟ ବିଚାରପତିଙ୍କୁ ମନୋନୀତ କରିପାରିବେ।

Related story