ଆସନ୍ତାକାଲି ସମଲିଙ୍ଗୀ ସମ୍ପର୍କିତ ୩୭୭ ଧାରାକୁ ନେଇ ଶୁଣାଣି, କେନ୍ଦ୍ରର ପ୍ରସ୍ତାବରେ ସୁପ୍ରିମକୋର୍ଟ ଅରାଜି 

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କିତ ୩୭୭ ଧାରାକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ଥିବା ବେଳେ କେନ୍ଦ୍ର ଆଉ କିଛି ଦିନ ସମୟ ମାଗିବାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଶୁଣାଣିକୁ ଘୁଞ୍ଚାଇବାକୁ କେନ୍ଦ୍ର ପକ୍ଷରୁ ଆବେଦନ କରାଯାଇଥିବା ବେଳେ ଏଥିରେ ସୁପ୍ରିମକୋର୍ଟ ଅରାଜି ହୋଇଛନ୍ତି। ସମଲିଙ୍ଗୀ ସମ୍ପର୍କକୁ ଆଇପିସି ଧାରା ୩୭୭ ଅନୁଯାୟୀ ଏକ ଅପରାଧିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ଏହି ମାମଲାରେ […]

sect

sect

Ordigital Desk
  • Published: Monday, 09 July 2018
  • Updated: 09 July 2018, 03:38 PM IST

Sports

Latest News

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କିତ ୩୭୭ ଧାରାକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ଥିବା ବେଳେ କେନ୍ଦ୍ର ଆଉ କିଛି ଦିନ ସମୟ ମାଗିବାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଶୁଣାଣିକୁ ଘୁଞ୍ଚାଇବାକୁ କେନ୍ଦ୍ର ପକ୍ଷରୁ ଆବେଦନ କରାଯାଇଥିବା ବେଳେ ଏଥିରେ ସୁପ୍ରିମକୋର୍ଟ ଅରାଜି ହୋଇଛନ୍ତି। ସମଲିଙ୍ଗୀ ସମ୍ପର୍କକୁ ଆଇପିସି ଧାରା ୩୭୭ ଅନୁଯାୟୀ ଏକ ଅପରାଧିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ଏହି ମାମଲାରେ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସାମ୍ବିଧାନିକ ବେଞ୍ଚ ଶୁଣାଣି କରିବା ଧାର୍ଯ୍ୟ ହୋଇଥିଲା। ହେଲେ ଏନେଇ କେନ୍ଦ୍ର ସ୍ପଷ୍ଟୀକରଣ ଦାଖଲ ନକରିବା ଏବଂ ଶୁଣାଣିକୁ ଘୁଞ୍ଚାଇବାକୁ  ଆବେଦନ କରିବା ଘଟଣାକୁ କୋର୍ଟ ନାପସନ୍ଦ କରିଛନ୍ତି।

କୋର୍ଟ କହିଛନ୍ତି ଯେ, ଏହି ମାମଲାଟି ଦୀର୍ଘ ଦିନ ଧରି ପଡ଼ି ରହିଥିବା ବେଳେ କେନ୍ଦ୍ର ଏହାର ତୁରନ୍ତ ଜବାବ ଦେବା ଉଚିତ୍‌ ଥିଲା। ଏହି ମାମଲାକୁ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏଏମ ଖାନ୍‌ ୱଲକର ଏବଂ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ

କହିଛନ୍ତି ଯେ, ଆସନ୍ତାକାଲି ଶୁଣାଣି ବେଳେ କେନ୍ଦ୍ର ଯାହା ତଥ୍ୟ ରଖିବା କଥା ରଖିବ। ଏହି ମାମଲାରୁ ଶୁଣାଣିକୁ ଘୁଞ୍ଚାଇ ହେବ ନାହିଁ କିମ୍ବା ସ୍ତଗିତ ରଖି ହେବ ନାହିଁ  ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଗତ ଏପ୍ରିଲ ମାସରେ ଧାରା ୩୭୭ର ପୁନର୍ବିଚାର ନେଇ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା।  ଏନେଇ ଗତ ମେ’ ମାସରେ ଭାରତୀୟ ପିଙ୍ଗଳ ଆଇନର ଧାରା ୩୭୭ର ସାମ୍ବିଧାନିକ ବୈଧତାର ପୁନର୍ବିଚାର ହେବା ଜରୁରୀ ବୋଲି  କୋର୍ଟ କହିଥିଲେ। ୨୦୧୩ରେ କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କକୁ  ଧାରା ୩୭୭ ଅନୁଯାୟୀ, ଅପରାଧ ତାଲିକାଭୁକ୍ତ କରିଥିଲେ।

ସୂଚନାନୁଯାୟୀ, ସମଲିଙ୍ଗୀ ମହିଳା, ସମଲିଙ୍ଗୀ ପୁରୁଷ, ଉଭୟଲିଙ୍ଗୀ ଏବଂ ତୃତୀୟଲିଙ୍ଗ(ଏଲ୍‌ଜିବିଟି) ସମ୍ପ୍ରଦାୟର ନବତେଜ ଜୋହର, ସୁନୀଲ ମେବରା, ଅମନ୍‌ ନାଥ, ଋତୁ ଡାଲମିଆ ଏବଂ ଆୟେଶା କପୁର ନାମକ ୫ଜଣ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିଜ ପସନ୍ଦ ମୁତାବକ ଯୌନସାଥୀ ଚୟନ ଯୋଗୁଁ ପୁଲିସ ସେମାନଙ୍କୁ ହଇରାଣ କରୁଥିବା ନେଇ ସେମାନେ ଆବେଦନରେ ଦର୍ଶାଇଥିଲେ। ନିଜ ଯୌନସାଥୀକୁ ବାଛିବା ବ୍ୟକ୍ତିର ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ ହେଉ ବୋଲି ସେମାନେ ଦାବି କରିଥିଲେ। ଏମିତିକି ସହମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କ ସ୍ଥାପନକୁ  ଧାରା ୩୭୭ ଅନୁଯାୟୀ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏହାକୁ ଉଚ୍ଛେଦ ଓ ଅସାମ୍ବିଧାନିକ ଘୋଷଣା କରିବାକୁ ଆବେଦନକାରୀମାନେ ନିବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story